Posted inଖେଳ

ସିରିଜ ବିଜୟ ଲକ୍ଷ୍ୟରେ ଇଂଲଣ୍ଡ

ସାଉଥାମ୍ପଟନ, ୨୦।୮: ଇଂଲଣ୍ଡ-ପାକିସ୍ତାନ ତୃତୀୟ କ୍ରିକେଟ ଟେଷ୍ଟ ଶୁକ୍ରବାରଠାରୁ ସ୍ଥାନୀୟ ରୋଜବାଓଲ ଷ୍ଟାଡିୟମରେ ଆରମ୍ଭ ହେବ। ପ୍ରଥମ ଟେଷ୍ଟରେ ଇଂଲଣ୍ଡ ବିଜୟୀ ହୋଇଥିଲା। ବର୍ଷା ଯୋଗୁ ଦ୍ୱିତୀୟ ଟେଷ୍ଟ ଡ୍ର ରହିଥିଲା। ତେଣୁ ଘରୋଇ ଦଳ ସିରିଜ ବିଜୟ ଲକ୍ଷ୍ୟରେ ଥିବାବେଳେ ପାକିସ୍ତାନ ପାଇଁ ମ୍ୟାଚ ଜିତିବା ଗୁରୁତ୍ୱପୂର୍ଣ୍ଣ ହୋଇ ପଡ଼ିଛି। ଦ୍ୱିତୀୟ ଟେଷ୍ଟ ପରି ତୃତୀୟ ଟେଷ୍ଟରେ ମଧ୍ୟ ବର୍ଷାର ପ୍ରଭାବ ରହିପାରେ। ତେବେ ପ୍ରଥମ ଦୁଇଦିନ ବର୍ଷା ହେବା ସମ୍ଭାବନା କମ୍‌। ଦୁଇ ଦଳର ଅଧିନାୟକ ଓ କୋଚ୍‌ଙ୍କ ସମ୍ମତି କ୍ରମେ ବର୍ଷାକୁ ଦୃଷ୍ଟିରେ ରଖି ଖେଳକୁ ଅଧଘଣ୍ଟା ପୂର୍ବରୁ ଆରମ୍ଭ କରାଯିବାକୁ ନିଷ୍ପତ୍ତି ହୋଇଛି। ତେବେ ପ୍ରତିଦିନର ଖେଳ ଆରମ୍ଭ ସମ୍ପର୍କରେ ମ୍ୟାଚ ରେଫରି ଚୂଡ଼ାନ୍ତ ନିଷ୍ପତ୍ତି ନେବେ।
ଏହି ମ୍ୟାଚକୁ ଛାଡ଼ିଦେଲେ ଇଂଲଣ୍ଡ ଚଳିତ ବର୍ଷ ଆଉ ଟେଷ୍ଟ ଖେଳିବା କାର୍ଯ୍ୟସୂଚୀ ନାହିଁ। ଆନୁଷ୍ଠାନିକଭାବେ କିଛି ସ୍ପଷ୍ଟ କରାଯାଇ ନ ଥିଲେ ହେଁ ଆସନ୍ତାବର୍ଷ ପ୍ରାରମ୍ଭରେ ଶ୍ରୀଲଙ୍କା ଓ ଭାରତ ବିପକ୍ଷରେ ଏହି ଦଳ ଟେଷ୍ଟ ଖେଳିବା କାର୍ଯ୍ୟକ୍ରମ ରହିଛି। କୋଭିଡ-୧୯ ସଂକ୍ରମଣ ଜନିତ ସ୍ଥିତି ସବୁକିଛି ଯୋଜନାକୁ ଏପଟ ସେପଟ କରି ଦେଉଛି। ପାକିସ୍ତାନ ଓ ଅଷ୍ଟ୍ରେଲିଆ ବିପକ୍ଷରେ ସୀମିତ ଓଭର କ୍ରିକେଟ ଖେଳିବାପରେ ଇଂଲଣ୍ଡ ଖେଳାଳିମାନେ ଆଇପିଏଲରେ ଅଂଶଗ୍ରହଣ କରିବେ। ଏହାପରେ ଦଳ ଦକ୍ଷିଣ ଆଫ୍ରିକା ଯାଇ ସୀମିତ ଓଭର କ୍ରିକେଟ ଖେଳିବା କାର୍ଯ୍ୟକ୍ରମ ରହିଛି।


ଇଂଲଣ୍ଡ ବ୍ୟାଟିଂ ଲାଇନ୍‌ଅପ୍‌ରେ ପରିବର୍ତ୍ତନ ହେବା ସମ୍ଭାବନା ନାହିଁ। ତେବେ ବୋଲିଂ ଲାଇନ୍‌ଅପ୍‌ରେ ରୋଟେଶନ ହେବା ଏକପ୍ରକାର ନିଶ୍ଚିତ। ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ ପରେ ମାର୍କ ଉଡ୍‌ ଆଉ ସୁଯୋଗ ପାଇ ନାହାନ୍ତି। ତେଣୁ ସେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇପାରନ୍ତି। ସେହିପରି ଦ୍ୱିତୀୟ ଟେଷ୍ଟରେ ଖେଳିପାରି ନ ଥିବା ଜୋଫ୍ରା ଆର୍ଚର ପୁଣି ଦଳକୁ ଫେରିପାରନ୍ତି। ଫର୍ମରେ ଥିବାରୁ ଜେମ୍ସ ଆଣ୍ଡରସନ, ଷ୍ଟୁଆର୍ଟ ବ୍ରଡ୍‌ ଓ କ୍ରିସ୍‌ ଓ୍ବକ୍ସଙ୍କୁ ସହଜରେ ଦଳରୁ ବାହାର କରି ହେବନାହିଁ। ସ୍ପିନର ଡମ୍‌ ବେସ୍‌ ଗତ ମ୍ୟାଚ ଗୁଡ଼ିକରେ ବିଶେଷ ସଫଳତା ପାଇ ନାହାନ୍ତି। ତେଣୁ ତାଙ୍କୁ ଦଳରୁ ବାହାରେ ରହିବାକୁ ପଡ଼ିପାରେ।
ଦ୍ୱିତୀୟ ଟେଷ୍ଟରେ ବୋଲିଂ ପାଇଁ ବିଶେଷ ସୁଯୋଗ ପାଇ ନ ଥିବାରୁ ପାକିସ୍ତାନର ୩ ପେସର ମହମ୍ମଦ ଆବାସ, ଶାହିନ ଶାହ ଆଫ୍ରିଦୀ ଓ ନଇମ ଶାହ ଅପରିବର୍ତ୍ତିତ ରହିବା ସମ୍ଭାବନା। ପାଣିପାଗର ପୂର୍ବାନୁମାନ ଦୃଷ୍ଟିରୁ ଦଳ ୨ ସ୍ପିନରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବା ସମ୍ଭାବନା କମ୍‌। ତେଣୁ ୧୧ ବର୍ଷ ପରେ ଟେଷ୍ଟ କ୍ରିକେଟକୁ ଫେରିଥିବା ଫଓ୍ବଦ ଆଲମ ପୂର୍ବ ମ୍ୟାଚରେ ଡକ୍‌(୦)ରେ ଆଉଟ ହୋଇଥିଲେ ହେଁ ଚୂଡ଼ାନ୍ତ ଏକାଦଶରେ ଅପରିବର୍ତ୍ତିତ ରହିବା ଆଶା କରାଯାଉଛି।
ସମ୍ଭାବ୍ୟ ଇଂଲଣ୍ଡ ଏକାଦଶ: ଜୋ ରୁଟ୍‌(ଅଧିନାୟକ), ରୋରି ବନର୍‌ସ, ଡୋମିନିକ୍‌ ସିବ୍‌ଲେ, ଜ୍ୟାକ କ୍ରଲି, ଓଲି ପୋପ୍‌, ଜୋସ୍‌ ବଟଲର, କ୍ରିସ୍‌ ଓ୍ବକ୍ସ, ମାର୍କ ଉଡ୍‌, ଜୋଫ୍ରା ଆର୍ଚର, ଷ୍ଟୁଆର୍ଟ ବ୍ରଡ୍‌, ଜେମ୍ସ ଆଣ୍ଡରସନ।
ସମ୍ଭାବ୍ୟ ପାକିସ୍ତାନ ଏକାଦଶ: ଆଝାର ଅଲୀ(ଅଧିନାୟକ), ଶାନ ମାସୁଦ, ଆବିଦ ଅଲୀ, ବାବର ଆଜମ, ଅସଦ ସାଫିକ୍‌, ଫଓ୍ବଦ ଆଲମ, ମହମ୍ମଦ ରିଜଓ୍ବାନ, ୟାସିର ଶାହ, ମମ୍ମଦ ଆବାସ, ଶାହିନ ଶାହ ଆଫ୍ରିଦୀ, ନଇମ ଶାହ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri