ସକାଳୁ ସକାଳୁ ଚମ୍ପୁଆରେ ଏନ୍‌କାଉଣ୍ଟର, ଅପରାଧୀଙ୍କ ନାମରେ ରହିଛି…

କେନ୍ଦୁଝର,୬ା୭(ନରେଶ ଚନ୍ଦ୍ର ପଟ୍ଟନାୟକ) କେନ୍ଦୁଝର ପୋଲିସ ସୋମବାର ଚମ୍ପୁଆ ଥାନା ଅନ୍ତର୍ଗତ ପତଳା ଜଙ୍ଗଲରେ ଜଣେ ଅପରାଧୀଙ୍କୁ ଏନ୍‌କାଉଣ୍ଟର କରିଥିବା ଜଣା ପଡ଼ିଛି। ସେ ଆହତ ହୋଇ ଥିବା ସୂଚନା ମିଳିଛି। ଏସ୍‌ଡିପିଓ ଚମ୍ପୁଆ ରଶ୍ମି ରଞ୍ଜନ ସାହୁ ଙ୍କ ନେତୃତ୍ୱରେ ଆଜି ଭୋର୍‌ ୫ ଟାରେ ଏହି ଅପରେଶନ ଅନୁଷ୍ଠିତ ହୋଇଛି। ଆହତଙ୍କ ନାମ ଏମଡି ନଫିସ (୨୨) ଏବଂ ଘର୍‌ ଝାରଖଣ୍ଡ ରାଜ୍ୟ ମଝିଗାଁ ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି।

ଅପରେଶନବେଳେ ପୋଲିସ ଅଧିକାରୀ ନିରଞ୍ଜନ ବେହେରା, ମି. ବେହେରା ସମେତ ଅନ୍ୟମାନେ ଥିଲେ। ତାଙ୍କୁ ଆହତ ଅବସ୍ଥାରେ ପ୍ରଥମେ ଚମ୍ପୁଆ ଉପଖଣ୍ଡ ଡାକ୍ତରଖାନା ଓ ପରେ କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଉଥିବା ସୂଚନା ମିଳିଛି। ସେ ବିଭିନ୍ନ ଲୁଟ୍‌ ଘଟଣାରେ ସମ୍ପୃକ୍ତି ଥିବା ବେଳେ ତାଙ୍କ ନାମରେ ବିଭିନ୍ନ ଥାନାରେ ବହୁ ମାମଲା ଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି।

Dharitri – Odisha’s No.1 Odia Daily

Share