ବିପଦରେ ସାମୁଦ୍ରିକ ପ୍ରାଣୀ, ଭିତରକନିକା

କେନ୍ଦ୍ରାପଡ଼ା ଅଫିସ, ୨୫ା୬: କେନ୍ଦ୍ରାପଡ଼ା ଜିଲା ଜାତୀୟ ଉଦ୍ୟାନ ଭିତରକନିକାର ଜୈବବିବିଧତା ଉପରେ ବିପଦ ଘନେଇ ଆସୁଛି। ଏଠାରେ ଥିବା ସାମୁଦ୍ରିକ ଓ ବନ୍ୟପ୍ରାଣୀ ମୃତ୍ୟୁଆଡ଼କୁ ଠେଲିହୋଇ ଯାଉଛନ୍ତି। ମଧୁର ଜଳର ସଙ୍କଟ ସହ ଶିଳ୍ପ ପ୍ରଦୂଷଣ ଏଥିପାଇଁ କାରଣ ସାଜିଛି। କେବଳ ବ୍ରାହ୍ମଣୀ ନଦୀରୁ ଶିଳ୍ପ ଓ ଖଣି ଲାଗି ବର୍ଷକୁ ୮୬.୨୬ ମିଲିୟନ କ୍ୟୁବିକ୍‌ ମିଟର ଉଠାଯାଉଛି। ସେହିପରି ଶିଳ୍ପ ପ୍ରଦୂଷଣରେ ଅନୁଗୋଳ ଓ ଭିତରକନିକା ମଧ୍ୟରେ ଥିବା ବ୍ରାହ୍ମଣୀ ଜଳ ବିଷାକ୍ତ ବୋଲି କେନ୍ଦ୍ର ପର୍ଯ୍ୟାବରଣ ବିଭାଗ ରିପୋର୍ଟରୁ ପ୍ରକାଶ ପାଇଛି।
ଭିତରକନିକାର ଜୈବବିବିଧତା ଓ ଏହାର ସମନ୍ବିତ ପରିଚାଳନା ସମ୍ପର୍କରେ ରିସର୍ଚ୍ଚ କରୁଥିବା ଅଧ୍ୟାପକ ଦେବୀ ପ୍ରସାଦ ସାହୁ, ଅଧ୍ୟାପକ ଶରତ କୁମାର ସାହୁ ଓ ଅଧ୍ୟାପକ କ୍ଷୀତିଶ କୁମାର ସିଂହ କହିଛନ୍ତି, ଭିତରକନିକା ପରିବେଶ ଏବେ ଉଦ୍‌ବେଗଜନକ ସ୍ଥିତି ଆଡ଼କୁ ଯାଉଛି। ପ୍ରତିଦିନ ଏହି ଆର୍ଦ୍ରଭୂମିରେ ଜମା ହେଉଥିବା ପ୍ରଦୂଷିତ ଜଳ ଜୀବଜଗତ ପ୍ରତି ବିପଦ ସାଜିଛି। କେନ୍ଦ୍ର ପର୍ଯ୍ୟାବରଣ ବିଭାଗ ପକ୍ଷରୁ ୨୦୦୮ରୁ ୨୦୧୮ ମଧ୍ୟରେ ବ୍ରାହ୍ମଣୀ, ବୈତରଣୀ ଅବବାହିକାର ଜଳ ସମ୍ପର୍କରେ ଅନୁଧ୍ୟାନ କରାଯାଇ ପ୍ରସ୍ତୁତ ରିପୋର୍ଟରେ ଉଲ୍ଲେଖ ହୋଇଛି। ଏଥିସହ ଭିତରକନିକାକୁ ପ୍ରବେଶ କରୁଥିବା ଜଳଉତ୍ସ ଉପରେ ନିର୍ଭର କରୁଥିବା ଲୁହା ଓ ଆଲୁମିନିୟମ ଶିଳ୍ପ, ସିମେଣ୍ଟ, ଫେରୋକ୍ରୋମ୍‌, ସାର କାରଖାନା ଆଦିର ଜଳ ଗ୍ରହଣ ଓ ପ୍ରଦୂଷିତ ଜଳ ପ୍ରେରଣକୁ ନେଇ ଅନୁଧ୍ୟାନ ହୋଇଥିଲା। ଏହି ଅନୁଧ୍ୟାନରେ ବ୍ରାହ୍ମଣୀ ଜଳ ଶିଳ୍ପ ପାଇଁ ଅଧିକ ପ୍ରଦୂଷିତ ହେଉଥିବା ଦର୍ଶାଯାଇଛି। ଏପରି କି ଅନୁଗୋଳଠାରେ ପାଣି ଓ ଭିତରକନିକା ପାଣି ସାମ୍ପଲ ମଧ୍ୟରେ ୧୦ ଗୁଣ ବ୍ରାହ୍ମଣୀ ଜଳ ବିଷାକ୍ତ ବୋଲି ରିପୋର୍ଟରେ ଉଲ୍ଲେଖ ହୋଇଛି। ଭିତରକନିକା ଜୈବବିବିଧତା ସୁରକ୍ଷାରେ ବ୍ରାହ୍ମଣୀ, ବୈତରଣୀ ଓ ମହାନଦୀର ଜଳ ଗୁରୁତ୍ୱ ବହନ କରୁଛି। ତେବେ ଏଥିମଧ୍ୟରୁ ସର୍ବାଧିକ ଜଳ ବ୍ରାହ୍ମଣୀ ନଦୀ ଯୋଗାଇଥାଏ। ଏହି ନଦୀ ଅବବାହିକାରେ ଜନସଂଖ୍ୟା ବୃଦ୍ଧିକୁ ତାଳ ଦେଇ ଶିଳ୍ପ ବୃଦ୍ଧି ପାଇବାରେ ଲାଗିଛି। ଶିଳ୍ପରୁ ବାହାରୁଥିବା ଫ୍ଲାଏ ଆଶ୍‌ ବା ଉଡ଼ନ୍ତା ପାଉଁଶର ନିୟନ୍ତ୍ରଣ ପାଇଁ ଜଳର ଆବଶ୍ୟକତା ଅଛି। ଶିଳ୍ପ ଓ ଖଣି କାର୍ଯ୍ୟ ଲାଗି ବର୍ଷକୁ ୮୬.୨୬ ଏମ୍‌ସିଏମ୍‌ ଜଳ ବ୍ରାହ୍ମଣୀ ନଦୀରୁ ଉତ୍ତୋଳନ ହେଉଛି। ନଦୀ ଅବବାହିକାରେ ଥିବା ଅନୂ୍ୟନ ୧୦ ଖଣି ପାଇଁ ଦୈନିକ ୧୫,୮୦୦ କିଲୋ ଲିଟର ବ୍ୟବହାର ହେଉଛି। ଏହାବ୍ୟତୀତ ଜନସାଧାରଣଙ୍କ ମୌଳିକ ଆବଶ୍ୟକତା ପାନୀୟ ଜଳ ଓ ଚାଷ ପାଇଁ ମେଗା ପ୍ରକଳ୍ପମାନ ପ୍ରତିଷ୍ଠା ହୋଇଛି। ଶିଳ୍ପରୁ ବାହାରୁଥିବା ପ୍ରଦୂଷିତ ଜଳ ନଦୀକୁ ବିଷାକ୍ତ କରୁଛି। ଶିଳ୍ପ ଓ ଜନସାଧାରଣଙ୍କ ଆବଶ୍ୟକତା ପାଇଁ ନଦୀରେ ଜଳସଙ୍କଟ ଆରମ୍ଭ ହୋଇଛି। ଏହି କେନ୍ଦ୍ରୀୟ ବିଭାଗର ୨୦୧୩ ରିପୋର୍ଟ ମଧ୍ୟ ଅନୁରୂପ ମତ ଉଲ୍ଲେଖ କରିଛି। ଭିତରକନିକାରେ ଜମା ହେଉଥିବା ବିଷାକ୍ତ ଜଳ ସାମୁଦ୍ରିକ ଓ ବନ୍ୟପ୍ରାଣୀ ସମେତ ଜୈବବିବିଧତାର ବିପଦ ସାଜିଛ। ବିଷାକ୍ତ ଜଳର ବିଶୁଦ୍ଧୀକରଣ ବ୍ୟବସ୍ଥା ସମ୍ପର୍କରେ ଅଦ୍ୟାବଧି କୌଣସି ଯୋଜନା ପ୍ରସ୍ତୁତ ହୋଇନାହିଁ। ଏପରି କି ନିକଟରେ ଥିବା ଧାମରା ଓ ପାରାଦୀପ ବନ୍ଦରକୁ ବଡ଼ ଜାହାଜ ଓ ନିକଟସ୍ଥ ଅଏଲ ରିଫାଇନାରିରୁ ତେଲ ଲିକ୍‌ ହେବାର ସମ୍ଭାବନା ଅଛି। ଏହି ବିପଦରୁ ମୁକ୍ତ ପାଇଁ ଓ ଜୈବବିବିଧତା ସମନ୍ବିତ ପରିଚାଳନା ଲାଗି ପର୍ଯ୍ୟାବରଣ ବିଭାଗ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ ବୋଲି ଏହି ଗବେଷକମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri