ରାଜପଥରୁ ହଟୁନି ଜବରଦଖଲ

ରସୁଲପୁର,୨୩ା୨(ଡି.ଏନ.ଏ.): ରସୁଲପୁର ବ୍ଲକ ଅନ୍ତର୍ଗତ ବାରବାଟୀ ନିକଟସ୍ଥ ବ୍ରାହ୍ମଣୀ ନଦୀଠାରୁ ଖଣ୍ଡିତର ପାର୍ଶ୍ୱସ୍ଥ ଖରସ୍ରୋତା ନଦୀ ମଧ୍ୟରେ ୧୨ କି.ମି. ପର୍ଯ୍ୟନ୍ତ ୧୬ନମ୍ବର ଜାତୀୟ ରାଜପଥ ଉପରେ ଦିନକୁ ଦିନ ଜବରଦଖଲ ବଢ଼ିବାରେ ଲାଗିଛି। ହେଲେ ଜବରଦଖଲ ହଟାଇବା ଦିଗରେ ରାଜପଥ କର୍ତ୍ତୃପକ୍ଷ, ସ୍ଥାନୀୟ ପୋଲିସ ଓ ଜିଲା ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯାଉ ନାହିଁ। ଫଳରେ ରାଜପଥର ଏଭଳି ସ୍ଥିତି ଦୁର୍ଘଟଣା ମାତ୍ରାକୁ ବଢ଼ାଉଛି। ରାଜପଥ ଦେଇ ଯାତାୟାତ କରୁଥିବା ଧନଜୀବନ ପ୍ରତି ବିପଦ ବଢ଼ିବାରେ ଲାଗିଛି। ତେଣୁ ଏଥିପ୍ରତି ଜିଲା ପ୍ରଶାସନର ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

ରାଜପଥକୁ ଅନୁପ୍ରବେଶ ମନା ବୋଲି କୁହାଯାଉଛି। ଏପରି କି ବୁଲା ଗୋରୁ, ଗାଡ଼ିମୋଟର ରାଜପଥ ମଧ୍ୟକୁ ଅବାଧ ପ୍ରବେଶକୁ ବାରଣ କରାଯାଇଛି। ଏଥି ସକାଶେ ରାଜପଥର ଉଭୟ ପାର୍ଶ୍ୱରେ ଲୁହା ପ୍ଲେଟ ବାଡ଼ା ଲଗାଯାଇଛି। ରାଜପଥ ପାର୍ଶ୍ୱସ୍ଥ ଗଁା ଲୋକଙ୍କ ସୁରକ୍ଷିତ ଯାତାୟାତ ପାଇଁ ରାଜପଥ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏକାଧିକ ଓଭର ବ୍ରିଜ, କାର୍ଟ ଅଣ୍ଡର ପାସ(ସିୟୁପି), ଭେଇକିଲ ଅଣ୍ଡର ପାସ(ଭିୟୁପି) ନିର୍ମାଣ କରାଯାଇଛି। ମାତ୍ର ଏ ସବୁ ସତ୍ତ୍ୱେ ରାଜପଥରୁ ଜବରଦଖଲ ଉଚ୍ଛେଦ ହୋଇପାରୁନାହିଁ। ବାରବାଟୀଠାରେ ରାଜପଥ ଉପରେ ଦୈନିକ ପରିବାହାଟ ବସୁଛି। ଏହାଛଡ଼ା ୧୨ କି.ମି. ଲମ୍ବ ରାଜପଥର ଉଭୟ ପାର୍ଶ୍ୱରେ ତରଭୂଜ, ପଇଡ଼, ଚା’ପାନ, ଜଳଖିଆ ଦୋକାନ, ଠେଲାଗାଡ଼ି ଓ ହୋଟେଲ ଆଦି ବ୍ୟବସାୟ ଚାଲିଛି। ରାଜପଥ ଦେଇ ଯାଉଥିବା ଯାତ୍ରୀ ରାସ୍ତାରେ ଗାଡ଼ିଗୁଡିକୁ ବେଆଇନ ଭାବେ ପାର୍କିଂକରି ବିଭିନ୍ନ ସାମଗ୍ରୀ କିଣିବା ସହ ଜଳଖିଆ ଓ ମିଲ୍‌ ଖାଉଛନ୍ତି। ଚା’ ମଧ୍ୟ ପିଉଛନ୍ତି। ଏଭଳି ସ୍ଥିତି ଦୁର୍ଘଟଣାକୁ ଆମନ୍ତ୍ରଣ କରୁଛି। ହୋଟେଲଗୁଡ଼ିକ ସମ୍ମୁଖରେ ଘଣ୍ଟାଘଣ୍ଟା ଧରି ବେଆଇନ ପାର୍କିଂ ଯୋଗୁ ଦୈନିକ ଅଧିକାଂଶ ଦୁର୍ଘଟଣା ଘଟୁଛି। ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଅନେକ ମୂଲ୍ୟବାନ ଜୀବନ ଚାଲି ଯାଉଛି। ଗତ ଜାନୁୟାରୀରେ ରାଜପଥର ଗୋପାଳପୁର ଛକ ନିକଟରେ ଘଟିଥିବା ଦୁର୍ଘଟଣାକୁ ଏକ ଉଦାହରଣ ଭାବରେ ନିଆଯାଇ ପାରେ। ଏଠାରେ ଟ୍ରକ୍‌ର ବେଆଇନ ପାର୍କିଂ ଯୋଗୁ ଦୁର୍ଘଟଣା ଘଟିଥିଲା। ଏଥିରେ ଘଟଣା ସ୍ଥଳରେ ୨ କାର୍‌ ଯାତ୍ରୀ ପ୍ରାଣ ହରାଇଥିଲେ। ୩ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଗୁରୁତର ହୋଇଥିଲେ। ସଡ଼କ ଦୁର୍ଘଟଣା ଯୋଗୁ ଅଧିକାଂଶ ବ୍ୟକ୍ତିଙ୍କ ମୃତ୍ୟୁ ଘଟୁଛି। ମୃତକଙ୍କ ମଧ୍ୟରେ ଯୁବକମାନଙ୍କ ସଂଖ୍ୟା ଅଧିକ ବୋଲି ଜଣାପଡ଼ିଛି। ଜବରଦଖଲ ଏକ ଅପରାଧ ହୋଇଥିଲେ ବି ଲୋକେ ଏଥିରୁ ନିବୃତ୍ତ ରହୁନାହାନ୍ତି।

ହେଲେ ଏ ସବୁ ପ୍ରଶାସନିକ ଅଧିକାରୀ ଦେଖି ନ ଦେଖିବା ଭଳି ହେଉଛନ୍ତି। ଅନ୍ୟପକ୍ଷରେ ସ୍ଥାନୀୟ ପୋଲିସର କୋହଳ ମନୋଭାବ ଯୋଗୁ ରାଜପଥ ଉପରେ ଜବରଦଖଲ ବଢୁଛି ବୋଲି ଅଭିଯୋଗ ହେଉଛି। ଏ ସମ୍ପର୍କରେ ରାଜପଥ ପ୍ରକଳ୍ପ ନିର୍ଦ୍ଦେଶକ ଜେ.ପି. ବର୍ମାଙ୍କୁ ପଚାରିବାରୁ ସେ ଜିଲା ପ୍ରଶାସନକୁ ଦୋଷ ଦେଇଛନ୍ତି। ସେ କହିଛନ୍ତି, ରାଜପଥ ଜବରଦଖଲ କରାଯାଇ ବ୍ୟବସାୟ ହେଉଥିବା ଖବର ସମ୍ପର୍କରେ ସେ ଅବଗତ ଅଛନ୍ତି। ରାଜପଥ ଉପରେ ଯେକୌଣସି ଜବରଦଖଲ ବେଆଇନ। ତାହାକୁ ହଟାଇବା ପାଇଁ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ଯାଜପୁର ଜିଲାପାଳଙ୍କୁ ଚିଠି ଲେଖାଯାଇଛି। ଏହା ସତ୍ୱେ ଜିଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ। ତେଣୁ ଏ ନେଇ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ପୁଣି ରିମାଣ୍ଡର ଦିଆଯିବ। ତଥାପି କୌଣସି ପଦକ୍ଷେପ ନିଆ ନ ଗଲେ ଉପରିସ୍ଥ ଅଧିକାରୀଙ୍କୁ ଚିଠି ଜରିଆରେ ଅବଗତ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଏ ସମ୍ପର୍କରେ ଜିଲା ପ୍ରଶାସନର ପ୍ରତିକ୍ରିୟା ମିଳି ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଚାଉଳ ନପାଇ ଫେରି ଯାଉଛନ୍ତି ଲୋକେ: ସାନଖେମୁଣ୍ଡିରେ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ..

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗ୍ରାମାଞ୍ଚଳମାନଙ୍କରେ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ନେଇ ସିଙ୍ଗପୁର ପଞ୍ଚାୟତ ସରପଞ୍ଚ…

୧୬ ନମ୍ବର ଜାତୀୟ ରାଜପଥ ବଡ଼ ଘାଟି ଉପରେ ଓଲଟିଲା ଏସିଡି ଟ୍ୟାଙ୍କର

ଖଲ୍ଲିକୋଟ,୩୧।୩(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥ ବଡ଼ଘାଟି ଉପରେ ମଙ୍ଗଳବାର ଅପରାହ୍ନରେ ଏକ ଏସିଡି ବୋଝେଇ ଟ୍ୟାଙ୍କର ଓଲଟି ପଡିଛି।…

ରବି ଧାନ ବିକ୍ରି ପଞ୍ଜିକରଣ ଅବଧି ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କୋକସରା,୩୧।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଇନ୍ଦ୍ରାବତୀ ଉଠା ଜଳସେଚନ ଅଞ୍ଚଳର ଚାଷୀମାନେ ଚଳିତ ବର୍ଷ ରବି ଚାଷ ଧାନ ବିକ୍ରି ପଞ୍ଜିକରଣରୁ ବାଦ ପଡ଼ିଛନ୍ତି। ଫଳରେ କୋକସରା ବ୍ଳକ…

ଉତ୍କଳ ପ୍ରଦେଶ ଗଠନରେ ବଡ଼ଖେମୁଣ୍ଡିର ଅବଦାନ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲା ଶାଖା ଆନୁକୂଲ୍ୟରେ ପବିତ୍ର ଉତ୍କଳ ଦିବସ ଅବ୍ୟବହିତ…

ଲୁଚାଇ ରଖିଥିଲେ: ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ମାଓବାଦୀ ସାମଗ୍ରୀ

ଫୁଲବାଣୀ,୩୧।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଦାରିଙ୍ଗିବାଡି ଥାନା ଅଞ୍ଚଳରେ କୋମ୍ବିଂ ଅପରେଶନ ବେଳେ ସୁରକ୍ଷାକର୍ମୀ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜଙ୍ଗଲରୁ ଜବତ କରିଛନ୍ତି। ଜବତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri