Posted inଖେଳ

ଇଂଲଣ୍ଡର ଏହି ଖେଳାଳିଙ୍କୁ ଉପହାରରେ ମିଳିଥିଲା ୧୦୦ ବୋତଲ ମଦ, କାରଣ ଜାଣିଲେ…

ନୂଆଦିଲ୍ଲୀ,୨।୩: ଯେତେବେଳେ ଜଣେ ଖେଳାଳୀ ଅବସର ନିଅନ୍ତି, ତାଙ୍କୁ ସାଥୀ କ୍ରିକେଟରମାନେ କିଛି ଉପହାର ଦିଅନ୍ତି। ଇଂଲଣ୍ଡର ପୂର୍ବତନ ଅଧିନାୟକ ଆଣ୍ଡ୍ରିୟୁ ଷ୍ଟ୍ରସ ଅବସର ନେବା ପରେ ତାଙ୍କୁ ମଧ୍ୟ ଦଳର ଖେଳାଳିମାନେ ମଧ୍ୟ ଉପହାର ଦେଇଥିଲେ। କିନ୍ତୁ ଏହି ଉପହାର ଏପରି ଥିଲା ଯେ ଷ୍ଟ୍ରସ ତାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ୨୦ ଅଗଷ୍ଟ ୨୦୧୨ ରେ ଷ୍ଟ୍ରସ ତାଙ୍କର ଶେଷ ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ। ଏହା ତାଙ୍କ କ୍ୟାରିୟରର ୧୦୦ ତମ ଟେଷ୍ଟ ମ୍ୟାଚ୍‌ ସହ ଶେଷ ଟେଷ୍ଟ ମ୍ୟାଚ୍‌ ଥିଲା। ଏହାପରେ ସେ ଅବସର ନେଇ ଘୋଷଣା କରିଥିଲେ। ହେଲେ ସେତେବେଳେ ସାଥୀ କ୍ରିକେଟରମାନେ ଯାହା କରିଥିଲେ ସେ ତାହା ଆଜି ବି ଭୁଲି ନାହାନ୍ତି। ଶନିବାର ଇଂଲଣ୍ଡର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରେ ଗଣନା କରାଯାଉଥିବା ଷ୍ଟ୍ରସଙ୍କ ଜନ୍ମଦିନ। ସେ ମାର୍ଚ୍ଚ ୨, ୧୯୭୭ରେ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଜନ୍ମଗ୍ରହଣ କରିଥିଲେ। ଆଜି ତାଙ୍କ ଜନ୍ମଦିନରେ ଆସନ୍ତୁ ଜାଣିବା ଉପହାର ସମ୍ପର୍କରେ…

ଷ୍ଟ୍ରସ ସେହି ଖେଳାଳିମାନଙ୍କ ମଧ୍ୟରୁ ଜଣେ ଯିଏକି ଦକ୍ଷିଣ ଆଫ୍ରିକାରେ ଜନ୍ମ ହୋଇଥିଲେ ମଧ୍ୟ ଇଂଲଣ୍ଡ ପାଇଁ ଆନ୍ତର୍ଜାତୀୟ କ୍ରିକେଟ ଖେଳିଥିଲେ। କେଭିନ ପିଟରସେନ୍‌ ମଧ୍ୟ ସମାନ ଖେଳାଳି ହୋଇଥିଲେ। ଷ୍ଟ୍ରସ୍‌ଙ୍କ ପରେ ଆଲାଷ୍ଟାୟର୍‌ କୁକ୍‌ ଦଳର ଅଧିନାୟକ ହୋଇଥିଲେ। ସମାନ ଗ୍ରାଉଣ୍ଡରେ ଷ୍ଟ୍ରସ ତାଙ୍କର ପ୍ରଥମ ଏବଂ ଶେଷ ଟେଷ୍ଟ ମ୍ୟାଚ ଖେଳିଥିଲେ। ଏହାକୁ ମକ୍କା ଅଫ କ୍ରିକେଟ୍‌ ଅର୍ଥାତ୍‌ ଲର୍ଡସ କୁହାଯାଏ।

ଷ୍ଟ୍ରସ ଅବସର ଘୋଷଣା କରିବା ମାତ୍ରେ ତାଙ୍କ ଦଳର ଖେଳାଳିମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କିନ୍ତୁ ସେ ତାଙ୍କ ଅଧିନାୟକଙ୍କ ବିଦାୟକୁ ସ୍ମରଣୀୟ କରିବାକୁ ସ୍ଥିର କରିଥିଲେ। ଏଥିପାଇଁ ଖେଳାଳିମାନେ ତାଙ୍କୁ ୧୦୦ ମଦ ବୋତଲ ଉପହାର ଦେଇଥିଲେ। ୧୦୦ ନମ୍ବର ଥିଲା ତାଙ୍କ ଟେଷ୍ଟ ମ୍ୟାଚ୍‌ ସଂଖ୍ୟା, ତେଣୁ ବୋତଲ ସଂଖ୍ୟା ମଧ୍ୟ ୧୦୦ ରଖାଯାଇଥିଲା। ଏହା ପରେ ଷ୍ଟ୍ରସ କହିଥିଲେ ଯେ ଏହା ସହିତ ସେ ଏକ ଭଲ ଅବସର ନେଇପାରିବେ।

ଷ୍ଟ୍ରସ କ୍ୟାରିୟରର ଶେଷ ପାଞ୍ଚ ବର୍ଷରେ ଦଳର ଅଧିନାୟକ ହୋଇଥିଲେ। ତାଙ୍କ ଅଧିନାୟକତ୍ୱରେ ସେ ଦଳକୁ ଅନେକ ସଫଳତା ଭେଟି ଦେଇଥିଲେ, ସେଥିରୁ ଗୋଟିଏ ଥିଲା ଆଶେସ୍‌ ଜିତିବା । ଷ୍ଟ୍ରସ୍‌ଙ୍କ ଅଧିନାୟକତ୍ୱରେ ଇଂଲଣ୍ଡ ୨୦୦୯ରେ ଆଶେସ ଜିତିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri