Categories: ଜାତୀୟ

ସୁଫରଫାଷ୍ଟ ଏକ୍ସପ୍ରେସ୍‌ର ବଗିରୁ ଇଞ୍ଜିନ୍‌ ହେଲା ଅଲଗା: ଯାତ୍ରୀ ଆତଙ୍କିତ

ଲକ୍ଷ୍ନୌ,୩।୪: ସପ୍ତକ୍ରାନ୍ତି ସୁଫରଫାଷ୍ଟ୍‌ ଏକ୍ସପ୍ରେସ୍‌ରେ ଏକ ଅଭାବନୀୟ ଘଟଣା ଘଟିଛି। ଉତ୍ତରପ୍ରଦେଶର ଆନନ୍ଦବିହାରରୁ ବିହାରର ମୁଜାଫରପୁର ଯାଉଥିବା ଏକ୍ସପ୍ରେସ୍‌ ଶୁକ୍ରବାର ୧୦ଟା ୪୫ରେ ଲକ୍ଷ୍ନୌ ଷ୍ଟେଶନରେ ପହଞ୍ଚିଥିଲା। ୧୦ ମିନିଟ ରହିବା ପରେ ଏହା ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିଥିଲା। ତେବେ ଷ୍ଟେଶନରୁ ବାହାରିବାର କିଛି ସମୟ ପରେ ଟ୍ରେନ୍‌ର ଏକ କପଲିଂ ଭାଙ୍ଗିଯାଇଥିଲା। ଫଳରେ ଇଞ୍ଜିନ ସହିତ କେତେକ ବଗି ଅଲଗା ହୋଇଯାଇଥିଲା। ଫଳରେ ଅବଶିଷ୍ଟ ବଗିଗୁଡ଼ିକ ଇଞ୍ଜିନଠାରୁ ଅଲଗା ହୋଇ ଯାଇଥିଲା। ଫଳରେ ଯାତ୍ରୀମାନେ ଆତଙ୍କିତ ହୋଇପଡ଼ିଥିଲେ। ବଗିଗୁଡ଼ିକ ବିନା ଇଞ୍ଜିନ୍‌ରେ ଏକ କିଲୋମିଟରରୁ ଅଧିକ ବାଟ ଯିବା ପରେ ସୁରକ୍ଷାକର୍ମୀ ଏବଂ ଲୋକେ ପାଇଲଟ୍‌ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଏହାକୁ ଅଟକା ଯାଇଥିଲା। ଟ୍ରେନ ଇଞ୍ଜିନ ବଗିଗୁଡ଼ିକ ନିକଟରେ ପହଞ୍ଚିବା ପରେ ପୁଣି ନୂଆ କପଲିଂ କରାଯାଇଥିଲା। ଏହାପରେ ଟ୍ରେନ୍‌ଟି ଗନ୍ତବ୍ୟ ପଥରେ ଯାତ୍ରା ଆରମ୍ଭ କରିଥିଲା। ଟ୍ରେନ୍‌ର ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିବା ଲକ୍ଷ୍ନୌ ଏନ୍‌ଆର୍‌ ଡିଆର୍‌ଏମ୍‌ ସଞ୍ଜୟ ତ୍ରିପାଠି ସୂଚନା ଦେଇଛନ୍ତି। ଟ୍ରେନ୍‌ରେ ଲାଗିଥିବା ଲୋକାଲ କପଲିଂ ଭାଙ୍ଗି ଯାଇଥିଲା। ତେବେ ଏହାକୁ ପୁଣି ଯୋଡ଼ା ଯାଇଥିବା ସେ କହିଛନ୍ତି।

Share