ପ୍ରଚାର ଅବଧି ଶେଷ ପରେ ବି ଘରକୁ ଘର ବୁଲୁଛନ୍ତି ଏମ୍‌ପି, ଘେରିଲେ ଭାଜପା କର୍ମୀ

ସୁନ୍ଦରଗଡ଼,୨୩ା୨(ଡି.ଏନ୍‌.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସୁନ୍ଦରଗଡ଼ ଜିଲାର ସଦର, ଟାଙ୍ଗରପାଲି ଓ ଗୁରଣ୍ଡିଆ ବ୍ଲକର ୬ଟି ଜିଲାପରିଷଦ ଜୋନ୍‌ରେ ଗୁରୁବାର ଅନ୍ତିମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏଥିପାଇଁ ମଙ୍ଗଳବାର ସନ୍ଧ୍ୟାଠାରୁ ପ୍ରଚାର କାର୍ଯ୍ୟ ଶେଷ ହୋଇଛି। ଏହା ପରେ ସେହି ଅଞ୍ଚଳରେ ବାହାର ନେତାଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ହେଲେ ବୁଧବାର ବିଜେଡି ନେତା ତଥା ରାଜ୍ୟ ସଭା ସଦସ୍ୟ ଡ.ସସ୍ମିତ ପାତ୍ର ସୁନ୍ଦରଗଡ଼ ବିଧାନସଭା କ୍ଷେତ୍ର ଅନ୍ତର୍ଗତ ଟାଙ୍ଗରପାଲି ବ୍ଲକର ବିଭିନ୍ନ ସ୍ଥାନରେ ଘରକୁ ଘର ବୁଲି ପ୍ରଚାର କରୁଥିବା ଅଭିଯୋଗ ହୋଇଛି। ଟାଙ୍ଗରପାଲି(କ) ଜିଲା ପରିଷଦ ପ୍ରାର୍ଥିନୀଙ୍କ ସପକ୍ଷରେ ଏଭଳି ପ୍ରଚାର କରୁଥିବା ବେଳେ ରେମଣ୍ଡାଠାରେ ଭାଜପା କର୍ମୀମାନେ ତାଙ୍କୁ ଘେରି ଯାଇ ବିରୋଧ କରିଥିଲେ। ପରେ ଏହାକୁ ନେଇ ସେଠାରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ଭାଜପା ପକ୍ଷରୁ ଏହା ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ବୋଲି ଅଭିଯୋଗ କରାଯାଇଛି। ଏ ସମ୍ପର୍କରେ ଭାଜପା ପକ୍ଷରୁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କଠାରେଅଭିଯୋଗ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରୂପ୍‌ସା ରେଳ ଜଙ୍କଶନ: ଜାନୁୟାରୀ ସୁଦ୍ଧା ସରିବ ଫୁଟ୍‌ ଓଭରବ୍ରିଜ୍‌

ରୂପ୍‌ସା, ୧୭।୧୧(ଡି.ଏନ.ଏ.)-ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବାଲେଶ୍ୱର ଜିିଲାର ରୂପ୍‌ସା ରେଳ ଜଙ୍କଶନ ଓ ଷ୍ଟେଶନରେ ଫୁଟ୍‌ ଓଭରବ୍ରିଜ୍‌ ନିର୍ମାଣ ଅସମ୍ପୂର୍ଣ୍ଣ ଯୋଗୁ ସାଧାରଣରେ...

ଏମ୍‌ବିବିଏସ୍‌ ସିଟ୍‌ ସଂଖ୍ୟା ୧୭୫୦କୁ ବୃଦ୍ଧି ହେବ

ଭୁବନେଶ୍ୱର,୩୦ା୫(ବ୍ୟୁରୋ): ସ୍ବାସ୍ଥ୍ୟସେବା ଓ ଡାକ୍ତରୀ ଶିକ୍ଷାର ଦୃଢ଼ ଅଭିବୃଦ୍ଧି ଲକ୍ଷ୍ୟ ରଖି ରାଜ୍ୟ ସରକାର ପର୍ଯ୍ୟାୟକ୍ରମେ ନୂଆ ମେଡିକାଲ କଲେଜ ପ୍ରତିଷ୍ଠା କରୁଛନ୍ତି। ଏହି କ୍ରମରେ...

ସରକାରୀ କର୍ମଚାରୀଙ୍କୁ ବିନା ସୁଧରେ ଆଡ୍‌ଭାନ୍ସ

ଭୁବନେଶ୍ୱର,୮ା୪(ବ୍ୟୁରୋ): ପେଟ୍ରୋଲ ଓ ଡିଜେଲ ଦର ହୁ ହୁ ହୋଇ ବଢୁଛି। କରୋନା ସମୟରେ ଲୋକଙ୍କ ଆର୍ଥିକ ଅବସ୍ଥା ଭଲ ନ ଥିବା ବେଳେ ତୈଳ...

ବ୍ୟାାଡ୍‌ମିଣ୍ଟନ ଟୁର୍ନାମେଣ୍ଟ: ଯଶୋବନ୍ତ-ଅଜୟଙ୍କୁ ଟାଇଟଲ୍‌

ଭବାନୀପାଟଣା,୧।୧(ଡି.ଏନ୍‌.ଏ.): ଭବାନୀପାଟଣା ଦର୍ପଣ ସାଗରପଡ଼ାରେ ଚାଲିଥିବା ନିତ୍ୟାନନ୍ଦ ମହାପାତ୍ର ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। ଟୁର୍ନାମେଣ୍ଟରେ ୧୦ଟି ଦଳ ଅଂଶ ଗ୍ରହଣ କରିଥିଲେ। ପ୍ରତ୍ୟେକ ଦଳ...

ପୋଖରୀରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର: ମିଳିନି ପରିଚୟ

କେନ୍ଦୁଝର,୨୦।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ସ୍ଥାନୀୟ ବଣିଆପାଟ ସାହିର ଏକ ପୋଖରୀରୁ ମଙ୍ଗଳବାର ଜଣେ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ବୃଦ୍ଧାଙ୍କ ପରିଚୟ ମିଳିପାରି ନ ଥିବା...

ପୋଲିସ ଉପରକୁ ଅଣ୍ଡାମାଡ଼

ବାରିପଦା ଅଫିସ,୧୧।୧୧: ମୟୂରଭଞ୍ଜ ଜିଲା ଭାଜପା ଯୁବ ମୋର୍ଚ୍ଚା ପକ୍ଷରୁ ବୁଧବାର ବାରିପଦା ସ୍ଥିତ ଏସ୍‌ପି ଅଫିସ ଘେରାଉ ସମୟରେ ଅଭାବନୀୟ ଘଟଣା ଘଟିଛି। ଭାଜପା...

ଚିଲିକାରେ ପକ୍ଷୀ ଗଣନା ଆରମ୍ଭ

ଖୋର୍ଦ୍ଧା ଅଫିସ,୫।୧ : ଶୀତ ଋତୁ ଆସିଲେ ନିଳାମ୍ବୁ ଚିଲିକାରେ ବିଦେଶାଗତ ପକ୍ଷୀଙ୍କ ସମାଗମ ହୋଇଥାଏ। ସମଗ୍ର ଚିଲିକା, ଉପକୂଳବର୍ତ୍ତୀ ଅଞ୍ଚଳ, ପକ୍ଷୀଙ୍କ ଅଭୟାରଣ୍ୟ ନଳବଣରେ...

ରାସ୍ତାରୁ ଉଠିଗଲାଣି ପିଚୁ, ମେଟାଲ ପଡିଛି

ବଲାଙ୍ଗୀର ଅଫିସ, ୩ା୧୨:  ବଲାଙ୍ଗୀର ଜିଲା ପୁଇଁତଲା ବ୍ଳକ ଆଟଗାଁ ଗ୍ରାମପଞ୍ଚାୟତର ସାନବୁର୍କାବାହାଲ ଗାଁକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ମରାମତି ଓ ରକ୍ଷଣାବେକ୍ଷଣ...

Advertisement
Archives

Model This Week