Categories: ଜାତୀୟ

ସୁରକ୍ଷାବାହିନୀ-ଆତଙ୍କବାଦୀ ମୁହାଁମୁହିଁ: ଜଣେ ଯବାନ ଶହୀଦ

ଜମ୍ମୁ,୨୨।୪: ଜମ୍ମୁ-କଶ୍ମୀରରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ଜଣେ ଯବାନ ଶହୀଦ ହୋଇଛନ୍ତି ଏବଂ ଚାରିଜଣ ଆହତ ହୋଇଛନ୍ତି। ଏହି ଗୁଳିବିନିମୟ ଜମ୍ମୁର ସଞ୍ଜୱାନ ଅଞ୍ଚଳରେ ଚାଲିଛି।
ଜମ୍ମୁ ଜୋନ ଏଡିଜିପି ମୁକେଶ ସିଂ କହିଛନ୍ତି, ଆତଙ୍କବାଦୀମାନେ ଘରେ ଲୁଚି ରହିଥିବା ଜଣାପଡିବା ପରେ ସେହି ଅଞ୍ଚଳକୁ ଯବାନମାନେ ନିଜ ଆୟତ୍ତକୁ ନେଇଥିଲେ। ପରେ ଉଭୟ ପକ୍ଷରୁ ଗୁଳିବିନିମୟ ହୋଇଥିଲା। ଏଥିରେ ଜଣେ ଜବାନ ଶହୀଦ ହୋଇଛନ୍ତି। ୪ ଜଣ ଯବାନ ଆହତ ହୋଇଛନ୍ତି। ଏବେ ମଧ୍ୟ ଏନକାଉଣ୍ଟର ଜାରି ରହିଛି।

Share