Categories: ଖେଳ

ଭାରତକୁ ପରାଜିତ କରିବାର ଶ୍ରେୟ ଏମାନଙ୍କୁ ଦେଲେ ବିରୋଧି ଅଧିନାୟକ, କହିଲେ…

ଅହମ୍ମଦାବାଦ,୧୩।୩: ଚଳିତ ଟି୨୦ ସିରିଜର ପ୍ରଥମ ମ୍ୟାଚ୍‌ରେ ଭାରତକୁ ୮ ଉଇକେଟରେ ହରାଇଛି ଇଂଲଣ୍ଡ। ଟେଷ୍ଟ ସିରିଜରେ ପରାଜୟ ପରେ ଏହି ବିଜୟ ଦଳର ଖେଳାଳିଙ୍କୁ ଉତ୍ସାହିତ କରିଥିବା ବେଳେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନକୁ ନେଇ କଡ଼ା ସମାଲୋଚନା କରାଯାଉଛି। ତେବେ ଏହି ବିଜୟର ଶ୍ରେୟ ନିଜର ବୋଲରମାନଙ୍କୁ ଦେଇଛନ୍ତି ଇଂଲଣ୍ଡ ଅଧିନାୟକ ଇୟୋନ ମୋର୍ଗାନ। ଜୋଫ୍ରା ଆର୍ଚର, ମାର୍କ ଉଡ୍‌, କ୍ରୀସ୍‌ ଜୋର୍ଡାନଙ୍କ ବୋଲିଂ ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କୁ ଅଡୁଆରେ ପକାଇଥିଲା। ଏଥିପାଇଁ ଘରୋଇ ଟିମ୍‌ ୨୦ ଓଭରରେ ୭ ଉଇକେଟ ହରାଇ ମାତ୍ର ୧୨୪ରନ୍‌ କରିଥିଲା। ଦଳ ପାଇଁ ଜୋଫ୍ରା ଭଲ ସାବ୍ୟସ୍ତ ହେଉଛନ୍ତି। ସମସ୍ତେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ। ଏଣୁ ଭାରତକୁ ମଉକା ମିଳି ନ ଥିଲା। ପୁରା ସିରିଜରେ ସଂଘର୍ଷ ସ୍ଥିତି ଆସିବ। ହେଲେ ଆମେ ବାରମ୍ବାର ଜିିତିବାକୁ ଚାହିଁବୁ ବୋଲି ସେ କହିଛନ୍ତି।

Share