Categories: ଜାତୀୟ

କଳ୍ପନା ଜଳ୍ପନା ଶେଷ: ତିରଥ ସିଂ ରାଓ୍ବତଙ୍କ ମୁଣ୍ଡରେ ସୁନାକଳସ

ଡେରାଡୁନ୍‌,୧୦।୩: ଉତ୍ତରାଖଣ୍ଡରେ ଜାରିରହିଥିବା ରାଜନୈତିକ ସଙ୍କଟର ଅନ୍ତଘଟିଛି। ତିରଥ ସିଂ ରାଓ୍ବତଙ୍କ ମୁଣ୍ଡରେ ସୁନା କଳସ ଢ଼ଳାଯାଇଛି। ବିଧାୟକ ଦଳର ବୈଠକରେ ତିରଥଙ୍କୁ ନୂଆ ମୁଖ୍ୟମନ୍ତ୍ରୀ କରାଯିବା ପ୍ରସ୍ତାବକୁ ସହମତି ମିଳିଛି। ସେ ବୁଧବାର ଅପରାହ୍ନ ୪ଟାରେ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ତିରଥ ସିଂ ଗଢ଼ଓ୍ବାଲ ଲୋକ ସଭା ଆସନର ଏମ୍‌ପି। ଏବେ ସେ ଭାଜପାର ରାଷ୍ଟ୍ରୀୟ ସଚିବ ଅଛନ୍ତି। ୫୬ ବର୍ଷ ବୟସ୍କ ତିରଥ ସିଂ ୨୦୧୩ରୁ ୨୦୧୫ ପର୍ଯ୍ୟନ୍ତ ସେ ରାଜ୍ୟ ଭାଜପା ମୁଖ୍ୟ ଭାବେ ଅବସ୍ଥାପିତ ଥିଲେ।

Share