Categories: ଜାତୀୟ

ଇଞ୍ଜିନିୟରିଂ ଛାତ୍ରୀଙ୍କୁ ନିଶା ଦେଇ କାର୍‌ରେ ବଳାତ୍କାର

ଗୁରୁଗ୍ରାମ,୧୫।୨: ଗୁରୁଗ୍ରାମର ଏକ ମଲ୍‌ ପାର୍କିଂ ସ୍ଥଳରେ ଜଣେ ୨୭ ବର୍ଷୀୟା ଇଞ୍ଜିନିୟରିଂ ଛାତ୍ରୀଙ୍କୁ ନିଶା ଦେଇ କାର୍‌ ଭିତରେ ବଳାତ୍କାର କରାଯାଇଛି। ଅଭିଯୁକ୍ତ ଜଣକ ନିଯୁକ୍ତି ଦେବା ନାଁରେ ସାକ୍ଷାତ୍‌କାର ପାଇଁ ଛାତ୍ରୀଙ୍କୁ ଡକାଇଥିଲେ। ସେ ପୀଡ଼ିତାଙ୍କୁ ନିଶାଦ୍ରବ୍ୟ ମିଶା ପାଣି ପିଇବାକୁ ଦେବା ପରେ ବଳାତ୍କାର କରିଥିଲେ ବୋଲି ପୋଲିସ କହିଛି। ଡିଏଲ୍‌ଏଫ୍‌ ଅଞ୍ଚଳରେ ରହୁଥିବା ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ ସେ ଅନ୍‌ଲାଇନରେ ଚାକିରି ଖୋଜୁଥିବାବେଳେ ଅଭିଯୁକ୍ତଙ୍କ ଯୋଗାଯୋଗ ନମ୍ବର ପାଇଥିଲେ। ଅଭିଯୁକ୍ତ ନିଯୁକ୍ତି ପ୍ରତିଶ୍ରୁତି ଦେଇ ସାହାରା ମଲ୍‌କୁ ଡକାଇଥିଲେ। ଛାତ୍ରୀ ଜଣକ ସେଠାରେ ପହଞ୍ଚତ୍ବା ପରେ ତୁଷାର ତାଙ୍କୁ ମଲ୍‌ ପାର୍କିଂ ସ୍ଥଳକୁ ନେଇଯାଇ ନିଶାଦ୍ରବ୍ୟ ମିଶ୍ରିତ ପାଣି ପିଇବାକୁ ଦେଇଥିଲେ। ଛାତ୍ରୀ ଜଣକ ଅଚେତ ହୋଇଯିବା ପରେ ସେ ତାଙ୍କୁ କାର୍‌ ଭିତରକୁ ଠେଲିଦେଇ ବଳାତ୍କାର କରିଥିଲେ ବୋଲି ଅଭିଯୋଗ ହୋଇଛି।

Share