Posted inଖେଳ

୩୦ ବର୍ଷ ପରେ ବିଶ୍ୱକପ୍‌ ଫାଇନାଲରେ ଇଂଲଣ୍ଡ-ପାକିସ୍ତାନ

ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ ଫାଇନାଲରେ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ। ଆସନ୍ତା ରବିବାର ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ମେଗା ଫାଇନାଲ ଖେଳାଯିବ। ରେକର୍ଡ ଅନୁସାରେ ୩୦ ବର୍ଷ ପରେ ଉଭୟ ଦଳ କୌଣସି ଏକ ବିଶ୍ୱକପ ଫାଇନାଲରେ ପରସ୍ପରକୁ ଭେଟିବେ। ଶେଷଥର ପାଇଁ ୧୯୯୨ ଦିନିକିଆ କ୍ରିକେଟ ବିଶ୍ୱକପ୍‌ରେ ଉଭୟ ଦଳ ଫାଇନାଲ ଖେଳିଥିଲେ। ଏଥିରେ ଇଂଲଣ୍ଡକୁ ୨୨ ରନରେ ହରାଇ ପାକିସ୍ତାନ ଚାମ୍ପିୟନ ହୋଇଥିଲା। ସଂଯୋଗବଶତଃ ସେତେବେଳେ ମଧ୍ୟ ପାକିସ୍ତାନ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା ଏବଂ ଫାଇନାଲ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଅନୁଷ୍ଠିତ ହୋଇଥିଲା।
ବିଶ୍ୱକପ୍‌ରେ ଇଂଲଣ୍ଡ ଓ ପାକିସ୍ତାନ ଏହା ପୂର୍ବରୁ ପରସ୍ପରକୁ ୨ ଥର ଭେଟିଛନ୍ତି। ୨ ଥରଯାକ ଇଂଲଣ୍ଡ ବିଜୟୀ ହୋଇଛି। ୨୦୧୦ରେ ୬ ଉଇକେଟରେ ଏବଂ ୨୦୦୯ରେ ୪୮ ରନରେ ପାକିସ୍ତାନକୁ ହରାଇଥିଲା ଇଂଲଣ୍ଡ।
ବିଶ୍ୱକପ୍‌ରେ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ୧୦ଟି ମ୍ୟାଚ ଖେଳାଯାଇଛି। ଏଥିରୁ ପାକିସ୍ତାନ ୫ଟି ଓ ଇଂଲଣ୍ଡ ୪ଟିରେ ବିଜୟୀ ହୋଇଥିବାବେଳେ ଗୋଟିଏରୁ ଫଳାଫଳ ମିଳିନାହିଁ।
ଟି୨୦ ବିଶ୍ୱକପ୍‌ ଫାଇନାଲ ପ୍ରବେଶ ପଥରେ ଉଭୟ ଇଂଲଣ୍ଡ ଓ ପାକିସ୍ତାନ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛନ୍ତି। ସୁପର-୧୨ ପର୍ଯ୍ୟାୟରେ ଜିମ୍ବାଓ୍ବେଠାରୁ ପାକିସ୍ତାନ ଏବଂ ଆୟର୍ଲାଣ୍ଡଠାରୁ ଇଂଲଣ୍ଡ ପରାଜିତ ହୋଇଥିଲା।
ଫର୍ମାଟରେ ଇଂଲଣ୍ଡ ଓ ପାକିସ୍ତାନ ପରସ୍ପରକୁ ମୋଟ ୨୮ଥର ଭେଟିଛନ୍ତି। ଏଥିରୁ ଇଂଲଣ୍ଡ ୧୮ଟିରେ ବିଜୟୀ ହୋଇଥିବାବେଳେ ପାକିସ୍ତାନ ୯ ମ୍ୟାଚ ଜିତିଛି। ଗୋଟିଏ ମ୍ୟାଚ ଫଳାଫଳବିହୀନ ରହିଛି। ତେବେ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଉଭୟ ଦଳ ଗୋଟିଏ ହେଲେ ଟି୨୦ ମ୍ୟାଚ ଖେଳିନାହାନ୍ତି। ନିରପେକ୍ଷ ଭେନ୍ୟୁରେ ଇଂଲଣ୍ଡ ୭ଟି ଓ ପାକିସ୍ତାନ ୨ଟି ମ୍ୟାଚ ଜିତିଛି।
ଇଂଲଣ୍ଡ ବିପକ୍ଷରେ ପାକିସ୍ତାନର ସର୍ବାଧିକ ସ୍କୋର ୨୩୨ ଓ ସର୍ବନିମ୍ନ ୮୯। ସେହିପରି ପାକିସ୍ତାନ ବିପକ୍ଷରେ ଇଂଲଣ୍ଡର ସର୍ବାଧିକ ସ୍କୋର ୨୨୧ ଓ ସର୍ବନିମ୍ନ ୧୩୫।
ଓପନିଂ ଯୋଡ଼ି ବାବର ଆଜମ ଓ ମହମ୍ମଦ ରିଜଓ୍ବାନ ଓପନିଂ ଯୋଡ଼ିରେ ୫୧ ଇନିଂସରୁ ସର୍ବାଧିକ ୨୫୦୯ ରନ ସଂଗ୍ରହ କରିଛନ୍ତି। ଭାରତର ଲୋକେଶ ରାହୁଲ ଓ ରୋହିତ ଶର୍ମା ଯୋଡ଼ି ୪୨ ଇନିଂସରୁ ୧୮୯୭ ରନକରି ଦ୍ୱିତୀୟରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri