Posted inଜାତୀୟ

ଯୋଗୀ ସରକାରଙ୍କ ଏନକାଉଣ୍ଟର: ୬ ବର୍ଷରେ ୧୮୬…

ଲକ୍ଷ୍ନୌ,୨୫।୫ : ଉତ୍ତରପ୍ରଦେଶରେ ଏନକାଉଣ୍ଟର ସଂସ୍କୃତିକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ କୁହାଯାଇଛି ୨୦୧୭ ରୁ ବର୍ତ୍ତମାନ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାରରେ ଗତ ୬ ବର୍ଶରେ ରାଜ୍ୟରେ ମୋଟ ୧୮୬ ଟି ଏନକାଉଣ୍ଟର ହୋଇଛି। ଅର୍ଥାତ ପ୍ରତି ୧୫ ଦିନରେ ପୋଲିସ ଏକ ଏନକାଉଣ୍ଟରରେ ଜଣେ ଅପରାଧୀଙ୍କୁ ହତ୍ୟା କରାଯାଇଛି।

ପୋଲିସର ରେକର୍ଡ ଯାଞ୍ଚ କରିବା ପରେ ନ୍ୟୁଜ୍‌ ଏଜେନ୍ସି ଦ୍ୱାରା ଏକ ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟ ଅନୁଯାୟୀ, ମାର୍ଚ୍ଚ ୨୦୧୭ ଠାରୁ ଯେତେବେଳେ ଯୋଗୀ ଆଦିତ୍ୟନାଥ କାର୍ଯ୍ୟଭାର ଗ୍ରହଣ କରିଥିଲେ ଏବଂ ଆଜି ପର୍ଯ୍ୟନ୍ତ ରାଜ୍ୟରେ ଏହିୀ ସଂଖ୍ୟକ ଏନକାଉଣ୍ଟର ହୋଇଛି। ସେହିପରି ପୋଲିସ ଗୁଳିରେ ଆହତ ହୋଇଥିବା ଅପରାଧୀଙ୍କ ସଂଖ୍ୟା ,ହି ସମୟ ମଧ୍ୟରେ ୫,୦୪୬ ରହିଛି। ଅର୍ଥାତ ପ୍ରତି ୧୫ ଦିନରେ ୩୦ ରୁ ଅଧିକ ଅପରାଧୀଙ୍କୁ ଗୁଳି କରାଯାଇଛି।

ପୋଲିସ ଏନକାଉଣ୍ଟରରେ ନିହତ ହୋଇଥିବା ମୋଟ ୧୮୬ ପରାଧୀଙ୍କ ମଧ୍ୟରୁ ୯୬ଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଥିଲା। ପୋଲିସ ଅଧିକାରୀଙ୍କ ଅନୁଯାୟୀ, ୨୦୧୬ ରୁ ୨୦୨୨ ମଧ୍ୟରେ ରାଜ୍ୟରେ କ୍ରାଇମ ଗ୍ରାଫରେ ଦ୍ରୁତ ହ୍ରାସ ଘଟିଛି। ସରକାରୀ ତଥ୍ୟ ଅନୁଯାୟୀ, ଡକାୟତିରେ ୮୨ ପ୍ରତିଶତ ହ୍ରାସ ଏବଂ ହତ୍ୟାରେ ୩୭ ପ୍ରତଶତ ହ୍ରାସ ଘଟିଛି। ଲୋକେ ଏନକାଉଣ୍ଟରକୁ ଏହାର କାରଣ ବୋଲି ଭାବୁଛନ୍ତି ।

ଉତ୍ତରପ୍ରଦେଶର ସ୍ବତନ୍ତ୍ର ଡିଜି ଆଇନ ଏବଂ ଆଦେଶ ପ୍ରଶାନ୍ତ କୁମାର କହିଛନ୍ତି ଜଘନ୍ୟ ଅପରାଧକୁ ନିୟନ୍ତ୍ରଣ କରିବା କିମ୍ବା ଦୁଷ୍ଟ ଅପରାଧୀଙ୍କୁ ପୁନଃନିୟନ୍ତ୍ରଣ କରିବା କେବେ ମଧ୍ୟ ପୋଲିସର ଏନକାଉଣ୍ଟରର ଏକ ଅଂଶ ନୁହେଁ।

ଏହି ରିପୋର୍ଟରେ କୁହାଯାଇଛି ଅଧିକାଂଶ ଏନକାଉଣ୍ଟର ମାମଲାରେ କୌଣସି ପ୍ରଶ୍ନ ପଚରାଯାଇ ନ ଥିଲା କିମ୍ବା କୌଣସି ବିବାଦ ଉପୁଜି ନ ଥିଲା। ରେକର୍ଡ ଅନୁଯାୟୀ, ୧୬୧ ଏନକାଉଣ୍ଟର ବିନା ଆପତ୍ତିରେ ସମାଧାନ ହୋଇଥିଲା୧ ଅବଶିଷ୍ଟ ୨୫ ରେ ତଦନ୍ତ ବିଚାରାଧୀନ ରହିଛି।

ରିପୋର୍ଟ ଅନୁଯାୟୀ, ମିରଟ ଜୋନ ଅଧୀନରେ ଥିବା ଜିଲାମାନଙ୍କରେ ଏହି ଅପରାଧୀଙ୍କ ମଧ୍ୟରୁ ପ୍ରାୟ ଏକ ତୃତୀୟାଂଶ ଅର୍ଥାତ ୬୫ ଜଣଙ୍କୁ ପୋଲିସ ଗୁଳି କରି ହତ୍ୟା କରିଥିଲା। ବାରାଣସୀ ଏବଂ ଆଗ୍ରା ଜୋନରେ ଯଥାକ୍ରମେ ୨୦ ଏବଂ ୧୪ ଟି ଏନକାଉଣ୍ଟର ହୋଇଥିଲା। ସେହିପରି ପୋଲିସ ଗୁଳିରେ ମିରଟ ଜୋନରେ ୧,୭୫୨ ଜଣ ଅପରାଧୀ ଆହତ ହୋଇଥିଲେ।

ଗତ ୬ ବର୍ଷ ମଧ୍ୟରେ ଏନକାଉଣ୍ଟର ସମୟରେ କିମ୍ବା ଅପରାଧୀଙ୍କୁ ଧରିବା ସମୟରେ ଅନେକ ପୋଲିସ ମଧ୍ୟ ଶହୀଦ ହୋଇଥିଲେ। ତଥ୍ୟ ଅନୁଯାୟୀ, ମାର୍ଚ୍ଚ ୨୦୧୭ ରୁ ଏପ୍ରିଲ ୨୦୨୩ପର୍ଯ୍ୟନ୍ତ ରାଜ୍ୟରେ ୧୩ ଜଣ ପୋଲିସ ଶହୀଦ ହୋଇଥିଲେ। ସେହିପରି ୧,୪୪୩ ଜଣ ଆହତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

T20 World Cup : ପ୍ରଥମ ମ୍ୟାଚ୍‌ରେ ଜବରଦସ୍ତ ଟକ୍କର: ବାଜି ମାରିଲା ଟିମ୍‌ ଇଣ୍ଡିଆ, ୨୯ ରନ୍‌ରେ ହାରିଲା ଆମେରିକା

ମୁମ୍ବାଇ,୭।୨: ଚଳିତ ଟି୨୦ ବିଶ୍ୱକପ୍‌ରେ ଭାରତ ପ୍ରଥମ ମ୍ୟାଚ୍‌ରେ ଆମେରିକାକୁ ଭେଟିଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା।…

ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ କାହିଁକି ଖେଳିଲେନି ଜସପ୍ରିତ ବୁମ୍‌ରାହ? ନିରାଶ ହେଲେ ପ୍ରଶଂସକ  

ମୁମ୍ବାଇ,୭।୨: ଭାରତ ମୁମ୍ବାଇର ୱାଙ୍ଖଡେ କ୍ରିକେଟ ଷ୍ଟାଡିୟମରେ ଆମେରିକା ବିପକ୍ଷରେ T୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି।ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ ହାରିଥିଲେ।…

ଏକା ଲଢ଼ିଲେ ସୂର୍ଯ୍ୟକୁମାର…USA ବିପକ୍ଷରେ ରଚିଲେ ଇତିହାସ 

ମୁମ୍ବାଇ,୭।୨: ଟି୨୦ ବିଶ୍ୱକପ୍‌ରେ ଐତିହାସିକ ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ସହ ଅଭିଯାନ ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। ମ୍ୟାଚ୍‌ରେ ଟସ୍‌ ହାରିବା ପରେ…

ରୋଷେଇ କରୁଥିଲେ, ଗ୍ୟାସ ସିଲିଣ୍ଡରରୁ ଲାଗିଗଲା ନିଆଁ; ପରିବାରର ୫ ଗୁରୁତର…

ଆନନ୍ଦପୁର,୭।୨(ସୁଶାନ୍ତ କୁମାର ସାହୁ): ରୋଷେଇ କରୁଥିବା ବେଳେ ଅଘଟଣ। ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ପରିବାରର ୫ଜଣ ଗୁରୁତର। ଏଭଳି ଏକ ଅଘଟଣ ଘଟିଛି କେନ୍ଦୁଝର ଜିଲା…

T20 World Cup: ଆରମ୍ଭରୁ ଆଣ୍ଠେଇଲାଣି ଟିମ୍‌ ଇଣ୍ଡିଆ, ବଡ଼ ସ୍କୋର କରିବା ମୁସ୍କିଲ; ବାଜି ମାରି ନେଇପାରେ USA 

ମୁମ୍ବାଇ,୭।୨ଁ: ଆରମ୍ଭ ହୋଇଛି ୨୦୨୬ ଟି୨୦ ବିଶ୍ୱକପ । ଟିମ ଇଣ୍ଡିଆ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ ଖେଳୁଛି। ଏଥିରେ ଆମେରିକା…

ଚାଲିଥିଲା ବାର୍ଷିକୋତ୍ସବ: ଅଣଛାତ୍ର ପଶି କଲେଜ ଛାତ୍ରଙ୍କୁ କଲେ ଲହୁଲୁହାଣ

ବଲାଙ୍ଗୀର,୭ା୨(ସୁନିଲ କୁମାର ମହାନ୍ତି): ସରକାରୀ ବଲାଙ୍ଗୀର କଲେଜରେ ଉତ୍ତେଜନା ପ୍ରକାଶ ପାଇଛି। ଅଣଛାତ୍ରଙ୍କ ମାଡ଼ରେ ଦୁଇ କଲେଜ ଛାତ୍ର ଗୁରୁତର ହୋଇପଡ଼ିଛନ୍ତି। ବଲାଙ୍ଗୀର ସହର ଉପକଣ୍ଠରେ ଥିବା…

Post Office FD vs RD: କେଉଁ ସ୍କିମ୍‌ ଦେଉଛି ସବୁଠାରୁ ଅଧିକ ରିଟର୍ନ? ନିବେଶ ପୂର୍ବରୁ ଜାଣି ରଖନ୍ତୁ…

ନୂଆଦିଲ୍ଲୀ,୭।୨:  ଛୋଟ ନିବେଶକଙ୍କ ମଧ୍ୟରେ ପୋଷ୍ଟ ଅଫିସ ଫିକ୍ସଡ୍ ଡିପୋଜିଟ୍ (FD) ଏବଂ ରିକରିଂ ଡିପୋଜିଟ୍ (RD) ବହୁତ ଲୋକପ୍ରିୟ। ଏହି ଦୁଇଟି ସ୍କିମ୍ ଭାରତ ସରକାରଙ୍କ…

ନବୀନଙ୍କ ନାଁରେ ସାଂଘାତିକ ଅଭିଯୋଗ: ନିଦରୁ ଉଠି ପ୍ରଳାପ କରୁଛନ୍ତି…

ଭୁବନେଶ୍ୱର,୭।୨: ବିରୋଧୀଦଳ ନେତା ନବୀନଙ୍କୁ AG ପୀତାମ୍ବର ଆଚାର୍ଯ୍ୟ କଡ଼ା କାଉଣ୍ଟର କରିଛନ୍ତି। ‘ଏକ୍ସ’ରେ ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ନବୀନଙ୍କ ମନ୍ତବ୍ୟକୁ ନେଇ କଡ଼ା ଜବାବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri