Categories: ଖେଳ

ଭାରତ ବିପକ୍ଷ ଟି୨୦,ଦିନିକିଆ ଲାଗି ଇଂଲଣ୍ଡର ଦଳ ଘୋଷଣା, ଚମକାଇଲା…

ଲଣ୍ଡନ,୧।୭: ଭାରତ ପରେ ଆୟୋଜକ ଇଂଲଣ୍ଡ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ଏବଂ ଦିନିକିଆ ସିରିଜ ଲାଗି ଶୁକ୍ରବାର ଦଳ ଘୋଷଣା କରିଛି। ଜୋସ୍‌ ବଟଲର୍‌ ଏହି ସିରିଜ ସହ ସୀମିତ ଓଭର କ୍ରିକେଟରେ ଇଂଲଣ୍ଡ ଟିମ୍‌ର ନେତୃତ୍ୱ ନେବେ। ଏହାଛଡ଼ା ଏଜବାଷ୍ଟନଠାରେ ଚାଲିଥିବା ଟେଷ୍ଟ ମ୍ୟାଚ୍‌ରେ ଖେଳୁଥିବା ଖେଳାଳିମାନେ ଟି-୨୦ ସିରିଜରେ ଖେଳିବେ ନାହିଁ। ସେହିଭଳି ଜନି ବେୟାରଷ୍ଟୋ, ଜୋ ରୁଟ୍‌ ଏବଂ ଟେଷ୍ଟ ଅଧିନାୟକ ବେନ୍‌ ଷ୍ଟୋକ୍ସ ଜୁଲାଇ ୧୨ରେ ଓଭାଲରେ ଖେଳାଯିବାକୁ ଥିବା ପ୍ରଥମ ଦିନିକିଆରେ ଦଳ ସହ ଯୋଡ଼ି ହେବେ। ଅପରପକ୍ଷେ ସୁଯୋଗ ମିଳିଥିବା ଖେଳାଳିଙ୍କ ମଧ୍ୟରେ ଟି-୨୦ ସ୍କ୍ବାର୍ଡରେ ଭେଟେରାନ୍‌ ଫାଷ୍ଟ ବୋଲର୍‌ ରିଚାର୍ଡ ଗ୍ଲାସନ ରହିଛନ୍ତି। ୩୪ ବର୍ଷୀୟା ଏହି କ୍ରିକେଟର ଟି-୨୦ ଅନ୍ତର୍ଜାତୀୟ ସିରିଜରେ ପ୍ରଥମ ଥର ଲାଗି ଦଳରେ ସ୍ଥାନ ପାଇବା କ୍ରିକେଟପ୍ରେମୀଙ୍କୁ ଚକିତ କରିଛି।

ଇଂଲଣ୍ଡ ଟି -୨୦ ଦଳ:
ଜୋସ ବଟଲର୍‌ (ଅଧିନାୟକ), ମୋଏନ୍‌ ଅଲି, ହ୍ୟାରି ବ୍ରୁକ୍‌, ସାମ୍‌ କୁରାନ୍‌, ରିଚାର୍ଡ ଗ୍ଲାସନ୍‌, କ୍ରିସ୍‌ ଜୋର୍ଡାନ୍‌, ଲିଆମ୍‌ ଲିଭିଙ୍ଗଷ୍ଟୋନ୍‌, ଡେଭିଡ୍‌ ମଲାନ, ଟାଇମଲ ମିଲ୍ସ, ମାଥ୍ୟୁ ପାର୍କିନ୍ସନ୍‌, ଜେସନ ରୟ, ଫିଲ ସଲ୍ଟ, ରିସ ଟୋପଲି, ଡେଭିଡ ୱିଲି

ଇଂଲଣ୍ଡ ଦିନିକିଆ ଦଳ:
ଜୋସ ବଟଲର୍‌ (ଅଧିନାୟକ), ମୋଏନ ଅଲି, ଜନି ବେୟାରଷ୍ଟୋ, ହ୍ୟାରି ବ୍ରୁକ୍ସ, ବ୍ରାଇଡେନ କାର୍ଲସ୍‌, ସାମ୍‌ କୁରାନ୍‌, ଲିଆମ୍‌ ଲିଭିଙ୍ଗଷ୍ଟୋନ୍‌, କ୍ରେଗ୍‌ ଓଭରଟନ୍‌, ମାଥ୍ୟୁ ପାର୍କିନ୍ସନ୍‌, ଜୋ ରୁଟ୍‌, ଜେସନ୍‌ ରୟ, ଫିଲ୍‌ ସଲ୍ଟ, ବେନ୍‌ ଷ୍ଟୋକ୍ସ, ରିସ୍‌ ଟୋପଲି, ଡେଭିଡ ୱିଲି

Share