ଲୁଣାନଦୀ ବନ୍ଧର ସ୍ଥିତି ପରଖିଲେ ସର୍ବୋଚ୍ଚ ଯନ୍ତ୍ରୀ

ଡେରାବିଶ,୨୮ା୧୧(ସ୍ବ.ପ୍ର.): ଲୁଣା-କରାଣ୍ଡିଆ ଦ୍ୱିପାଞ୍ଚଳର ମାର୍ଶାଘାଇ ବ୍ଲକ ପକ୍ଷୋଟ ଠାରେ ଲୁଣାନନୀ ବନ୍ଧ ଭୁଶୁଡ଼ିବା ଘଟଣାରେ ରବିବାର ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଇଂ. ଭକ୍ତ ରଞ୍ଜନ ମହାନ୍ତି, ମୁଖ୍ୟଯନ୍ତ୍ରୀ ଇଂ. ସାଗର ମହାନ୍ତି, ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଇଂ. ପୂର୍ଣ୍ଣଚନ୍ଦ୍ର ରଥ ଘଟଣା ସ୍ଥଳରେ ପହଞ୍ଚତ୍ ଦବିଯାଇଥିବା ବନ୍ଧର ସ୍ଥିତି ଅନୁଧ୍ୟାନ କରିଛନ୍ତି। ପକ୍ଷୋଟଠାରେ ଚଳିତ ମାସ ୫ ତାରିଖ ଦିନ ଲୁଣାନଦୀର ଦକ୍ଷିଣ ପାର୍ଶ୍ୱ ବନ୍ଧ ଦବିବା ଆରମ୍ଭ କରିଥିଲା। ୭ ତାରିଖ ଦିନ ସୁଦ୍ଧା ନଦୀବନ୍ଧ ୩୦୦ ଫୁଟ ଲମ୍ବର ଓ ୧୨ ଫୁଟ ତଳକୁ ଧସିଯାଇଥିଲା। ନଦୀବନ୍ଧ ପାର୍ଶ୍ୱରେ ଥିବା ପକ୍ଷୋଟ, ଜଳପୋକ, କଣିବାଙ୍କ, ଶିଶୁଆ, ସଠିଲୋ, ପୁରୁଷୋତ୍ତମପୁର ଆଦି ଗ୍ରାମର ଲୋକମାନେ ଆଶଙ୍କାରେ ଦିନ କାଟୁଛନ୍ତି। ଏବେ ନଦୀ ବନ୍ଧ ଦବିବା ବନ୍ଦ ରହିଛି । ବିଭାଗୀୟ ଅଧିକାରୀମାନେ ଉକ୍ତ ବନ୍ଦର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହାର ସ୍ଥାୟୀ ପ୍ରତିକାର ନିମନ୍ତେ ପଦକ୍ଷେପ ନେବା ପାଇଁ ବିଭାଗୀୟ ସଚିବଙ୍କ ସହ ଆଲୋଚନା କରିବେ ବୋଲି ସର୍ବୋଚ୍ଚ ଯନ୍ତ୍ରୀ ମହାନ୍ତି ପ୍ରକାଶ କରିଛନ୍ତି। ସର୍ବୋର୍ଚ୍ଚ ଯନ୍ତ୍ରୀଙ୍କ ଗ୍ରସ୍ତ ସମୟରେ ମହାନଦୀ ନର୍ଥ ଡିଭିଜନ୍‌ର ଅଧୀକ୍ଷଣ ଯନ୍ତ୍ରୀ ସଞ୍ଜୀବ କୁମାର ବେହେରା, ପୁନ୍ଦାଳ ଉପଖଣ୍ଡର ସହକାରୀ ନିର୍ବାହୀ ଯନ୍ତ୍ରୀ ରାକେଶ ନାୟକ,ପୂର୍ବତନ ସରପଞ୍ଚ ଅଜୟ କୁମାର ରାଉତ ଓ ଶିକ୍ଷାବିତ୍‌ ଉତ୍ତମ କୁମାର ସ୍ବାଇଁ ପ୍ରମୁଖ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।