ପୂରୁନି ପରିବାରର ପେଟ

ଖମାର,୧୪ା୭
ସୁସ୍ଥ ଥିବା ସମୟରେ ମୂଲ ମଜୁରି କରି ଶାଗ ମୁଗରେ ଚଳାଇ ନେଉଥିଲେ ସଂସାର। ହେଲେ ଅଜଣା ରୋଗର ଶିକାର ହେବାପରଠାରୁ ସେହି ଦାୟିତ୍ୱ ପଡ଼ିଛି ସ୍ତ୍ରୀଙ୍କ ଉପରେ। ନିଜେ ଘରେ ରହି ୪ ଝିଅପୁଅ ଓ ସାନଭାଇଙ୍କ ଦେଖାଶୁଣା କରୁଥିବା ବେଳେ ପରିବାର ପାଇଁ ଦାନା ଯୋଗାଡ଼ କରୁଛନ୍ତି ସ୍ତ୍ରୀ। କିନ୍ତୁ ସବୁଦିନ ୭ ଜଣଙ୍କ ପେଟ ପୂରାଇବା ସ୍ତ୍ରୀଙ୍କ ପକ୍ଷେ ସମ୍ଭବ ହେଉନି। ପ୍ରଶାସନ ରାଶନକାର୍ଡ ଖଣ୍ଡେ ଦେଇ ନ ଥିବାରୁ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ଗଣ୍ଡେ ମଧ୍ୟ ମିଳୁନି। ଫଳରେ ଅତି ଦୟନୀୟ ଅବସ୍ଥାରେ ବଞ୍ଚିବାକୁ ପଡ଼ୁଛି ଅନୁଗୋଳ ଜିଲା ପାଲଲହଡା ବ୍ଲକ ଆଲୋରୀ ପଞ୍ଚାୟତ ପରମାନନ୍ଦପୁର ଗ୍ରାମର ଲୋକନ ଚାତରଙ୍କ ପରିବାରକୁ।
ଲୋକନଙ୍କ କହିବା ଅନୁଯାୟୀ, ଦୀର୍ଘଦିନ ହେଲା ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ରହୁନି। ସେ ପୂର୍ବପରି ଖଟିବାକୁ ବାହାରକୁ ଯାଇପାରୁ ନାହାନ୍ତି। ପିଲାମାନେ ଛୋଟ ହୋଇଥିବାରୁ ଓ ସାନଭାଇ ସ୍କୁଲରେ ପଢ଼ୁଥିବାରୁ ସେ କିମ୍ବା ସ୍ତ୍ରୀ ଡଲି ଚାତରଙ୍କ ମଧ୍ୟରୁ ଜଣେ କେହି ଘରେ ରହିବା ଜରୁରୀ। ତେଣୁ ବାଧ୍ୟ ହୋଇ ସେ ଘରେ ପିଲାଙ୍କୁ ଜଗାରଖା କରୁଥିବା ବେଳେ ସ୍ତ୍ରୀଙ୍କୁ ବାହାରେ କାମ କରିବାକୁ ପଡ଼ୁଛି। ସମ୍ବଳ କହିଲେ ଦୁଇଟି ହାଣ୍ଡି ଓ ଗୋଟିଏ କଡେଇକୁ ଛାଡ଼ି ତାଙ୍କ ନିକଟରେ କିଛି ନାହିଁ। ସବୁଦିନ କାମଧନ୍ଦା ମଧ୍ୟ ମିଳୁନି। ଏପରି ଅବସ୍ଥାରେ ସମସ୍ତଙ୍କ ପାଇଁ ଖାଇବା ଯୋଗାଡ଼ କରିବା ସମ୍ଭବ ହେଉନି। ଓଳିଏ ଖାଇଲେ ଆରଓଳି ଉପାସ ରହିବାକୁ ପଡ଼ୁଛି। ଛୁଆପିଲାଙ୍କ ଦାୟିତ୍ୱ ନେବା ସହିତ ବେଳେ ବେଳେ ସେ ପାଖ ଜଙ୍ଗଲରୁ କେନ୍ଦୁପତ୍ର, ମହୁଲ ଓ ଶାଳମଞ୍ଜି ସଂଗ୍ରହ କରୁଛନ୍ତି। ସରକାର ଗରିବଙ୍କ କଲ୍ୟାଣ ପାଇଁ ଅନେକ ଯୋଜନା କରିଥିବା ବେଳେ ତାଙ୍କ ନିକଟରେ ତାହା ପହଞ୍ଚିପାରି ନାହିଁ। ଏପରି କି ରାଶନ କାର୍ଡଟିଏ ମଧ୍ୟ ସେ ପାଇପାରି ନାହାନ୍ତି। ସରକାରୀ ଆବାସ ତ ଦୂରର କଥା କରୋନା ସମୟରେ ବିନା ରାଶନ କାର୍ଡଧାରୀଙ୍କୁ ମିଳୁଥିବା ଚାଉଳ, ଡାଲି ବି ତାଙ୍କୁ ଦିଆଯାଇ ନାହିଁ ବୋଲି ଲୋକନ ଅଭିଯୋଗ କରିଛନ୍ତି। ତୁରନ୍ତ ଲୋକନଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରିବାକୁ ଜିଲା ପରିଷଦ ସଦସ୍ୟ ସରୋଜ ସାହୁ ଦାବି କରିଛନ୍ତି।
ଏ ସମ୍ପର୍କରେ ଆଲୋରୀ ନାଏବ ସରପଞ୍ଚ ମୀନା ସାହୁ କହିଛନ୍ତି, ଲୋକନଙ୍କ ସମସ୍ୟା ନେଇ ସେ ସରପଞ୍ଚ ଓ ଯୋଗାଣ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ଏଯାଏ କିଛି ପଦକ୍ଷେପ ନିଆଯାଇ ନାହିଁ। ପଞ୍ଚାୟତ ଭିଏଲଡବ୍ଲ୍ୟୁ କୁନୁ ସାହୁ କହିଛନ୍ତି, ଲୋକନଙ୍କ ପରିବାର ପୂର୍ବରୁ ତାଳଚେରରେ ରହୁଥିଲେ। ତେଣୁ କିଛି ସରକାରୀ ସୁବିଧା ଏଯାଏ ପାଇନାହାନ୍ତି। ସରପଞ୍ଚ ଯୋଗେଶ୍ୱର ଶୁଣ୍ଢି କହିଛନ୍ତି, ସମସ୍ୟା ସମ୍ପର୍କରେ ନାଏବ ସରପଞ୍ଚ ଯୋଗାଣ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଅସୁବିଧା କେଉଁଠି ରହିଛି ତାହା ମଙ୍ଗଳବାର ସମାଧାନ କରାଯିବ। ପଞ୍ଚାୟତ ସମିତି ଅଧ୍ୟକ୍ଷ ନବକିଶୋର ନାଏକ ଶୀଘ୍ର ସରକାରୀ ସହାୟତା ପ୍ରଦାନ ନେଇ ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟଙ୍କ ଘରେ ଚଢ଼ାଉ, ଏକକାଳୀନ ୫ଟି ସ୍ଥାନରେ ରେଡ୍

