Categories: ଜାତୀୟ

୪ ମାସରେ ୧୫ ପାକିସ୍ତାନୀ ଆତଙ୍କବାଦୀଙ୍କ ଏନ୍‌କାଉଣ୍ଟର…

ଶ୍ରୀନଗର, ୧।୫ : ଚଳିତ ବର୍ଷ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ବିରୋଧୀ ଅପରେଶନ୍‌ରେ ମିଳିତ ସୁରକ୍ଷା ବାହିନୀଙ୍କୁ ଏକ ବଡ଼ ସଫଳତା ମିଳିଛି। ଗତ ବର୍ଷ ସମାନ ସମୟ ତୁଳନାରେ ଚଳିତ ବର୍ଷ ୪ ମାସ ମଧ୍ୟରେ ଏପର୍ଯ୍ୟନ୍ତ କାଶ୍ମୀରରେ ଆତଙ୍କବାଦୀଙ୍କ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି।

ଚଳିତ ବର୍ଷ ୪ ମାସ ମଧ୍ୟରେ ୬୨ ଜଣ ଆତଙ୍କବାଦୀଙ୍କ ର ଏନ୍‌ କାଉଣ୍ଟର କରାଯାଇଛି। ୨୦୨୧ରେ ଏହି ସମୟରେ ଆତଙ୍କବାଦୀଙ୍କ ଏନ୍‌କାଉଣ୍ଟର ସଂଖ୍ୟା ୩୭ ଥିଲା। ଜମ୍ମୁ-କଶ୍ମୀର ପୋଲିସ ପକ୍ଷରୁ ଉପଲବ୍ଧ ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ଏନ୍‌କାଉଣ୍ଟର ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରୁ ୧୫ ଜଣ ପାକିସ୍ତାନୀ ଆତଙ୍କବାଦୀ ବୋଲି ଚିହ୍ନଟ କରାଯାଇଛି।

ଅପରପକ୍ଷରେ ୨୦୨୧ର ପ୍ରଥମ ୪ ମାସରେ କୌଣସି ବିଦେଶୀ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କରାଯାଇ ନଥିଲା। ଗତ ବର୍ଷ ନିହତ ହୋଇଥିବା ବିଦେଶୀ ଆତଙ୍କବାଦୀଙ୍କ ସଂଖ୍ୟା ୨୦ ଥିଲା। ୨୦୨୧ ରେ କଶ୍ମୀରରେ ସମୁଦାୟ ୧୬୮ ଆତଙ୍କବାଦୀ ନିହତ ହୋଇଥିଲେ। ଖବରକାଗଜ ଇଣ୍ଡିଆନ ଏକ୍ସପ୍ରେସ ଅନୁଯାୟୀ, ଏହି ସଫଳତା ପାଇଁ ଇଣ୍ଟେଲିଜେନ୍ସ ବ୍ୟୁରୋ, ରିସର୍ଚ୍ଚ ଆଣ୍ଡ ଆନାଲିସିସ ୱିଙ୍ଗ ଏବଂ ଜମ୍ମୁ-କଶ୍ମୀର ପୋଲିସ ମଧ୍ୟ ବିକଶିତ ଜ୍ଞାନକୌଶଳର ଉପଯୋଗ ମୁଖ୍ୟତଃ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। କଶ୍ମୀର ଆଇଜି ବିଜୟ କୁମାର କହିଛନ୍ତି ଯେ, ଗୁପ୍ତଚର ରିପୋର୍ଟରେ ବିକାଶ ଯୋଗୁ ଏହି ସଫଳତା ମିଳି ପାରିଛି।

Share