Categories: ଜାତୀୟ

ଶ୍ରୀନଗର ଏନ୍‌କାଉଣ୍ଟର: ସୁରକ୍ଷାକର୍ମୀଙ୍କୁ ବଡ ସଫଳତା

ଜମ୍ମୁ,୧୯ ।୧୨: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ରାଜନୀତି ଓ ଟେରର ଫଣ୍ଡିଂ ନେଟୱର୍କକୁ ସମ୍ପୂର୍ଣ୍ଣ ଶେଷ କରିବାକୁ ସୁରକ୍ଷାକର୍ମୀ ଲାଗି ପଡିଛନ୍ତି । ରବିବାର ସକାଳୁ ହରୱାନ ଅଞ୍ଚଳରେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ବେଳେ ଜଣେ ଅଜ୍ଞାତ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି । କଶ୍ମୀର ଜୋନ ପୋଲିସ ଟୁଇଟ୍ କରି ଏହି ସୂଚନା ଦେଇଛି । ମୃତ ଆତଙ୍କବାଦୀଙ୍କ ପରିଚୟ ମିଳି ନ ଥିଲେ ବି ସେ ଲଶ୍କର-ଇ-ତୋଏବାର ବୋଲି ଜଣାପଡିଛି । ସୂଚନାଯୋଗ୍ୟ, ଦୁଇ ଦିନ ପୂର୍ବରୁ ଅର୍ଥାତ୍ ଗୁରୁବାର କୁଲଗାମରେ ସୁରକ୍ଷାକର୍ମୀଙ୍କ ସହ ମୁହାଁମୁହିଁ ହେବା ସମୟରେ ୨ ଆତଙ୍କବଦୀଙ୍କ ମୃତ୍ୟୁ ହୋଇଥିଲା । ପୋଲିସର ସୂଚନା ଅନୁଯାୟୀ ବୁଧବାର ସୁରକ୍ଷାକର୍ମୀ କୁଲଗାମ ଜିଲାର ରେଡୱାନୀ ଅଞ୍ଚଳରେ ଘେରାବନ୍ଦୀ କରି ଆତଙ୍କବାଦୀଙ୍କୁ ସାମ୍ନା କରିଥିଲେ ।

Share