Categories: ଜାତୀୟ

ଦେଶରୁ ଶେଷ ହେଉଛି ବଂଶବାଦ ରାଜନୀତି: ମୋଦି

ପୁଡୁଚେରୀ,୨୫।୨: ଦେଶରୁ କଂଗ୍ରେସର ସାମନ୍ତବାଦୀ, ବଂଶବାଦ ତଥା ସଂରକ୍ଷଣ ରାଜନୀତି ଶେଷ ହେବାରେ ଲାଗିଛି। ସମ୍ପ୍ରତି ଇତିହାସରେ ପ୍ରଥମଥର ପାଇଁ ଲୋକ ସଭାରେ କଂଗ୍ରେସ ସଦସ୍ୟଙ୍କ ସଂଖ୍ୟା ଶହେରୁ କମ୍‌ ରହିଛି। କଂଗ୍ରେସକୁ ଦେଶବାସୀ ପ୍ରତ୍ୟାଖାନ କରିଛନ୍ତି। ଧୀରେଧୀରେ ବିଭିନ୍ନ ରାଜ୍ୟରେ କଂଗ୍ରେସ ସରକାରଙ୍କ ପତନ ଘଟି ଚାଲିଛି। ଏବେ ଲୋକେ ବିକାଶକୁ ଗୁରୁତ୍ୱ ଦେଉଛନ୍ତି। ଆଗାମୀ ଦିନରେ ଦେଶରେ କୃଷକଙ୍କ ଆର୍ଥିକ ବିକାଶ ଲାଗି ଗ୍ରାମୀଣ ଏବଂ ଉପକୂଳ କ୍ଷେତ୍ରରେ ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି କରାଯିବ। ଏହା ଦ୍ୱାରା କୃଷକ ନିଜ ଉତ୍ପାଦକୁ ସହଜରେ ବଜାରରେ ପହଞ୍ଚାଇପାରିବେ। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଡୁଚେରୀର ଜବାହରଲାଲ୍‌ ଇନଷ୍ଟିଚ୍ୟୁଟ ଅଫ୍‌ ପୋଷ୍ଟଗ୍ରାଜୁଏଟ୍‌ ମେଡ଼ିକାଲ ଏଜୁକେଶନ ଆଣ୍ଡ ରିସର୍ଚ୍ଚର ଏକ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି। ଦେଶରେ ସ୍ବାସ୍ଥ୍ୟ ସେବାର ବିକାଶ ଜାରି ରହିଛି। ପ୍ରତିଟି ଲୋକଙ୍କ ପାଖରେ ଆବଶ୍ୟକ ସ୍ବାସ୍ଥ୍ୟ ସେବା ସୁବିଧା ପହଞ୍ଚାଇବା ଲକ୍ଷ୍ୟ ନେଇ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ସ୍ବାସ୍ଥ୍ୟରେ ନିବେଶର ବହୁ ସୁଯୋଗ ସୃଷ୍ଟି ହୋଇଛି। ଏହାଯୋଗୁ ଭବିଷ୍ୟତରେ ହେଲଥ୍‌ କେୟାର ସେକ୍ଟର ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହାସଲ କରିବାର ସମ୍ଭାବନା ଉଜ୍ୱଳ ହୋଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।

Share