ଲେଙ୍ଗୁ ମିଶ୍ର ଛକ-ପୁରୁଣା ଜୀରାବ୍ରିଜ୍‌ ରାସ୍ତା ଜବରଦଖଲ: ତେଜିଲା ଉଚ୍ଛେଦ ଦାବି, ତାତିଲେ ସହରବାସୀ

ବରଗଡ଼,୧୦।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ଜବରଦଖଲ ଉଚ୍ଛେଦ ତାତି ଥମିବାର ନାଁ ନେଉ ନାହିଁ। ସହରସ୍ଥିତ ଲେଙ୍ଗୁ ମିଶ୍ର ଛକଠାରୁ ପୁରୁଣା ଜୀରାବ୍ରିଜ ପର୍ଯ୍ୟନ୍ତ ରାସ୍ତା ଜବରଦଖଲ ଉଚ୍ଛେଦ ସହରବାସୀଙ୍କ ଦୀର୍ଘବର୍ଷର ଦାବି ହୋଇ ରହି ଆସିଛି। ଏହାସତ୍ତ୍ୱେ ପ୍ରଶାସନ ସମ୍ପୃକ୍ତ ଜବରଦଖଲ ଅଂଶକୁ ଏପର୍ଯ୍ୟନ୍ତ ଉଚ୍ଛେଦ କରି ପାରି ନାହିଁ। ସେଥିପ୍ରତି ସ୍ଥାନୀୟ ଜନ ପ୍ରତିନିଧିମାନେ ମଧ୍ୟ ସମ୍ପୂର୍ଣ୍ଣ ନୀରବ ରହିଛନ୍ତି। ଅନ୍ୟପଟେ ସହରବାସୀଙ୍କ ବାରମ୍ବାର ଦାବି ସତ୍ତ୍ୱେ ଲେଙ୍ଗୁ ମିଶ୍ର ଛକଠାରୁ ପୁରୁଣା ଜୀରାବ୍ରିଜ ରାସ୍ତା ଜବରଦଖଲ ଉଚ୍ଛେଦ କରି ପାରି ନଥିବା ପ୍ରଶାସନ ସହରର ଅନ୍ୟସ୍ଥାନରେ ଉଚ୍ଛେଦ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିଛି। ସହରର ବିକାଶ, ସୌନ୍ଦର୍ଯ୍ୟକରଣକୁ ନେଇ ପ୍ରଶାସନର ଉଚ୍ଛେଦକୁ ସହରବାସୀ ସ୍ବାଗତ କରୁଛନ୍ତି, ମାତ୍ର ଲେଙ୍ଗୁ ମିଶ୍ର ଛକଠାରୁ ପୁରୁଣା ଜୀରାବ୍ରିଜ ରାସ୍ତା ଜବରଦଖଲ ଏପର୍ଯ୍ୟନ୍ତ ଉଚ୍ଛେଦ ହୋଇପାରି ନଥିବାରୁ ପ୍ରଶାସନକୁ ବାରମ୍ବାର ସହରବାସୀଙ୍କ ଦ୍ୱାରା ସମାଲୋଚିତ ହେବାକୁ ପଡୁଛି। ଏପରିକି ପ୍ରଶାସନର ସେଭଳି ଅପାରଗତା ପ୍ରତିବାଦରେ ସହରର ବିଭିନ୍ନ ଅନୁଷ୍ଠାନ ଏବଂ ନାଗରିକବୃନ୍ଦ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେଉଛନ୍ତି। ଏହି କ୍ରମରେ ମଙ୍ଗଳବାର ବରଗଡ଼ ନାଗରିକ ମଞ୍ଚ ନେତୃତ୍ୱରେ ଲେଙ୍ଗୁ ମିଶ୍ର ଛକଠାରୁ ପୁରୁଣା ଜୀରାବ୍ରିଜ ରାସ୍ତା ଜବରଦଖଲ ଉଚ୍ଛେଦ ଦାବିରେ ସହରର ଶତାଧିକ ନାଗରିକ ଦଳମତ ନିର୍ବିଶେଷରେ ସ୍ଥାନୀୟ ଲେଙ୍ଗୁ ମିଶ୍ର ଛକଠାରେ ସହରର ମୁଖ୍ୟରାସ୍ତା ଅବରୋଧ କରିଥିଲେ। ବିଭିନ୍ନ ଅନୁଷ୍ଠାନ ମଧ୍ୟ ଏଥିରେ ସାମିଲ ଥିଲେ। ବରଗଡ଼ ଉପଜିଲାପାଳ ପ୍ରସନ୍ନ କୁମାର ପାଣ୍ଡେ ଆନ୍ଦୋଳନସ୍ଥଳକୁ ପହଞ୍ଚିଥିଲେ ଏବଂ ଉପଯୁକ୍ତ ଫୋରମ୍‌ରେ ଉପରୋକ୍ତ ଦାବି ଉପରେ ବିଚାର କରାଯାଇ ବିହିତ ପଦକ୍ଷେପ ନିଆଯିବ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ରାସ୍ତା ଅବରୋଧ ହଟିଥିଲା ଏବଂ ସହର ମୁଖ୍ୟରାସ୍ତାରେ ଯାତାୟାତ ସ୍ବାଭାବିକ ହୋଇଥିଲା। ତେବେ ଲେଙ୍ଗୁ ମିଶ୍ର ଛକଠାରୁ ପୁରୁଣା ଜୀରାବ୍ରିଜ ରାସ୍ତା ଜବରଦଖଲ ଉଚ୍ଛେଦ ନେଇ ମାମଲା ଉଚ୍ଚ ନ୍ୟାୟାଳୟରେ ବର୍ତ୍ତମାନ ବିଚାରାଧିନ ରହିଛି। ବୁଧବାର ଏହି ମାମଲାର ଶୁଣାଣି ତଥା ରାୟ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି। ତେବେ ଶୁଣାଣି ପୂର୍ବରୁ ସହରବାସୀଙ୍କ ଏହି ଆନ୍ଦୋଳନ ଯେତିକି ଚର୍ଚ୍ଚାର ବିଷୟ ହୋଇଛି, ଉଚ୍ଚ ନ୍ୟାୟାଳୟ ବିଚାରପତିଙ୍କ ରାୟ ଉପରେ ସହରବାସୀଙ୍କ ଅଧିକ ନଜର ଏବଂ ଉତ୍କଣ୍ଠା ରହିଛି। ବରଗଡ଼ ସହରସ୍ଥିତ ଲେଙ୍ଗୁ ମିଶ୍ର ଛକଠାରୁ ପୁରୁଣା ଜୀରାବ୍ରିଜ ରାସ୍ତା ଜବରଦଖଲ ଉଚ୍ଛେଦ ଦାବି ନୂଆଁ ନୁହେଁ। ଏକଦା ଜାତୀୟ ରାଜପଥ ରହିଥିବା ଏହି ସ୍ଥାନ ଦିନକୁ ଦିନ ସଙ୍କୁଚିତ ହେବା ସହିତ ଟ୍ରାଫିକ ସମସ୍ୟା ଅଧିକ ଜଟିଳ ହୋଇ ପଡୁଥିବା ଦୃଷ୍ଟିିରୁ ଦୀର୍ଘବର୍ଷରୁ ସହରବାସୀ ଏହି ଜବରଦଖଲ ଅଂଶକୁ ଉଚ୍ଛେଦ କରିବାକୁ ଦାବି କରି ଆସୁଛନ୍ତି। ଗତ ସାଧାରଣ ନିର୍ବାଚନ ପୂର୍ବରୁ ମଧ୍ୟ ବରଗଡ଼ ଜିଲା ଓକିଲ ସଂଘର ନେତୃତ୍ୱରେ ଏବଂ ସମଲେଶ୍ୱରୀ ସଂଘ ସମେତ ଅନ୍ୟ କେତେକ ସଙ୍ଗଠନର ସହଭାଗିତାରେ ଏହି ଦାବି ନେଇ ଆନ୍ଦୋଳନ ତେଜି ଉଠିଥିଲା। ପ୍ରଶାସନ ପକ୍ଷରୁ ସେତେବେଳେ ଜବରଦଖଲ ସୀମା ଚିହ୍ନଟ, ଡାକବାଜି ଯନ୍ତ୍ରରେ ଉଚ୍ଛେଦ ନେଇ ସୂଚନା ସହିତ ଆଂଶିକ ଉଚ୍ଛେଦ ମଧ୍ୟ ହୋଇଥିଲା। ତେବେ ପରବର୍ତ୍ତୀ ସମୟରେ ଉଚ୍ଛେଦରେ ପ୍ରଭାବିତ ଲୋକେ ନ୍ୟାୟାଳୟର ଦ୍ୱାରସ୍ଥ ହୋଇ ରହିତାଦେଶ ଆଣିବାରେ ସକ୍ଷମ ହୋଇଥିଲେ ଏବଂ ଅଧାରୁ ସେତେବେଳେ ଉଚ୍ଛେଦ ଅଟକି ରହିଥିଲା। ଏପରିକି ଗତ ସାଧାରଣ ନିର୍ବାଚନରେ ଲେଙ୍ଗୁ ମିଶ୍ର ଛକଠାରୁ ପୁରୁଣା ଜୀରାବ୍ରିଜ ରାସ୍ତା ଜବରଦଖଲ ଉଚ୍ଛେଦ ଦାବି ମଧ୍ୟ ଏକ ପ୍ରସଙ୍ଗ ପାଲଟିଥିଲା ଏବଂ ଏହା ତତ୍କାଳୀନ ବିଜେଡି ସରକାରକୁ ଏଠାରେ କ୍ଷତି ପହଞ୍ଚାଇ ଥିବାବେଳେ ବର୍ତ୍ତମାନର ଶାସକ ଭାଜପା ପାଇଁ ବରଦାନ ସାଜିଥିଲା। ସରକାର ପରିବର୍ତ୍ତନ ହେଲେ ଦୀର୍ଘବର୍ଷର ଏହି ଉଚ୍ଛେଦ ଦାବି ନିଶ୍ଚିତ ପୂରଣ ହେବ ବୋଲି ସହରବାସୀ ମଧ୍ୟ ମନରେ ଆଶା ବାନ୍ଧିଥିଲେ। କିନ୍ତୁ ଏବେ ମଧ୍ୟ ସହରବାସୀଙ୍କ ସେହି ଆଶା, ଆକାଂକ୍ଷା ଅଧୁରା ରହିଛି। କେବଳ ସେତିକି ନୁହେଁ, ଉଚ୍ଛେଦ ସପକ୍ଷରେ ଉଚ୍ଚ ନ୍ୟାୟାଳୟ ଏକାଧିକ ଥର ରାୟ ଦେଇଛନ୍ତି। ତେବେ ସହରର ଅନ୍ୟତ୍ର ଉଚ୍ଛେଦ ପାଇଁ ପ୍ରଶାସନ ଯେଭଳି ତପତ୍ର ହୋଇ ପଡୁଛି, ଉଚ୍ଚ ନ୍ୟାୟାଳୟର ରାୟ ପରେ ସେଭଳି ତପତ୍ରତା ଦେଖାଉ ନଥିବାର ସୁଯୋଗ ନେଇ ମାମଲା ପୁଣି ନ୍ୟାୟାଳୟକୁ ଯାଉଛି ଏବ ଲେଙ୍ଗୁ ମିଶ୍ର ଛକଠାରୁ ପୁରୁଣା ଜୀରାବ୍ରିଜ ରାସ୍ତା ଜବରଦଖଲ ଉଚ୍ଛେଦ ଅଟକି ରହିଛି ବୋଲି ସାଧାରଣରେ ଆଲୋଚିତ ହେଉଛି। ଉଚ୍ଛେଦ ପ୍ରକ୍ରିୟାରେ ଏଭଳି ଆଭିମୁଖ୍ୟ ନେଇ ପ୍ରଶାସନ ଏବଂ ସ୍ଥାନୀୟ ଜନ ପ୍ରତିନଧିଙ୍କ ଉପରୁ ସହରବାସୀଙ୍କ ଭରସା ତୁଟି ବସିଥିବାବେଳେ ଏହାକୁ ନେଇ ଆନ୍ଦୋଳନ ତେଜି ଉଠୁଛି। ଏହି କ୍ରମରେ ବରଗଡ଼ ନାଗରିକ ମଞ୍ଚ ନେତୃତ୍ୱରେ ସ୍ଥାନୀୟ ଲେଙ୍ଗୁ ମିଶ୍ର ଛକଠାରୁ ପୁରୁଣା ଜୀରାବ୍ରିଜ ରାସ୍ତା ଜବରଦଖଲ ଉଚ୍ଛେଦ ଦାବିରେ ସହରର ନାଗରିକମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ଏହି ଅବସରରେ ଆନ୍ଦୋଳନସ୍ଥଳୀରେ ହୋଇଥିବା ସଭାରେ ନାଗରିକ ମଞ୍ଚର ସଭାପତି ଭୀଷ୍ମଦେବ ସରାଫ ସଭାପତିତ୍ୱ କରିଥିବାବେଳେ ସମଲେଶ୍ୱରୀ ସଂଘର ସଭାପତି ସମୀର ପ୍ରଧାନ, ସମ୍ପାଦକ ପ୍ରଶାନ୍ତ ମହାପାତ୍ର, ଜିଲା କଂଗ୍ରେସ ସଭାପତି ହରଦୀପ ସିଂଙ୍କ ସମେତ ବିରେନ୍ଦ୍ର ପ୍ରଧାନ, ଈଶ୍ୱର ବାଗ, ରମେଶ ପତି, ରାଜେନ୍ଦ୍ର ସିକନ୍ଦର, ପ୍ରହଲ୍ଲାଦ ମାହାଣା, ନିଧୁବନ ବିହାରୀ ପ୍ରସାଦ ପଣ୍ଡା, ଉଦ୍ଧବ ଡାଙ୍ଗ ପ୍ରମୁଖ ଉପସ୍ଥିତ ରହି ଉଦବୋଧନ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଂଘବଦ୍ଧ ଆକ୍ରମଣ: ପୁଅଙ୍କୁ ବଞ୍ଚାଇବାକୁ ଯାଇ ବାପା-ମା’ ଆହତ, ଗୁରୁତର… 

