ଯୁଦ୍ଧ କ୍ଷେତ୍ରରେ ଶତ୍ରୁଙ୍କୁ ଦେଖା ଯିବେନି ସୈନ୍ୟ, ନୂତନ ଜ୍ଞାନକୌଶଳରେ ହେବ ସମ୍ଭବ…

ତେଲ ଅଭିବ୍‌,୩୦।୬: ଯୁଦ୍ଧ କ୍ଷେତ୍ରରେ ଶତ୍ରୁଙ୍କୁ ସୈନ୍ୟ ଦେଖା ଯିବେନି। ଫଳରେ ସହଜରେ ଶତ୍ରୁ ସୈନ୍ୟଙ୍କ ଉପରେ ଆକ୍ରମଣ କରାଯାଇ ବିଜୟ ଲାଭ କରିହେବ। ଏଭଳି ନୂଆ ଜ୍ଞାନକୌଶଳ ଇସ୍ରାଏଲ୍‌ର ପ୍ରତିରକ୍ଷା ମନ୍ତ୍ରଣାଳୟ ପୋଲାରିସ୍‌ ସଲ୍ୟୁଶନ କମ୍ପାନୀ ସହିତ ମିଳିତ ହୋଇ ନିର୍ମାଣ କରିଛି। ଏଥିପାଇଁ ଏକ କିଟ୍‌ ପ୍ରସ୍ତୁତ କରାଯାଇଛି। ଏହାକୁ କିଟ୍‌-୩୦୦ ଭାବେ ନାମିତ କରାଯାଇଛି। ଏହାକୁ ପିନ୍ଧିଲେ ସୈନ୍ୟମାନେ ପଥର ଭଳି ଦେଖାଯିବେ। ଫଳରେ ଶତ୍ରୁ ପକ୍ଷଙ୍କୁ ସହଜରେ ଭ୍ରମରେ ପଡ଼ିବେ। ଏହି କିଟ୍‌ ପ୍ରସ୍ତୁତିରେ କେତେକ ଧାତୁ, ମାଇକ୍ରୋଫାଇବର, ପଲିମର୍‌ ଆଦି ବ୍ୟବହୃତ ହୋଇଛି। ଏହି କିଟ୍‌ର ଓଜନ ୫୦୦ ଗ୍ରାମ୍‌। ଫଳରେ ଏହାକୁ ସହଜରେ ପ୍ରତି ସୈନ୍ୟ ବୋହି ନେବାକୁ ସକ୍ଷମ ହେବେ।

Share