Posted inଖେଳ

ସିରିଜ କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ଇଂଲଣ୍ଡ

ସାଉଥାମ୍ପଟନ,୩।୮(ପି.ଟି.): ସ୍ଥାନୀୟ ରୋଜ ବାଉଲ୍‌ ଗ୍ରାଉଣ୍ଡରେ ମଙ୍ଗଳବାର ଇଂଲଣ୍ଡ ଓ ଭ୍ରମଣକାରୀ ଆୟର୍ଲାଣ୍ଡ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ରେ ମୁହଁାମୁହିଁ ହେବେ। ପ୍ରଥମ ଦୁଇଟି ମ୍ୟାଚ୍‌ ଜିତି ଇଂଲଣ୍ଡ ୨-୦ରେ ସିରିଜ ଅଗ୍ରଣୀ ହେବା ସହ ଆଗୁଆ ସିରିଜ ହାତେଇ ନେଇଛି। ଫଳରେ ଇଂଲଣ୍ଡ ତୃତୀୟ ମ୍ୟାଚ୍‌ ଜିତି ସିରିଜ କ୍ଲିନ୍‌ ସୁଇପ୍‌ କରିବା ଲକ୍ଷ୍ୟରେ ରହିଛି। ଅନ୍ୟପଟେ ଏହି ମ୍ୟାଚ୍‌ ଜିତି ଆୟର୍ଲାଣ୍ଡ ସାନ୍ତ୍ୱନାମୂଳକ ବିଜୟ ହାସଲ କରିବାକୁ ପ୍ରୟାସ କରିବ। ପ୍ରଥମ ଦୁଇଟି ମ୍ୟାଚ୍‌ରେ ପରାଜୟ ବରଣ କରିଥିଲେ ମଧ୍ୟ ଆୟର୍ଲାଣ୍ଡ ବିଭିନ୍ନ ସମୟରେ ଇଂଲଣ୍ଡ ଉପରେ ଚାପ ପ୍ରୟୋଗ କରିବାରେ ସମର୍ଥ ହୋଇଛି। ଅବଶ୍ୟ ଏହାକୁ ବଜାୟ ରଖିବାରେ ଆୟର୍ଲାଣ୍ଡ ସଫଳ ହୋଇପାରି ନ ଥିଲା। ଇଂଲଣ୍ଡ ଫେଭରାଇଟ୍‌ ବିବେଚିତ ହେଉଥିଲେ ମଧ୍ୟ ଆୟର୍ଲାଣ୍ଡ ଅନ୍ତିମ ମ୍ୟାଚ୍‌ରେ ଲଢେଇ କରିବ ବୋଲି ଆଶା କରାଯାଉଛି।
ଇଂଲଣ୍ଡ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ସାମ ବିଲିଙ୍ଗ୍ସ ଓ ଡେଭିଡ୍‌ ଓ୍ବିଲି ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି ଦୁଇ ଖେଳାଳି ଘରୋଇ ପରିବେଶରେ ଖେଳାଯାଇଥିବା ଗତ ବିଶ୍ୱକପ୍‌ରେ ଚୟନକର୍ତ୍ତାଙ୍କ ଦ୍ୱାରା ଅଣଦେଖାର ଶିକାର ହୋଇଥିଲେ। ବିଭିନ୍ନ କାରଣରୁ ଏମାନଙ୍କୁ ବିଶ୍ୱକପ୍‌ ଦଳରେ ସାମିଲ କରାଯାଇ ନ ଥିଲା। ତେବେ ଦୀର୍ଘଦିନ ପରେ ପ୍ରତ୍ୟାବର୍ତ୍ତନରେ ଏମାନେ ସଫଳ ହୋଇଛନ୍ତି ଓ ଇଂଲଣ୍ଡ ପାଇଁ ଏହା ଲାଭଦାୟକ ମଧ୍ୟ ହୋଇଛି। ଦୁଇଟି ମ୍ୟାଚ୍‌ରେ ବିଲିଙ୍ଗ୍ସ ଅପରାଜିତ ରହିଥିଲେ। ସେହପରି ପ୍ରଥମ ଦିନିକିଆରେ ଓ୍ବିଲି କ୍ୟାରିୟରର ପ୍ରଥମ ୫ ଉଇକେଟ ସଫଳତା ହାସଲ କରିଥିଲେ। ପୁଣି ଦ୍ୱିତୀୟ ଦିନିକିଆରେ ଓ୍ବିଲି ଓ ବିଲିଙ୍ଗ୍ସ ମ୍ୟାଚ୍‌ ବିଜୟୀ ଭାଗୀଦାରି ସ୍ଥାପନ କରିଥିଲେ। ତେବେ ଜେମ୍ସ ଭିନ୍ସଙ୍କ ଦୁର୍ବଳ ଫର୍ମ ଇଂଲଣ୍ଡ ପାଇଁ ଚିନ୍ତା ସୃଷ୍ଟି କରିଛି। ସେ କ୍ରମାଗତ ଭାବେ ବିଫଳ ପ୍ରଦର୍ଶନ କରି ଆସୁଛନ୍ତି।
ଅପରପକ୍ଷରେ ଆୟର୍ଲାଣ୍ଡ ତା’ର ଅଭିଜ୍ଞ ଖେଳାଳିମାନଙ୍କ ଉପରେ ନିର୍ଭର କରିବ। ଏହି ମ୍ୟାଚ୍‌ରେ ଅଭିଜ୍ଞ ଖେଳାଳିମାନେ ଆଶାନୁରୂପ ପ୍ରଦର୍ଶନ କରିପାରିଲେ ଆୟର୍ଲାଣ୍ଡ ଇଂଲଣ୍ଡକୁ ଚକ୍‌ମା ଦେଇପାରିବ। ସିରିଜରେ ମଧ୍ୟ କେତେଜଣ ଯୁବ ଖେଳାଳି ଆଖିଦୃଶଆ ପ୍ରଦର୍ଶନ କରିଛନ୍ତି। ତେବେ ଦଳଗତ ପ୍ରଦର୍ଶନରେ ଆୟର୍ଲାଣ୍ଡ ବିଫଳ ହୋଇଛି। ଯାହା ଫଳରେ ଇଂଲଣ୍ଡ ପାଇଁ କାମ ସହଜ ହୋଇଛି।
ଦ୍ୱିତୀୟ ଦିନିକିଆ ମଧ୍ୟ ଏହି ପିଚ୍‌ରେ ଖେଳାଯାଇଥିଲା। ସ୍ପିନରମାନେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ। ଆକାଶ ସାମାନ୍ୟ ମେଘୁଆ ରହିବ ଓ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ଆଶା କରାଯାଉଛି। ଏହି ମୁକାବିଲାରେ ଇଂଲଣ୍ଡ ଫେଭରାଇଟ୍‌ ବିବେଚିତ ହେଉଛି।
ଇଂଲଣ୍ଡ ଦଳ(ସମ୍ଭାବ୍ୟ): ଇଅନ ମୋର୍ଗାନ (ଅଧିନାୟକ), ଜାସନ ରଏ, ଜନି ବେୟାରଷ୍ଟୋ (ଉଇକେଟକିପର), ଜେମ୍ସ ଭିନ୍ସ, ସାମ ବିଲିଙ୍ଗ୍ସ, ଟମ୍‌ ବାଣ୍ଟନ, ମୋଇନ ଅଲି, ଡେଭିଡ୍‌ ଓ୍ବିଲି, ଟମ୍‌ କୁରାନ, ଆଦିଲ ରସିଦ ଓ ସାକିବ ମେହମୁଦ।
ଆୟର୍ଲାଣ୍ଡ ଦଳ (ସମ୍ଭାବ୍ୟ): ଆଣ୍ଡି ବାଲବିର୍ନ (ଅଧିନାୟକ), ପଲ ଷ୍ଟିର୍ଲିଂ, ଗାରେଥ ଡେଲାନୀ, ହ୍ୟାରୀ ଟେକ୍ଟର, କେଭିନ୍‌ ଓ’ବ୍ରାଏନ, ଲୋରକାନ ଟକ୍କର (ଉଇକେଟକିପର), କର୍ଟିନ କ୍ୟାମ୍ପର, ସିମି ସିଂ, ଆଣ୍ଡି ମ୍ୟାକ ବ୍ରାଏନ, କ୍ରେଗ ୟଙ୍ଗ ଓ ଜୋଶ ଲିଟିଲ।
ସ୍ଥାନ: ସାଉଥାମ୍ପଟନ
ସମୟ: ସନ୍ଧ୍ୟା ୬.୩୦
ପ୍ରସାରଣ: ସୋନୀ ସିକ୍ସ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

