Posted inଖେଳ

କ୍ଲିନ୍‌ ସୁଇପ୍‌ ପଥରେ ଇଂଲଣ୍ଡ

କରାଚୀ, ୨୦ା୧୨: ପାକିସ୍ତାନ ବିପକ୍ଷ ଟେଷ୍ଟ ସିରିଜକୁ ୩-୦ରେ କ୍ଲିନ୍‌ ସୁଇପ୍‌ ଜିତିବା ଦିଗରେ ଅଗ୍ରସର ହେଉଛି ଭ୍ରମଣକାରୀ ଇଂଲଣ୍ଡ କ୍ରିକେଟ ଦଳ। ଲେଗ୍‌ସ୍ପିନର ରେହାନ ଅହମ୍ମଦ ତାଙ୍କ ପଦାର୍ପଣ ମ୍ୟାଚରେ ସର୍ବକନିଷ୍ଠ ପୁରୁଷ ଖେଳାଳି ହିସାବରେ ୫ ଉଇକେଟ ସଫଳତା ହାସଲ କରି ବିଜୟପଥକୁ ସୁଗମ କରିଛନ୍ତି। ଇଂଲଣ୍ଡ ଦୀର୍ଘ ୧୭ ବର୍ଷ ପରେ ପାକିସ୍ତାନକୁ ପ୍ରଥମ ଟେଷ୍ଟ ଟୁର୍‌ରେ ଆସିଛି। ସ୍ଥାନୀୟ ନ୍ୟାଶନାଲ ଷ୍ଟାଡିୟମରେ ଚାଲିଥିବା ତୃତୀୟ ତଥା ଅନ୍ତିମ ଟେଷ୍ଟର ୩ୟ ଦିବସରେ ପାକିସ୍ତାନର ଦ୍ୱିତୀୟ ଇନିଂସ ୨୧୬ ରନ୍‌ରେ ସୀମିତ ହୋଇଯାଇଛି। ୧୮ବର୍ଷୀୟ ଅହମ୍ମଦ ୪୮ ରନ୍‌ ବିନିମୟରେ ୫ ଉଇକେଟ ଅକ୍ତିଆର କରିଥିବା ବେଳେ ଜ୍ୟାକ୍‌ ଲିଚ୍‌ (୩/୭୨)ତାଙ୍କର ସମସ୍ତ ୩ ଉଇକେଟ ୬ଟି ଡେଲିଭରିରେ ନେଇଥିଲେ। ଫଳରେ ଇଂଲଣ୍ଡ ପାଇଁ ୧୬୭ ରନ୍‌ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଭ୍ରମଣକାରୀ ଦଳ ବ୍ୟାଟିଂ କରିବାକୁ ଯାଇ ସୋମବାର ଖେଳ ଶେଷସୁଦ୍ଧା ୨ ଉଇକେଟ ହରାଇ ୧୧୨ ରନ୍‌ କରିଛି। ଜ୍ୟାକ୍‌ କ୍ରଲି ୪୧ ରନ୍‌ କରିଥିବା ବେଳେ ବେନ୍‌ ଡକେଟ ୫୦ ରନ୍‌ କରି ଅପରାଜିତ ରହିଛନ୍ତି। କ୍ରଲି ଓ ଡକେଟ ପାର୍ଟନରଶିପ୍‌ରେ ୬୯ ବଲ୍‌ରୁ ୮୭ ରନ୍‌ କରିଥିଲେ। ରହସ୍ୟମୟ ପାକିସ୍ତାନୀ ବୋଲର ଅବ୍ରାର ଅହମ୍ମଦ ଇଂଲଣ୍ଡର ପତନ ଘଟିଥିବା ଦୁଇଟିଯାକ ଉଇକେଟ ହାସଲ କରିଛନ୍ତି। ୪ ଦିନ ମଧ୍ୟରେ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ ପାଇଁ ଇଂଲଣ୍ଡ ଆହୁରି ୫୫ ରନ୍‌ ଆବଶ୍ୟକ କରୁଛି। ଗତ ସପ୍ତାହରେ ମୁଲ୍‌ତାନଠାରେ ଦଳ ୨୬ ରନ୍‌ରେ ରୋମାଞ୍ଚକ ବିଜୟ ହାସଲ କରିଥିଲା।
ସଂକ୍ଷିପ୍ତ ସ୍କୋର
ପାକିସ୍ତାନ ପ୍ରଥମ ଇନିଂସ: ୩୦୪
ଇଂଲଣ୍ଡ ପ୍ରଥମ ଇନିଂସ: ୩୫୪
ପାକିସ୍ତାନ ଦ୍ୱିତୀୟ ଇନିଂସ: ୨୧୬ (ବାବର ଆଜାମ-୫୪, ସାଉଦ୍‌ ଶକିଲ-୫୩, ଅବ୍‌ଦୁଲ୍ଲା ସଫିକ୍‌-୨୬; ରେହାନ ଅହମ୍ମଦ-୫/୪୮, ଜ୍ୟାକ୍‌ ଲିଚ୍‌-୩/୭୨)।
ଇଂଲଣ୍ଡ ଦ୍ୱିତୀୟ ଇନିଂସ: ୧୧୨/୨ (ବେନ୍‌ ଡକେଟ-୫୦*, ଜ୍ୟାକ୍‌ କ୍ରଲି-୪୧, ଅବ୍ରାର ଅହମ୍ମଦ-୨/୪୩)।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri