Posted inଖେଳ

ଇଂଲଣ୍ଡ-ନ୍ୟୁଜିଲାଣ୍ଡ ଉଦ୍‌ଘାଟନୀ ମ୍ୟାଚ୍‌

ମୁମ୍ବାଇ, ୨୮ା୬ (ପି.ଟି.): ଦିନିକିଆ କ୍ରିକେଟ ବିଶ୍ୱକପ୍‌- ୨୦୨୩କୁ ୧୦୦ ଦିନ ବାକି ରହିଥିବା ବେଳେ ମଙ୍ଗଳବାର ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ(ଆଇସିସି) ପକ୍ଷରୁ ପ୍ରକାଶ ପାଇଛି ଚୂଡାନ୍ତ କାର୍ଯ୍ୟସୂଚୀ। ବିଶ୍ୱର ସର୍ବବୃହତ୍‌ ଅହମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରୁ ଅକ୍ଟୋବର ୫ ତାରିଖରେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍‌ ସହ ଟୁର୍ନାମେଣ୍ଟର ବିଗୁଲ ବାଜିବ। ଏହା ସହିତ ୧ ଲକ୍ଷ ୩୨ ହଜାର ଦର୍ଶକ କ୍ଷମତା ବିଶିଷ୍ଟ ଏହି ଷ୍ଟାଡିୟମରେ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହେବ। ଅକ୍ଟୋବର ୧୫ରେ ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ହାଇ ଭୋଲ୍‌ଟେଜ୍‌ ମ୍ୟାଚ ମଧ୍ୟ ସମାନ ଷ୍ଟାଡିୟମରେ ଖେଳାଯିବ। ଅହମଦାବାଦରୁ ଆରମ୍ଭ ହୋଇ ଅହମଦାବାଦରେ ଏହି ଟୁର୍ନାମେଣ୍ଟ ସମାପିତ ହେବ। ଦୁଇଟି ସେମିଫାଇନାଲ ମୁମ୍ବାଇର ଓ୍ବାଙ୍ଖଡେ ଓ କୋଲକାତାର ଇଡେନ୍‌ ଗାର୍ଡେନ୍ସରେ ଖେଳାଯିବ। ଅହମଦାବାଦ, ହାଇଦ୍ରାବାଦ, ଧର୍ମଶାଳା, ଦିଲ୍ଲୀ, ଚେନ୍ନାଇ, ଲକ୍ଷ୍ନୌ, ପୁଣେ, ବେଙ୍ଗାଲୁରୁ, ମୁମ୍ବାଇ ଓ କୋଲକାତା ଭଳି ୧୦ଟି ଭେନ୍ୟୁରେ ସମସ୍ତ ମ୍ୟାଚ୍‌ ଖେଳାଯିବ। ତେବେ ଓ୍ବାର୍ମଅପ୍‌ ମ୍ୟାଚ୍‌ଗୁଡିକ ହାଇଦ୍ରାବାଦ, ଥିରୁଭାନନ୍ତପୁରମ୍‌ ଓ ଗୁଆହାଟୀରେ ଖେଳାଯିବ। ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୩ ତାରିଖ ମଧ୍ୟରେ ସମସ୍ତ ଅଭ୍ୟାସ ମ୍ୟାଚ୍‌ ଖେଳାଯିବ। ଘରୋଇ ମାଟିରେ ବିଶ୍ୱକପ ଖେଳୁଥିବା ଭାରତ ଅକ୍ଟୋବର ୮ରେ ଚେନ୍ନାଇରେ ଅଷ୍ଟ୍ରେଲିଆ ବିପକ୍ଷରୁ ନିଜର ଅଭିଯାନ ଆରମ୍ଭ କରିବ।
ଚଳିତ ବର୍ଷର ବିଶ୍ୱକପ୍‌ରେ ୧୦ ଦଳ ଅଂଶଗ୍ରହଣ କରୁଛନ୍ତି। ଆୟୋଜକ ଦେଶ ଭାବରେ ଭାରତ ଯୋଗ୍ୟତା ଅର୍ଜନ କରିଥିବା ବେଳେ ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ଇଂଲଣ୍ଡ, ବାଂଲାଦେଶ, ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ୨୦୨୦-୨୦୨୩ ବିଶ୍ୱକପ୍‌ ସୁପର ଲିଗ୍‌ ମାଧ୍ୟମରେ ସିଧାସଳଖ ଯୋଗ୍ୟତା ହାସଲ କରିଛନ୍ତି। ଜିମ୍ବାଓ୍ବେରେ ଅନୁଷ୍ଠିତ ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟରୁ ବାକି ୩ଟି ଦଳ ଯୋଗ୍ୟତା ଅର୍ଜନ କରିବେ। ଚଳିତ ବିଶ୍ୱକପ୍‌ରେ ସମୁଦାୟ ୪୮ ମ୍ୟାଚ୍‌ ଖେଳାଯିବ। ଦୁଇଟି ସେମିଫାଇନାଲ ଓ ଫାଇନାଲ ମୁକାବିଲାକୁ ବାଦ୍‌ ଦେଲେ ପ୍ରତ୍ୟେକ ଦଳ ପରସ୍ପର ସହିତ ରାଉଣ୍ଡ ରବିନ୍‌ ଲିଗ୍‌ ଅନୁସାରେ ୪୫ଟି ମ୍ୟାଚ୍‌ ଖେଳିବେ। ଶେଷ ଥର ପାଇଁ ଭାରତରେ ୨୦୧୧ ବିଶ୍ୱକପ୍‌ ଖେଳା ଯାଇଥିଲା। ଶ୍ରୀଲଙ୍କା ଓ ବାଂଲାଦେଶ ସହିତ ମିଳିତ ଭାବରେ ଏହି ଟୁର୍ନାମେଣ୍ଟ ଆୟୋଜନ ହୋଇଥିବା ବେଳେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ୨୮ ବର୍ଷ ପରେ ଟ୍ରଫି ଜିତିଥିଲା ଭାରତ।
୯ ଭେନ୍ୟୁରେ ଖେଳିବ ଭାରତ: ଚଳିତ ବିଶ୍ୱକପ୍‌ରେ ସମୁଦାୟ ୧୦ ଭେନ୍ୟୁ ରହିଥିବା ବେଳେ ଭାରତୀୟ ଦଳ ଏହା ମଧ୍ୟରୁ ୯ଟି ଭେନ୍ୟୁରେ ଖେଳିବ । ଅଷ୍ଟ୍ରେଲିଆ, ଆଫଗାନିସ୍ତାନ ଓ ପାକିସ୍ତାନ ବିପକ୍ଷରେ ଦଳ ଏହାର ପ୍ରଥମ ୩ ମ୍ୟାଚ୍‌ ଖେଳିବ । ୧୨ ବର୍ଷ ଧରି ଆଇସିସି ଇଭେଣ୍ଟରେ ଟାଇଟଲ ଶୂନ୍ୟ ରହିଥିବା ଭାରତ ରୋହିତ ଶର୍ମାଙ୍କ ନେତୃତ୍ୱରେ ଏହା ଭାଙ୍ଗିବାକୁ ପ୍ରୟାସ କରିବ ।
ଟାଇବିଶ୍ୱକପରେ ଅଷ୍ଟ୍ରେଲିଆ ଅନ୍ୟତମ ଶକ୍ତିଶାଳୀ ଦଳ ରହିଥିବା ବେଳେ ସର୍ବାଧିକ ଥର ଟାଇଟଲ ମଧ୍ୟ ଜିତିଛି। ଆଫଗାନିସ୍ତାନର ସ୍ପିନ୍‌ ବିଭାଗ ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ଆକ୍ରମଣ ହୋଇଥିବା ବେଳେ ପାକିସ୍ତାନ ବିପକ୍ଷରେ ମଧ୍ୟ ଦଳ ଆଉ ଅପରାଜେୟ ନାହିଁ। ଘରୋଇ ମାଟିରେ ପାକିସ୍ତାନ ବିପକ୍ଷରେ ଭାରତକୁ ଏହାର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପଡିବ ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri