ବିପଦରେ ଛୁଆ ହାତୀ

ଢେଙ୍କାନାଳ ଅଫିସ/ ଭାପୁର(ଡି.ଏନ୍‌.ଏ.) ୧।୪ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହର ସିଧାସଳଖ ପ୍ରଭାବ ଢେଙ୍କାନାଳର ବନ୍ୟଜୀବନ ଉପରେ ପଡ଼ିଲାଣି। ଜଙ୍ଗଲରେ ଖାଦ୍ୟ ଓ ପାଣି ଅଭାବ ହାତୀ ଭଳି ବିଶାଳକାୟ ତୃଣଭୋଜୀ ପ୍ରାଣୀଙ୍କୁ ଗଁା ମୁହଁା କରାଇଛି। କମ୍‌ ବୟସର ଛୁଆ ହାତୀ ଗୋଠରୁ ଅଲଗା ହେବା ଫଳରେ ସେମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି।
ସଦର ରେଞ୍ଜ୍‌ ଅନ୍ତର୍ଗତ ଭାପୁର ନୂଆସାହି ନିକଟବର୍ତ୍ତୀ ଅଞ୍ଚଳକୁ ବାଟବଣା ହୋଇ ଚାଲି ଆସିଥିବା ହାତୀ ଶାବକ ପାଇଁ ଗୁରୁବାର ବନ ବିଭାଗକୁ ନାକେଦମ ହେବାକୁ ପଡ଼ିଛି। ଉକ୍ତ ଛୁଆ ହାତୀ ମା’ଠାରୁ ଅଲଗା ହୋଇ ଦୁଇଦିନ ହେଲା ଗଁା ତଳି ଅଞ୍ଚଳରେ ଘୂରି ବୁଲୁଥିଲା। ସୂଚନା ପାଇ ବନ କର୍ମଚାରୀ ପହଞ୍ଚତ୍ ତା’କୁ ଜଙ୍ଗଲ ଆଡ଼କୁ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ। ତେବେ ଲୋକଙ୍କ ଗହଳି ଏବଂ ହୋହଲ୍ଲା ପାଇଁ ହାତୀ ଶାବକ ଭୟଭୀତ ହୋଇପଡ଼ିଥିଲା। ତେଣୁ ସେ ଇତସ୍ତତଃ ହୋଇ ଏଣେତେଣେ ଦୌଡ଼ିବା ସହିତ ହାଲିଆ ହୋଇପଡ଼ିଥିଲା। ସନ୍ଧ୍ୟା ସୁଦ୍ଧା ଛୁଆ ହାତୀ ଗଁା ପାଖ ବୁଦୁବୁଦିଆ ଜଙ୍ଗଲ ନିକଟରେ ରହିଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ଦିନତମାମ କିଛି ଖାଇ ନ ଥିବାରୁ ତା’ର ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି।
ସେହିପରି ଗୁରୁବାର ସକାଳେ ବେଲବଣିଆ ସଂରକ୍ଷିତ ଜଙ୍ଗଲର ଅମାନ୍ତିପଡ଼ା ପଥର ଖଣି ନିକଟ ପୋଖରୀରୁ ଏକ ଅଣ୍ଡିରା ହାତୀ ଛୁଆର ମୃତଦେହ ଠାବ କରାଯାଇଛି। ସୂଚନା ପାଇ ଏସିଏଫ୍‌ ରଶ୍ମିରଞ୍ଜନ ସ୍ବାଇଁ, ରେଞ୍ଜର ବିଭୁଦାନନ୍ଦ ମିଶ୍ର, ବନପାଳ ଇନ୍ଦୁଭୂଷଣ ଭଞ୍ଜ, ବନରକ୍ଷୀ ସବିତା ବେହେରା ପ୍ରମୁଖ କପିଳାସ ଏବଂ କାଇମାଟିର ପ୍ରାଣୀ ଚିକିତ୍ସକଙ୍କ ସହ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ କରିଛନ୍ତି। ଉକ୍ତ ହାତୀର ଆନୁମାନିକ ବୟସ ଦୁଇବର୍ଷ ହେବ। ସେ କିଛିଦିନ ହେଲା ଅସୁସ୍ଥ ଥିଲା ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ଏ ସଂକ୍ରାନ୍ତରେ ଜିଲା ବନଖଣ୍ଡ ଅଧିକାରୀ ଡ. ପ୍ରକାଶଚାନ୍ଦ ଗୋଗିନେନି କୁହନ୍ତି, ହାତୀ ମୃତଦେହ ବ୍ୟବଚ୍ଛେଦ ପରେ ନମୁନା ସଂଗ୍ରହ କରି ଓୟୁଏଟି ଲାବୋରେଟୋରିକୁ ପଠାଯାଇଛି। ସେଠାରୁ ରିପୋର୍ଟ ଆସିଲେ ହାତୀମୃତ୍ୟୁର କାରଣ ସ୍ପଷ୍ଟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri