Categories: ଜାତୀୟ

ବାନ୍ଦିପୋରା ଜଙ୍ଗଲରେ ଏନ୍‌କାଉଣ୍ଟର, ୨ ଆତଙ୍କବାଦୀ ନିହତ…

ଶ୍ରୀନଗର,୨୪।୭: ଜମ୍ମୁ-କଶ୍ମୀରରେ ଅତଙ୍କବାଦ ବିରୋଧୀ ଅପରେଶନ୍‌ରେ ମିଳିତ ସୁରକ୍ଷା କର୍ମୀଙ୍କୁ ବଡ଼ ସଫଳତା ମିଳିଛି। ଉତ୍ତର କଶ୍ମୀରର ବାନ୍ଦିପୋରାରେ ହୋଇଥିବା ଏନ୍‌କାଉଣ୍ଟରରେ ୨ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ସୁମ୍ବଲର ଅଞ୍ଚଳର ଶୋକବାବା ଜଙ୍ଗଲରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ମିଳିବା ପରେ ପୋଲିସ, ସିଆର୍‌ପିଏଫ୍‌ ଏବଂ ସେନାବାହିନୀ ଯବାନଙ୍କ ପକ୍ଷରୁ ଏହି ଅଞ୍ଚଳରେ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେଶନ୍‌ ଆରମ୍ଭ କରାଯାଇଥିବା କଶ୍ମୀର ଜୋନ୍‌ ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସର୍ଚ୍ଚ ଅପରେଶନ୍‌ ସମୟରେ ଲୁଚିଥିବା ଆତଙ୍କବାଦୀମାନେ ମିଳିତ ସୁରକ୍ଷାକର୍ମୀଙ୍କ ଉପରକୁ ପ୍ରଥମେ ଗୁଳି ଚାଳନା କରିଥିଲେ। ଏହାର ଜବାବ୍‌ରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପାଳଟା ଆକ୍ରମଣ କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି।

Share