ଭଦ୍ରକ, ୧୩।୫(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥ ସର୍ଭିସ ରୋଡ଼ର ଭଦ୍ରକ ଆରଡ଼ି ଛକରୁ ହଟିଲା ଜବରଦଖଲ। ଦୀର୍ଘ ବର୍ଷର ପ୍ରତୀକ୍ଷା ପରେ ଜିଲା ପ୍ରଶାସନ ପକ୍ଷରୁ ବୁଧବାର ସରକାରୀ ଜାଗା ଉଚ୍ଛେଦ କରାଯାଇଛି l ଏହି ଜବରଦଖଲ ଯୋଗୁ ଟ୍ରାଫିକ ଯାମ ସହ ଜଳ ନିଷ୍କାସନରେ ସମସ୍ୟା ହେଉଥିଲା l ସର୍ଭିସ ରୋଡ଼ରେ ସବୁବେଳେ ପାଣି ଜମି ରହୁଥିଲା l ଉଚ୍ଛେଦ ପାଇଁ ଜିଲା ପ୍ରଶାସନ ପକ୍ଷରୁ ୭ ଦିନ ପୂର୍ବରୁ ନୋଟିସ କରାଯାଇଥିଲା। ବାରମ୍ବାର ଡାକବାଜି ଯନ୍ତ୍ର ଦ୍ୱାରା ଜାଗା ଖାଲି କରିବାକୁ ଘୋଷଣା କରାଯାଇଥିଲା ବୋଲି ତହସିଲଦାର ପ୍ରିୟଦର୍ଶୀ ସଂଗ୍ରାମ କେଶରୀ ଖୁଣ୍ଟିଆ କହିଛନ୍ତି l ସକାଳେ ପୋଲିସ ଫୋର୍ସ ଉପସ୍ଥିତିରେ ୨୦ରୁ ଉଦ୍ଧ୍ୱର୍ର୍ ଦୋକାନ ଘର ଜେସିବି ଲଗାଇ ପ୍ରଶାସନ ପକ୍ଷରୁ ଭାଙ୍ଗି ଦିଆଯାଇଛି।