ଆଧ୍ୟାତ୍ମିକ ପରିବେଶରେ ସମ୍ପନ୍ନ ହେଲା ମହାଯଜ୍ଞର ପୂର୍ଣ୍ଣାହୁତି

ଦିଗପହଣ୍ଡି,୯ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ଗ୍ରାମ ଶ୍ରୀ ଧବଳେଶ୍ୱର ଶୈବପୀଠ ପରିସରରେ ଶ୍ରୀ ହନୁମାନଙ୍କ ପ୍ରତିମୂର୍ତ୍ତି ଏବଂ ବୃଷଭ ପ୍ରତିଷ୍ଠା ନିମନ୍ତେ ବୈଶାଖ ଶୁକ୍ଳ ଦଶମୀ ତିଥି ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ମହାଯଜ୍ଞ ବୈଶାଖ ଶୁକ୍ଳ ଦାଦଶୀ ତିଥି ଶୁକ୍ରବାର ପୂର୍ଣ୍ଣାହୁତି ହୋଇଯାଇଛି। ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ବାସୁଦେବପୁର ଗାଁ ସମେତ ଆଖପାଖ ଗ୍ରାମାଞ୍ଚଳର ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ବରିଷ୍ଠ ପଣ୍ଡିତ ପୀତାମ୍ବର ପାଢ଼ୀ, ଯାଜ୍ଞିକ କୁନା ଖାଡ଼ଙ୍ଗାଙ୍କ ପୌରହିତ୍ୟରେ ଆୟୋଜିତ ଯଜ୍ଞରେ କର୍ତ୍ତା ରୂପେ ବାସୁଦେବପୁର ସରପଞ୍ଚ ଏମ୍‌. ଶ୍ୟାମଘନ, ସହଧର୍ମିଣୀ ଏମ୍‌.ତୁଳସୀ,ପୂର୍ବତନ ସରପଞ୍ଚ ରବି ନାରାୟଣ ପାଢ଼ୀ, ସହଧର୍ମିଣୀ ନମିତା ପାଢ଼ୀ,ଏମ୍‌.ମାଧବ, ସହଧର୍ମିଣୀ ଏମ୍‌. ଡୋଲି ଆମ୍ମା ପ୍ରମୁଖ କର୍ତ୍ତା ରୂପେ ସମସ୍ତ କାର୍ଯ୍ୟ ତୁଲାଇଥିଲେ। ମହାଯଜ୍ଞ ପରିଚାଳନା କମିଟି ଉପଦେଷ୍ଟା ଦିବ୍ୟସିଂହ ରେଡ୍ଡୀ, ସଭାପତି ଏମ୍‌.ନରସିଂହ,ସମ୍ପାଦକ ପି.ଗଣେଶ,କୋଷାଧ୍ୟକ୍ଷ ବାବୁ ମହାରଣା,ସରପଞ୍ଚ ପ୍ରତିନିଧି ଏମ.ସନ୍ତୋଷ, କର୍ମକର୍ତ୍ତା ଏମ୍‌. କ୍ରିଷ୍ଣାମା, ଏମ.ପୂର୍ଣ୍ଣଚନ୍ଦ୍ର,କେ.ସାହେବ,ବି. ଅସନ୍ତୁଲୁ ପ୍ରମୁଖ ଗ୍ରାମବାସୀ ବୃନ୍ଦ ମହାଯଜ୍ଞ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୫ ରେ ତିଲିସିଙ୍ଗି ରେ ପ୍ରଦେଶ ସଭା : ୪ ଦିନ ବ୍ୟାପୀ…

ଭଞ୍ଜନଗର,୧୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପୀ ନିଖିଳ ଉତ୍କଳ କୁର୍ମି...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ନାବାଳିକା ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର, ରେଲଓ୍ବେ ଷ୍ଟେଶନରୁ ଉଦ୍ଧାର ପରେ…

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳର ଏକ ପ୍ରତିଷ୍ଠିତ କଲେଜରେ ଯୁକ୍ତ ୩ରେ ପଢୁଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ...

ବିଦ୍ୟୁତ୍ ଜରିମାନା ମାମଲା ବଢୁଛି : ଲୋକ ଅଦାଲତରେ ୨୨୨ ମାମଲା ଫଇସଲା

ଭଞ୍ଜନଗର,୧୪।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୋର୍ଟରେ ଶନିବାର ୪ର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୪୨୨ଟି ମାମଲାରେ ଶୁଣାଣି ହୋଇ ୨୨୭...

ଦିଗପହଣ୍ଡି କୋର୍ଟରେ ରାଷ୍ଟ୍ରୀୟ ଲୋକ ଅଦାଲତ, ୮୦ ମାମଲାର ଫୈସଲା

ଦିଗପହଣ୍ଡି,୧୩।୧୨,(ଅଶେଷ ନାଥ ମିଶ୍ର): ରାଜ୍ୟ ଆଇନ ସେବା ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ଆନୁକୂଲ୍ୟରେ ଦିଗପହଣ୍ଡି ତାଲୁକ ଆଇନ ସେବା କମିଟି ପକ୍ଷରୁ ଶନିବାର ସ୍ଥାନୀୟ କୋର୍ଟ ପରିସରରେ...

ତାରାତାରିଣୀ ମନ୍ଦିରର ନୂତନ ନିର୍ବାହୀ ଅଧିକାରୀ ଭାବେ ଯୋଗଦେଲେ ତହସିଲଦାର

ପୁରୁଷୋତ୍ତମପୁର,୧୩।୧୨ (ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରଶିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା’ ତାରାତାରିଣୀ ମନ୍ଦିରର ନୂତନ ନିର୍ବାହୀ ଅଧିକାରୀ ଭାବରେ ପୁରୁଷୋତ୍ତମପୁର ତହସିଲଦାର ବିନୋଦକୁମାର ବେହେରା...

ଜାତୀୟ ଲୋକ ଅଦାଲତ: ୫୮ଟି ବିଭିନ୍ନ ମାମଲାର ଫଇସଲା

ପୁରୁଷୋତ୍ତମପୁର,୧୩।୧୨(ସବିତା ମଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବିଚାରବିଭାଗିୟ ଅଦାଲତ ପରିଷରରେ ତାଲୁକା ଆଇନସେବା ପ୍ରାଧିକରଣ କମିଟି ପକ୍ଷରୁ ଜାତୀୟ ଲୋକ ଅଦାଲତ ଶନିବାର ଅନୁଷ୍ଟିତ ହୋଇଯାଇଛି...

ଜୟଶ୍ରୀ- ଶନି ମନ୍ଦିର ଛକଠାରେ ଓଭର ବ୍ରିଜ ନିର୍ମାଣଦାବି ଜୋର ଧରିଲା, ପ୍ରଶାସନ ନ ଶୁଣିଲେ…

ଗଞ୍ଜାମ,୧୩।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ୧୬ନଂ ଜାତୀୟ ରାଜପଥ ରାଜପଥ ଜୟଶ୍ରୀ ଛକ ଏବଂ ଶନି ମନ୍ଦିର ଛକଠାରେ ଓଭର ବ୍ରିଜ ନିର୍ମାଣ ଦାବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri