ସଲମାନ-କ୍ୟାଟ୍ରିନାଙ୍କ ମଝିରେ ଇମ୍ରାନ କଣ୍ଟା

ମୁମ୍ବାଇ: ୨୦୧୨ରେ ରିଲିଜ ହୋଇଥିବା ଫିଲ୍ମ ‘ଟାଇଗର’ରେ ସଲମାନ ଖାନ୍‌ ଏବଂ କ୍ୟାଟ୍ରିନା କୈଫଙ୍କୁ ଦେଖିବାକୁ ମିଳିଥିଲା। ଫିଲ୍ମ ବ୍ଲକବଷ୍ଟର ହିଟ୍‌ ହୋଇଥିଲା। ଏହାପରେ ଦୁଇଜଣ କେତେକ ଫିଲ୍ମରେ ଏକାଠି କାମ କରିଛନ୍ତି।
ବର୍ତ୍ତମାନ ସଲମାନଙ୍କ ଫିଲ୍ମ ‘ଟାଇଗର-୩’କୁ ନେଇ ଚର୍ଚ୍ଚା ହେଉଛି। ୟଶରାଜ ଫିଲ୍ମ ପକ୍ଷରୁ ଭିଲେନ ପାଇଁ ଏକ ଭିନ୍ନ ଚେହେରା ଖୋଜା ଚାଲିଛି। ଯେପରିକି ‘ଟାଇଗର ଜିନ୍ଦା’ରେ ସାଜିଦ ଡେଲାଫର୍ଜକୁ ନେଇ। ଫିଲ୍ମରେ ଭିଲେନ କିଏ ହେବେ ଯଦିଓ ବିଧିବଦ୍ଧ ଘୋଷଣା ହୋଇନାହିଁ ତଥାପି ଇମ୍‌ରାନ ହାଶମୀଙ୍କ ନାମ ଚର୍ଚ୍ଚା ହେଉଛି। ଯିଏ କି ସଲମାନ-କ୍ୟାଟ୍ରିନାଙ୍କ ମଝିରେ କଣ୍ଟା ସାଜିବେ।


ଫିଲ୍ମଟି ପ୍ରଥମେ ମୁମ୍ବାଇରେ ଶୁଟିଂ କରାଯିବ। ଚଳିତବର୍ଷ ମାର୍ଚ୍ଚ ତୃତୀୟ ସପ୍ତାହ ଆଡ଼କୁ ଏହା ଫ୍ଲୋରକୁ ଆସିବ। କାରଣ ଫେବୃୟାରୀ ୨୧ରେ ସଲମାନଙ୍କ ବିଗ୍‌ବସ ସରିଲା ପରେ ହିଁ ଏହି ଫିଲ୍ମ ଶୁଟିଂ ହେବ ବୋଲି କୁହାଯାଉଛି।

Share