ନୂଆ ଡ୍ରାମା କଲାଣି ପାକିସ୍ତାନ, ହଠାତ ଏମିତି କରି ଚମକାଇଲେ ବୋର୍ଡ ଅଧ୍ୟକ୍ଷ

ଇସଲାମାବାଦ,୧୯।୨: ପାକିସ୍ତାନରେ ଏକ ନୂଆ ବିବାଦ ଦେଖାଦେଇଛି। ପାକିସ୍ତାନ ହକି ଦଳର ଅଧିନାୟକ ଶକିଲ ଅମ୍ମାଦ ବଟ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ PHF (ପାକିସ୍ତାନ ହକି…

୦,୦,୦…ରେ ଆଉଟ ହୋଇଥିବା ଅଭିଷେକ ଶର୍ମାଙ୍କୁ ମିଳିଲା ଗୁରୁ ମନ୍ତ୍ର, ଗାଭାସ୍କର କହିଲେ…

ନୂଆଦିଲ୍ଲୀ,୧୯।୨: ଅଭିଷେକ ଶର୍ମା ୨୦୨୬ ଟି୨୦ ବିଶ୍ୱକପରେ ତିନୋଟି ଇନିଂସ ଖେଳିଛନ୍ତି, କିନ୍ତୁ ସେ ତାଙ୍କର ଖାତା ଖୋଲି ନାହାଁନ୍ତି। ସେ ତିନୋଟି ମ୍ୟାଚରେ ଶୂନ୍ୟରେ ଆଉଟ…

ରୋମାଣ୍ଟିକ ମୁଡ୍‌ରେ ସୁଇମିଂ ପୁଲ ଫଟୋ ଶେୟାର କଲେ ହାର୍ଦ୍ଦିକ ପାଣ୍ଡ୍ୟା, ଗର୍ଲ ଫ୍ରେଣ୍ଡକୁ ଜଣାଇଲେ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ,୧୯।୨: ICC T20 World Cup 2026 ମଧ୍ୟରେ, ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri