ପାରାଦୀପ,୧୧।୫: ଜଗତସିଂହପୁର ଜିଲା କୁଜଙ୍ଗ ତହସିଲ ନୂଆଗଡ଼ରେ ସୋମବାର ଏକ ବଡ଼ ଧରଣର ଜବରଦଖଲ ଉଚ୍ଛେଦ କରାଯାଇଛି। ସରକାରୀ ଜମିରେ ଘର କରି ମାଡ଼ି ବସିଥିବା ଲୋକଙ୍କୁ ଉଚ୍ଛେଦ କରାଯାଇଛି।
ତହସିଲଦାର ଏବଂ ପୋଲିସ ଫୋର୍ସ ଉପସ୍ଥିତିରେ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି। ଉଚ୍ଛେଦ ନେଇ ପ୍ରଶାସନ ପକ୍ଷରୁ ପୂର୍ୱରୁ ଲୋକଙ୍କୁ ନୋଟିସ ମାଧ୍ୟମରେ ଅବଗତ କରାଯାଇଥିଲା। କିଛି ଲୋକ ଜବରଦଖଲ ଉଚ୍ଛେଦକୁ ବିରୋଧ କରିଥିବା ବେଳେ ଉପସ୍ଥିତ ଅତ୍ଧକାରୀ ଲୋକଙ୍କୁ ବୁଝାଶୁଝା କରିଥିଲେ।