Posted inଖେଳ

IPL ପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦକୁ ବଡ଼ ଝଟକା, ୧ କୋଟି ଦେଇ କିଣିଥିବା ଖେଳାଳି ଦଳରୁ ପଡ଼ିଲେ ବାଦ୍‌

ନୂଆଦିଲ୍ଲୀ,୬।୩: IPL ୨୦୨୫ ଆରମ୍ଭ ହେବାର ପ୍ରାୟ ଦୁଇ ସପ୍ତାହ ପୂର୍ବରୁ, ସନରାଇଜର୍ସ ହାଇଦ୍ରାବାଦ (SRH) ତାର ଦଳରେ ପରିବର୍ତ୍ତନ କରିଛି। ଇଂଲଣ୍ଡର ବ୍ରାଇଡନ କାର୍ସେ ଆଘାତ ଯୋଗୁ ଟୁର୍ନାମେଣ୍ଟରୁ ବାଦ୍‌ ପଡ଼ିଛନ୍ତି, ତାଙ୍କ ସ୍ଥାନରେ SRH ଦଳରେ ଭିଆନ ମୁଲଡରଙ୍କୁ ସାମିଲ କରିଛି। ମୁଲଡର ଜଣେ ଦକ୍ଷିଣ ଆଫ୍ରିକା ଖେଳାଳି ଏବଂ ଜଣେ ଦ୍ରୁତ ବୋଲିଂ ଅଲରାଉଣ୍ଡର। ଆଗାମୀ ସିଜିନରେ ଖେଳିବା ପାଇଁ ଭିଆନ ମୁଲଡରଙ୍କୁ ୭୫ ଲକ୍ଷ ଟଙ୍କା ଦରମା ଦିଆଯିବ।

କହି ରଖୁଛୁ ଯେ ବ୍ରାଇଡନ କାର୍ସେ ଚାମ୍ପିଅନ୍ସ ଟ୍ରଫି ୨୦୨୫ ଟୁର୍ନାମେଣ୍ଟ ସମୟରେ ଆହତ ହୋଇଥିଲେ। ଅଷ୍ଟ୍ରେଲିଆ ବିପକ୍ଷରେ ତାଙ୍କର ପାଦରେ ଆଘାତ ଲାଗିଥିଲା, ଯାହା ପରେ ତାଙ୍କୁ ଟୁର୍ନାମେଣ୍ଟରୁ ବାଦ୍‌ ଦିଆଯାଇଛି। ପୂର୍ବରୁ ଭାରତ ବିପକ୍ଷ ଧଳା ବଲ ସିରିଜ ସମୟରେ ମଧ୍ୟ ତାଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଜରେ ମଧ୍ୟ ସେ ତାଙ୍କର ସର୍ବୋତ୍ତମ ଫର୍ମରେ ଥିବା ପରି ଦେଖାଯାଇ ନଥିଲେ। ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ସେ ମାତ୍ର ୭ ଓଭରରେ ୬୯ ରନ ଦେଇଥିଲେ।

IPL ୨୦୨୫ର ମେଗା ନିଲାମରେ, ସନରାଇଜର୍ସ ହାଇଦ୍ରାବାଦ ୧ କୋଟିରେ ବ୍ରାଇଡନଙ୍କୁ କିଣିଥିଲା। ବ୍ରାଇଡନ ଟି-୨୦ ରେକର୍ଡ ବହୁତ ଭଲ ରହିଛି। ଜଣେ ବୋଲିଂ ଅଲରାଉଣ୍ଡର ଭାବେ ସେ ଏପର୍ଯ୍ୟନ୍ତ ତାଙ୍କ ଟି-୨୦ କ୍ୟାରିୟରରେ ୫୩ଟି ଉଇକେଟ୍‌ ନେବା ସହିତ ୭୮୩ ରନ କରିଛନ୍ତି, ଯେଉଁଥିରେ ୨ଟି ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ। ଏପରି ପରିସ୍ଥିତିରେ, ଏହାକୁ SRH ପାଇଁ ଏକ ବଡ଼ ବିପର୍ଯ୍ୟୟ କୁହାଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

F1: ଲାଣ୍ଡୋ ନରିସ୍ ବିଶ୍ୱ ଚାମ୍ପିଅନ୍, ମ୍ୟାକ୍‌ଲାରେନ୍‌ର ୧୭ ବର୍ଷର ଅପେକ୍ଷା ଶେଷ

ଆବୁଧାବି,୭ା୧୨: ଫର୍ମୁଲା ୱାନ୍‌ର ରୋମାଞ୍ଚକର ଶେଷ ରେସ୍‌ରେ ମ୍ୟାକ୍‌ଲାରେନ୍‌ର ଡ୍ରାଇଭର୍ ଲାଣ୍ଡୋ ନରିସ୍ (୨୬) ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ଟାଇଟଲ୍ ଜିତିଛନ୍ତି ।...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri