ଜାଣନ୍ତି କି? ସମ୍ପର୍କରେ ଇମ୍ରାନ ଆଲିଆଙ୍କ ଭାଇ…

ବମ୍ବେ: ବଲିଉଡ୍‌ରେ ସିରିଏଲ୍‌ କିସ୍‌ର ଭାବେ ପରିଚିତ ଇମ୍ରାନ ହାସମିଙ୍କର ଆଜି ହେଉଛି ହାପି ବର୍ଥ ଡେ। ୧୯୭୯ ମାର୍ଚ୍ଚ ୨୪ରେ ବମ୍ବେରେ ଅଭିନେତାଙ୍କ ଜନ୍ମ। ଚଳଚ୍ଚିତ୍ର ‘ଫୁଟପାଥ’ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ ସେ। ହେଲେ ୨୦୦୪ରେ ରିଲିଜ ହୋଇଥିବା ଫିଲ୍ମ ‘ମର୍ଡର’ ତାଙ୍କ ପାଇଁ ଟର୍ନିଂ ପଏଣ୍ଟ ଥିଲା। ଏହାପରେ ସେ ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଭେଟି ଦେଇଛନ୍ତି।

ସମ୍ପର୍କରେ ଇମ୍ରାନ ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଭାଇ। କାରଣ ଆଲିଆଙ୍କ ବାପା ତଥା ଲୋକପ୍ରିୟ ନିର୍ଦ୍ଦେଶକ ମହେଶ ଭଟ୍ଟ ଏବଂ ଇମ୍ରାନଙ୍କ ମା’ ଭାଇଭଉଣୀ। ଇମ୍ରାନ୍‌ ମହେଶଙ୍କ ଭଣଜା ହୋଇଥିବାରୁ ଆଲିଆଙ୍କ ଭାଇ।

Share