ଜଗତସିଂହପୁର: ସକାଳୁ ସକାଳୁ ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଜଗତସିଂହପୁର ଫରେଷ୍ଟ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଆୟ ବହିର୍ଭୂତ ସଂପତ୍ତି...

କାର୍‌ରେ ଗଞ୍ଜେଇ ଚାଲାଣ କରୁଥିଲେ ଦମ୍ପତି, ମାଡିବସିଲା ପୋଲିସ, ତା’ପରେ…

ମୋହନା,୨୦।୧୨( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ଥାନା ନଳାଘାଟ ଗାଁ ନିକଟରେ କାର୍‌ ସହ ୨୬ କିଲୋ ଗଞ୍ଜେଇ ଜବତ ହୋଇଛି। ଗଞ୍ଜେଇ...

ପ୍ରତିଦିନ ଓଡ଼ିଶାରୁ ଖଣି ଲୁଟୁଛନ୍ତି

ଭୁବନେଶ୍ୱର, ୨୦।୧୨(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଓଡ଼ିଶାର ବିକାଶ ଲାଗି ପ୍ରସ୍ତୁତ କରୁଥିବା ଯୋଜନା ମଧ୍ୟରୁ ମୁଖ୍ୟତଃ ଖଣି ରାଜସ୍ବ ଉପରେ ସର୍ବାଧିକ ନିର୍ଭର କରିଥାଆନ୍ତି।...

ବିଜେଡି ନେତାଙ୍କ ଭୋଜି: ନେତୃତ୍ୱକୁ ବିରୋଧ ଚର୍ଚ୍ଚା…..

ଭୁବନେଶ୍ୱର,୨୦।୧୨(ସୁନିତ୍‌ ମିଶ୍ର):ବିଜେଡିର କେତେଜଣ ପୂର୍ବତନ ବିଧାୟକ ଏବଂ ଗତ ନିର୍ବାଚନରେ ପରାଜିତ ନେତା ଭୁବନେଶ୍ୱର ଉପକଣ୍ଠରେ ଏକାଠି ହୋଇ ଏକ ଭୋଜିର ଆୟୋଜନ କରିଥିଲେ। ଏହି...

ସରକାରଙ୍କ ବଡ଼ ଘୋଷଣା: ପ୍ରତି ବ୍ଲକରେ ଖୋଲିବ…

ଭୁବନେଶ୍ୱର,୨୦ା୧୨ (ସୁଚିସ୍ମିତା ସାହୁ):ଓଡ଼ିଶାରେ ଉଚ୍ଚଶିକ୍ଷାର ବିକାଶକୁ ନେଇ ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ ୨୦୩୬ ଓ ୨୦୪୭ରେ ୪ଟି ପ୍ରମୁଖ ମାନଦଣ୍ଡକୁ ସ୍ଥାନିତ କରାଯାଇଛି। ଉଚ୍ଚଶିକ୍ଷା କ୍ଷେତ୍ରରେ...

ବିବାହିତ ମହିଳାଙ୍କ ପ୍ରେମରେ ପଡିଥିଲେ ନାବାଳକ, ଦେଖାକରିବାକୁ ଯାଇ…

ବିଞ୍ଝାରପୁର, ୨୦ା୧୨(ରାମକୃଷ୍ଣ ଦାସ): ପ୍ରେମ ପାଇଁ ଆସିଥିବା ଜଣେ ନାବାଳକ ପ୍ରେମିକଙ୍କ ଝୁଲନ୍ତା ମୃତଦେହକୁ ବିଞ୍ଝାରପୁର ଥାନା ଅଞ୍ଚଳର ପ୍ରେମିକାଙ୍କ ଘର ନିକଟରୁ ଶୁକ୍ରବାର ପୂର୍ବାହ୍ନରେ...

୧୦ମ ଶ୍ରେଣୀ ଛାତ୍ରୀ ହେଲେ ଗର୍ଭବତୀ , ବଳାତ୍କାର କରିବା ସହ…

କୁଆଁରମୁଣ୍ଡା,୨୦ା୧୨ (ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଅଞ୍ଚଳର ଜଣେ ନାବାଳିକା ୫ ମାସର ଗର୍ଭବତୀ ହେବା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ବୀରମିତ୍ରପୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri