ଚେନ୍ନାଇ,୪।୨: ଭାରତ ବିପକ୍ଷ ସିରିଜ୍ ପୂର୍ବରୁ ଇଂଲଣ୍ଡକୁ ବଡ ଝଟ୍କା ଲାଗିଛି। ଆଘାତ ଯୋଗୁ ଭାରତ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟରୁ ଇଂଲଣ୍ଡ ଓପନର୍ ଜ୍ୟାକ କ୍ରାଉଲିଙ୍କୁ ବାଦ ଦିଆଯାଇଛି। ବୁଧବାର ୨୩ତମ ଜନ୍ମଦିନ ପାଳନ କରିଥିବା କ୍ରାଉଲି ସେହି ଦିନ ଚେପକ ଷ୍ଟାଡିୟମର ଡ୍ରେସିଂ ରୁମରେ ମାର୍ବଲ ଚଟାଣରେ ଖସିଯିବା ପରେ ଆହତ ହୋଇଥିଲେ। ଆଇସିସି ଏନେଇ ଟୁଇଟ୍ ଯୋଗେ ସୂଚନା ଦେଇଛି। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଫେବୃଆରୀ ୫ରୁ ଆରମ୍ଭ ହେଉଛି। ଶୃଙ୍ଖଳାର ପ୍ରଥମ ଦୁଇଟି ମ୍ୟାଚ ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ । ଏହା ପରେ ଅବଶିଷ୍ଟ ଦୁଇଟି ଟେଷ୍ଟ ମ୍ୟାଚ ଅହମ୍ମଦାବାଦର ମୋଟେରା ଷ୍ଟାଡିୟମରେ ଖେଳାହେବ।


