Posted inଖେଳ

ହାତରେ କଳାପଟି ବାନ୍ଧି ଖେଳୁଛନ୍ତି ଇଂଲଣ୍ଡ ଖେଳାଳି, ଜାଣନ୍ତୁ କାହିଁକି

ଚେନ୍ନାଇ,୫।୨: ଚେନ୍ନାଇରେ ଭାରତ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ଦଳର ଖେଳାଳିମାନେ ହାତରେ ଏକ କଳା ବ୍ୟାଣ୍ଡ୍‌ ପିନ୍ଧି ଖେଳୁଛନ୍ତି। ଇଂଲଣ୍ଡ ଖେଳାଳିମାନେ ବ୍ରିଟିଶ ସେନାର ପୂର୍ବତନ କ୍ୟାପ୍‌ଟେନ୍‌ ତଥା କରୋନା ମହାମାରୀ ବିରୋଧରେ ଲଢେଇ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ସାର୍‌ ଟମ ମୁରେଙ୍କ ସମ୍ମାନାର୍ଥେ କଳା ବ୍ୟାଣ୍ଡ୍‌ ପିନ୍ଧିଛନ୍ତି। କରୋନା ସଂକ୍ରମଣ ହେତୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଏହି ସପ୍ତାହରେ ମୁରେ ୧୦୦ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ। ସାର୍‌ ଟମ ମୁରେ ୧୯୨୦ରେ ୟର୍କସାୟାରର ଏକ ଗାଁ କିଘଲିରେ ଜନ୍ମଗ୍ରହଣ କରିଥିଲେ । ମାତ୍ର ୨୦ ବର୍ଷ ବୟସରେ ସେ ବ୍ରିଟିଶ ସେନାରେ ଯୋଗ ଦେଇଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଡ୍ୟୁକ ଅଫ ୱେଲିଙ୍ଗଟନ ରେଜିମେଣ୍ଟର ଅଷ୍ଟମ ବାଟାଲିୟନରେ ଯୋଗ ଦେଇ ମୁରେ ଭାରତ ଏବଂ ବର୍ମାରେ ସାମରିକ ସେବା କରିଥିଲେ। ସେନାରେ ଯୋଗଦେବା ପରେ ଦ୍ୱିତୀୟ ବର୍ଷ ମୁରେ ଦ୍ୱିତୀୟ ଲେଫ୍ଟନାଣ୍ଟ ଭାବରେ ପଦୋନ୍ନତି ପାଇ ରୟାଲ ଆର୍ମଡ କର୍ପସର ସଦସ୍ୟ ହୋଇ ଭାରତରେ ପୋଷ୍ଟ କରାଯାଇଥିଲା। ଭାରତରେ ସେ ନିଜ ସାଥୀ ସୈନିକମାନଙ୍କୁ ଟ୍ୟାଙ୍କ ଯୁଦ୍ଧ ଏବଂ ମୋଟରସାଇକେଲ ଚଲାଇବାରେ ତାଲିମ ଦେଇଥିଲେ। ସେ ୧୯୪୫ ପ୍ରାରମ୍ଭରେ ବ୍ରିଟେନକୁ ଫେରିବା ପୂର୍ବରୁ ବର୍ମା (ବର୍ତ୍ତମାନ ମିଆଁମାର)ରେ ଜାପାନର ସାମରିକ ଯୁଦ୍ଧରେ ଲଢୁଥିଲେ। ୧୯୪୬ ମସିହାରେ ମାତ୍ର ୨୬ ବର୍ଷ ବୟସରେ ସାମରିକ ପ୍ରଶିକ୍ଷକ ହୋଇଥିଲେ। ତାଙ୍କର ୧୦୦ ତମ ଜନ୍ମଦିନ ପୂର୍ବରୁ, ମୁରେ କରୋନା ପାଇଁ ପାଣ୍ଠି ସଂଗ୍ରହ କରିଥିଲେ। ଏଥିରେ ସେ ପ୍ରାୟ ୧୦୪ କୋଟି ଟଙ୍କା ଦାନ ଭାବରେ ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri