୪୦ ଜଣଙ୍କୁ ରୋଜଗାର ଯୋଗାଇଛନ୍ତି ଇଞ୍ଜିନିୟର ଚାଷୀ

ରାୟଗଡ଼ା ଅଫିସ,୧୯ା୧୧: ଗୋଟିଏ ପଟେ ଚାଷୀ ଚାଷକାମରୁ ଦୂରେଇ ଚାକିରି ପାଇଁ ରାଜ୍ୟ ବାହାରକୁ ଯାଉଥିବାବେଳେ ଅନ୍ୟପଟେ ଯୁବଗୋଷ୍ଠୀ ଚାକିରି ଛାଡ଼ି ଚାଷକୁ ଆପଣାଉଛନ୍ତି। ଆଧୁନିକ ପ୍ରଣାଳୀରେ ଚାଷ କରି ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ ରୋଜଗାର ଯୋଗାଇବାକୁ ଇଚ୍ଛାପ୍ରକାଶ କରୁଛନ୍ତି। ଏଭଳି ଜଣେ ଯୁବ ଚାଷୀ ହେଲେ ରାୟଗଡ଼ା ଜିଲା କୋଲନରା ବ୍ଲକ ପେଣ୍ଟା ପଞ୍ଚାୟତ ଅନ୍ତର୍ଗତ ଅମ୍ଳାଭଟା ଗ୍ରାମର ସତ୍ୟ ପ୍ରବୀଣ (୩୫)। ଇଲେକ୍ଟ୍ରୋନିକ୍‌ସ ଆଣ୍ଡ ଟେଲି କମ୍ୟୁନିକେସନରେ ବି. ଟେକ୍‌ କରି ସେ ବିଭିନ୍ନ ବଡ଼ କମ୍ପାନୀରେ କାମ କରିଛନ୍ତି। ମାଲେସିଆର ଏକ ଘରୋଇ କମ୍ପାନୀରେ କାମ କରି ଭଲ ଦରମା ମଧ୍ୟ ପାଉଥିଲେ। ହେଲେ ଦେଶ ବାହାରେ କାମ କରିବା ବଦଳରେ ଗାଁରେ ଚାଷ କରି ନିଜେ ରୋଜଗାରକ୍ଷମ ହେବା ସହ ଅନ୍ୟ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ସେ ଚିନ୍ତା କରି ଗାଁକୁ ଫେରିଥିଲେ। ଏବେ ସତ୍ୟ ପ୍ରବୀଣ ଆତ୍ମନିର୍ଭର ହେବା ସହ ୪୦ ଜଣଙ୍କୁ କାମ ଯୋଗାଇ ଅନ୍ୟପାଇଁ ଉଦାହରଣ ପାଲଟିଛନ୍ତି।
ପାରମ୍ପରିକ ଚାଷ ବଦଳରେ ସତ୍ୟ ପ୍ରବୀଣ ଆଧୁନିକ ଚାଷ ପ୍ରଣାଳୀକୁ ଆପଣାଇ ସଫଳତା ପାଇଛନ୍ତି। ସତ୍ୟ ପ୍ରବୀଣଙ୍କ ବାପା କପା ଏବଂ ପାମ୍‌ ଅଏଲ ଚାଷ କରି ସତ୍ୟ ପ୍ରବୀଣଙ୍କ ସମେତ ଅନ୍ୟ ୨ ପୁଅଙ୍କୁ ଉଚ୍ଚ ଶିକ୍ଷିତ କରାଇଛନ୍ତି। ଏବେ ସତ୍ୟ ପ୍ରବୀଣ ମଧ୍ୟ ବାପାଙ୍କ ପଥକୁ ଅନୁସରଣ କରିଛନ୍ତି। ଚାକିରି ଛାଡ଼ି ଚାଷ କରିବା ନିଷ୍ପତ୍ତିକୁ ପ୍ରଥମେ ପରିବାର ଲୋକ ଗ୍ରହଣ କରି ନ ଥିଲେ ମଧ୍ୟ ନିଜ ଇଚ୍ଛାଶକ୍ତି ଏବଂ ନିଷ୍ଠା ବଳରେ ସତ୍ୟ ପ୍ରବୀଣ ସଫଳତା ପାଇ ମସସ୍ତଙ୍କୁ ଚକିତ କରିଛନ୍ତି। ୧୦ ମାସ ହେଲା ସେ ଚାଷ ଆରମ୍ଭ କରିଛନ୍ତି। ଲିଜ୍‌ରେ ଜମି ନେଇ ସେ ଫୁଲକୋବି, ଟମାଟ, ଲେମନ୍‌ ଗ୍ରାସ୍‌ ଆଦି ଚାଷ କରୁଛନ୍ତି। ତେବେ ପାରମ୍ପରିକ ଭାବେ ବର୍ଷା ଉପରେ ନିର୍ଭର ନ କରି ସତ୍ୟ ପ୍ରବୀଣ ଡ୍ରିପ୍‌ ଜଳସେଚନ ମାଧ୍ୟରେ ଚାଷ କରୁଛନ୍ତି। ବୋର୍‌ଓ୍ବେଲରୁ ପାଇପ ଦ୍ୱାରା ସିଧାସଳଖ ବୁନ୍ଦା ଜଳସେଚନ କରୁଛନ୍ତି। ଏହାଦ୍ୱାରା ବାଟରେ ପାଣି ଅପଚୟ ମଧ୍ୟ ହେଉନାହିଁ। ୧୦ ଏକର ଜମିରେ ଫୁଲକୋବି, ୬ ଏକର ଜମିରେ ଲେମନ ଗ୍ରାସ୍‌, ସାଢ଼େ ୩ ଏକରରେ ଟମାଟୋ ଲଗାଇଛନ୍ତି। ତାଙ୍କ ଦ୍ୱାରା ଉତ୍ପାଦିତ ପରିବା ଗଞ୍ଜାମ ଜିଲାର ବ୍ରହ୍ମପୁର, ହିଞ୍ଜିଳିକାଟୁ ସମେତ ରାୟଗଡ଼ା, ଜେକେପୁର, ଥେରୁବାଲି ଏପରି ବିଭିନ୍ନ ଅଞ୍ଚଳକୁ ଯାଇଥାଏ। ଏ ନେଇ ସହାୟକ ଉନୟନ ଉଦ୍ୟାନ କୃଷି ବିଭଗ ଅଧିକାରୀ ରାକେଶ ମିଶ୍ର କହିଛନ୍ତି, ବିଭାଗ ତରଫରୁ କୃଷି କାର୍ଯ୍ୟରେ ସବ୍‌ସିଡି ପ୍ରଦାନ କରାଯାଉଛି। ଡ୍ରିପ୍‌ ଉପାୟରେ କୃଷି ବହୁତ ଉପଯୋଗୀ ହେଉଛି। ତେଣୁ ଚାଷ ପାଇଁ ଆସୁଥିବା ଯୁବଗୋଷ୍ଠୀଙ୍କୁ ଉତ୍ସାହିତ କରାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri