Categories: ଜାତୀୟ

ଅଭିଷେକ ବାନାର୍ଜୀଙ୍କୁ ଇଡିର ନୂଆ ସମନ

କୋଲକାତା,୪।୧୦: ଟିଏମସି ନେତା ଅଭିଷେକ ବାନାର୍ଜୀଙ୍କୁ ଅକ୍ଟୋବର ୯ରେ ଯାଞ୍ଚ୍‌ରେ ସାମିଲ ହେବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଏକ ନୂଆ ସମନ ଜାରି କରିଛି। ଶିକ୍ଷକ ନିଯୁକ୍ତି ମାମଲାରେ ଅକ୍ଟୋବର ୩ରେ ଏଜେନ୍ସି ସମ୍ମୁଖରେ ହାଜର ହେବାକୁ ଟିଏମସି ଏମ୍‌ପିଙ୍କୁ ସମନ ଜାରି କରାଯାଇଥିଲା। ତେବେ ସରକାରୀ ଯୋଜନାଗୁଡିକର ଦେୟକୁ ନେଇ ଦିଲ୍ଲୀରେ ଦଳର ବିରୋଧ ଯୋଗୁ ଅଭିଷେକ ଇଡି ସମ୍ମୁଖରେ ହାଜର ହୋଇ ନ ଥିଲେ। ଏହା ପରେ କେନ୍ଦ୍ରୀୟ ଏଜେନ୍ସି ତାଙ୍କୁ ବୁଧବାର ଏକ ନୂଆ ସମନ ପଠାଇଛନ୍ତି। ଏହାପୂର୍ବରୁ ସେପ୍ଟେମ୍ବର ୧୩ରେ ଅଭିଷେକଙ୍କୁ ସାଲ୍ଟଲେକର ଇଡି କାର୍ଯ୍ୟାଳୟରେ ନଅ ଘଣ୍ଟା ପଚରାଉଚରା କରାଯାଇଥିଲା।

Share