ଦିଗପହଣ୍ଡି,୨୦।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ନରସିଂହପୁର ଗ୍ରାମରେ ବ୍ୟବସାୟିକ ଶତ୍ରୁତାକୁ ନେଇ ଗୋଟିଏ ପରିବାରର ବାପ,ମା ଓ ପୁଅଙ୍କୁ...

ଆଗକୁ ପଞ୍ଚାୟତ ନିର୍ବାଚନ: ସାଙ୍ଗଠନିକ ବୈଠକରେ ବାଜିଲା ଭାଜପାର ବିଗୁଲ… 

କୋରାପୁଟ,୨୦।୧(ଅମିତାଭ ବେହେରା): ଆସନ୍ତା ପଞ୍ଚାୟତ ନିର୍ବାଚନ ନେଇ କୋରାପୁଟରେ ଭାଜପାର ସାଙ୍ଗଠନିକ  ଭିତ୍ତିଭୂମିକୁ  ଅଧିକ ସୁଦୃଢ କରିବା ଲକ୍ଷ୍ୟରେ ମଙ୍ଗଳବାର ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ...

ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ, ଜ଼ିଲାପାଳମାନଙ୍କ ସମ୍ମିଳନୀ:ପଞ୍ଚାୟତ, ପୌର ନିର୍ବାଚନ ସଫଳତାର ସହ…

ଛତ୍ରପୁର,୨୦ା୧(ଦିଲୀପ ସାମଲ): ଆଗାମୀ ପଞ୍ଚାୟତ, ପୌର ନିର୍ବାଚନ ଏବଂ ଭୋଟର ତାଲିକା ସଂଶୋଧନକୁ ସ୍ବଚ୍ଛ, ନିରପେକ୍ଷ ଓ ସଫଳତାର ସହ ସମ୍ପାଦନ କରିବା ପାଇଁ ଛତ୍ରପୁରସ୍ଥିତ...

ପିଏମଶ୍ରୀ ଉତ୍ସବରେ ୩ ବିଧାୟକ: ଛାତ୍ରଛାତ୍ରୀଙ୍କ ପ୍ରତିଭା ଦେଖି କଲେ ପ୍ରଶଂସା

ବରଗଡ଼,୨୦।୧(ପ୍ରେମାନନ୍ଦ ଖମାରୀ) – ବରଗଡ଼ ରାଣା ପ୍ରତାପ ସ୍କୁଲ ପରିସରରେ ଚାଲିଥିବା ବରଗଡ଼ ଜିଲାସ୍ତରୀୟ ପିଏମଶ୍ରୀ ଉତ୍ସବ ମଙ୍ଗଳବାର ଉଦଯାପିତ ହୋଇଯାଇଛି । ଅତିରିକ୍ତ ଜିଲାପାଳ...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri