ବାଘଛାଲ ବିକୁଥିଲେ ଇଞ୍ଜିନିୟରିଂ ଛାତ୍ର

ବାରିପଦା ଅଫିସ,୨୦ା୯: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଥିବା ଗାନ୍ଧୀ ପାର୍କ ନିକଟରୁ କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ଟାସ୍କ ଫୋର୍ସ(ଏସ୍‌ଟିଏଫ୍‌) ଚଢ଼ାଉ କରି ୨ଫୁଟର କଲରାପତରିଆ ବାଘଛାଲ ଜବତ କରିଛି। ଏହି କାରବାରରେ ସମ୍ପୃକ୍ତ ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କ ସମେତ ୨ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତଦ୍ୱୟ ହେଲେ ବଡ଼ସାହି ଥାନା ଅଧୀନ ଉଠାଣୀନୂଆଗାଁ ଗ୍ରାମର ବିକାଶ ବେଣ୍ଟକର(୨୭) ଓ ଖାନୁଆ ପଞ୍ଚାୟତ ପଳାଶବଣୀ ଗ୍ରାମର ବିକାଶ ବିନୟ ସିଂ(୨୬)।
ସୂଚନା ଅନୁଯାୟୀ, ବିକାଶ ରଙ୍ଗ ମିସ୍ତ୍ରି ଭାବେ କାମ କରନ୍ତି। ଶିମିଳିପାଳ ଅଞ୍ଚଳକୁ ସେ କାମ କରିବାକୁ ଯାଇଥିବା ବେଳେ ବାଘ ଛାଲ କିଣିଥିଲେ। ଏହାକୁ ବିକ୍ରି କରିବା ପାଇଁ ସହଯୋଗୀ ଭାବେ ଡିଗ୍ରୀ ଇଞ୍ଜନିୟରିଂ ପାସ୍‌ କରିଥିବା ବିକାଶ ବିନୟଙ୍କ ସହିତ ଯୋଗାଯୋଗ କରିଥିଲେ। ପରେ ବିକାଶ ବିନୟ ଏହି ବାଘଛାଲର ଫଟୋକୁ ବିକ୍ରି କରିବା ଉଦ୍ଦେଶ୍ୟରେ ନିଜ ଫେସ୍‌ବୁକ୍‌ରେ ପୋଷ୍ଟ କରିଥିଲେ। ଚେନ୍ନାଇର କ୍ରାଇମ୍‌ କଣ୍ଟ୍ରୋଲ ବୋର୍ଡ ଏହି ଫଟୋ ଦେଖି ୱାଇଲ୍ଡ ଲାଇଫ୍‌ କ୍ରାଇମ୍‌ କଣ୍ଟ୍ରୋଲ ବୋର୍ଡ ଜବଲପୁରକୁ ଖବର ଦେଇଥିଲା। ଜବଲପୁରରୁ ଓଡ଼ିଶା ଏସ୍‌ଟିଏଫ୍‌କୁ ସୂଚନା ଦିଆଯାଇଥିଲା। ଏସ୍‌ଟିଏଫ୍‌ ପକ୍ଷରୁ ବାରିପଦା ବନ ବିଭାଗକୁ ଖବର ଦିଆଯିବା ସହ ଜଣେ କର୍ମଚାରୀ ଗ୍ରାହକ ସାଜି ବିକାଶ ବିନୟଙ୍କ ସହ ଯୋଗାଯୋଗ କରିଥିଲେ। ଯୋଜନା ଅନୁଯାୟୀ ସୋମବାର ବାଘଛାଲ ନେଇ ଆସିଥିବା ବେଳେ ଏସଟିଏଫ୍‌ ଓ ବନ କର୍ମଚାରୀମାନେ ବିକାଶ ବିନୟଙ୍କୁ କାବୁ କରିଥିଲେ। ତାଙ୍କଠାରୁ ବାଘଛାଲ ଓ ଦାନ୍ତ ଜବତ କରାଯାଇଛି। ବାଘଟି ଅଳ୍ପ ବୟସର ହୋଇଥିବା ବେଳେ ଏହାର ଲିଙ୍ଗ ଜଣାପଡ଼ିନାହିଁ। ବାଘଛାଲର ଡିଏନ୍‌ଏ ପରୀକ୍ଷା ପରେ ଲିଙ୍ଗ ଓ ବୟସ ଜଣାପଡ଼ିବ ବୋଲି ବିଭାଗ ସୂଚନା ଦେଇଛି। ଏହି ଚଢ଼ାଉରେ ୱାଇଲ୍ଡ ଲାଇଫ୍‌ କଣ୍ଟ୍ରୋଲ ବୋର୍ଡର କନଷ୍ଟେବଳ ରାଜୀବ ଦୀକ୍ଷିତ, ସହକାରୀ ବନ ସଂରକ୍ଷକ ଦିଲୀପ କୁମାର ବାରିକ, ବାରିପଦା ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀଧର ବେହେରା ପ୍ରମୁଖ ସାମିଲ ଥିଲେ ା ଏ ସଂକ୍ରାନ୍ତରେ ଏକ ମାମଲା (ଓଆର ୭୮/୨୦୨୧-୨୨) ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri