Posted inଖେଳ

ରାତିରେ ଶୋଇଥିଲେ କ୍ରିକେଟର, ହଠାତ୍‌ ନିଦ ଭାଙ୍ଗିଲା ପରେ ଯାହା ଦେଖିଲେ ପାଦ ତଳୁ ମାଟି ଖସିଗଲା

ନୂଆଦିଲ୍ଲୀ,୧୭।୭: ଇଂଲଣ୍ଡ କ୍ରିକେଟର ଜେମ୍ସ ଭିନ୍ସଙ୍କ ପରିବାର ଉପରେ କାହାର ଖରାପ ନଜର ଲାଗିଯାଇଛି। ଗତ ଚାରିମାସ ଧରି ତାଙ୍କ ଜୀବନର ସମସ୍ତ ସୁଖ ଏବଂ ଶାନ୍ତି ସବୁ ଚାଲିଯାଇଛି। ପରିସ୍ଥିତି ଏତେ ଖରାପ ହୋଇଛି ଯେ ସେ ନିଜ ସହର ଅର୍ଥାତ୍‌ ସାଉଥମ୍ପଟନ ଛାଡିବାକୁ ବାଧ୍ୟ ହୋଇଥିଲେ। ଇଂଲଣ୍ଡ ପାଇଁ ୧୩ଟି ଟେଷ୍ଟ, ୨୫ଟି ଦିନିକିଆ ଏବଂ ୧୭ଟି -୨୦ ଅନ୍ତର୍ଜାତୀୟ ଖେଳିଥିବା ଜେମ୍ସ ଭିନ୍ସଙ୍କ ସମ୍ପତ୍ତି ଉପରେ କ୍ରମାଗତ ଆକ୍ରମଣ ହେଉଛି। ପ୍ରଥମ ଆକ୍ରମଣ ୨୦୨୪ ଏପ୍ରିଲ ୧୫ରେ ହୋଇଥିଲା, ଯେତେବେଳେ ୩୩ ବର୍ଷିୟ ଭିନ୍ସ ରାତିରେ ତାଙ୍କ ପତ୍ନୀଙ୍କ ସହ ଶୋଇଥିଲେ, ଯେତେବେଳେ ହଠାତ୍‌ ଆଲାର୍ମ ଦ୍ୱାରା ସେ ଜାଗ୍ରତ ହୋଇଥିଲେ। ଆଉ ଯାହା ଦେଖିଲେ ତାଙ୍କ ପାଦ ତଳୁ ମାଟି ଖସିଯାଇଥିଲା। ତାଙ୍କ ଘର ଉପରକୁ କେହି ଆକ୍ରମଣ କରୁଥିଲେ। ଭଙ୍ଗାରୁଜା କରୁଥିଲେ। ଯାହା ଦେଖି ସେ ଡରିଯାଇଥିଲେ।

ସିସିଟିଭି ଫୁଟେଜରେ ଏହା ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି ଯେ ଜଣେ ଅଜ୍ଞାତ ଆକ୍ରମଣକାରୀ ଭିନ୍ସଙ୍କ ଘର କମ୍ପାଉଣ୍ଡରେ ପ୍ରବେଶ କରି ଗାଡି ଏବଂ ଘରକୁ ଟାର୍ଗେଟ କରୁଛନ୍ତି। ପୋଲିସ ପହଞ୍ଚିବା ବେଳକୁ ଆକ୍ରମଣକାରୀ ସବୁକିଛି ନଷ୍ଟ କରିଦେଇଥିଲେ। ଘର ଏବଂ କାରର ମରାମତି ପାଇଁ ଭିନ୍ସଙ୍କୁ ଅସ୍ଥାୟୀ ଭାବରେ ଘରୁ ବାହାରକୁ ଯିବାକୁ ପଡିଲା। ଘରକୁ ଫେରିବାର ପ୍ରାୟ ଏକ ସପ୍ତାହ ପରେ, ୧ ମେ’ରେ ପୁଣି ଦ୍ୱିତୀୟ ଆକ୍ରମଣ ହୋଇଥିଲା। ଏଥର ଭିନ୍ସ ଜାଗ୍ରତ ଥିବାବେଳେ ଆକ୍ରମଣକାରୀମାନେ ପ୍ରବେଶ କରିଥିଲେ। କିନ୍ତୁ ଘରେ କାର୍ଯ୍ୟକଳାପ ଦେଖି ଆକ୍ରମଣକାରୀମାନେ ଶୀଘ୍ର ଚାଲଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri