ଶ୍ରମିକଙ୍କ ନାଁରେ ରୋଜଗାରକୁ ବନ୍ଦ କରାଯାଉ

ନୟାଗଡ଼ ଅଫିସ,୧୫।୫: ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) ରେ ଶ୍ରମିକଙ୍କ ନାଁରେ ମେଶିନ ଦ୍ୱାରା କାର୍ଯ୍ୟ କରି ମିଥ୍ୟ ଶ୍ରମ ଦିବସ ସୃଷ୍ଟି କରାଯାଉଛି ବୋଲି ଅଭିଯୋଗ ହୋଇଆସୁଛି। ପୋଖରୀ ଖନନଠାରୁ ଆରମ୍ଭ କରି ଅନେକ କାର୍ଯ୍ୟ ମେଶିନ ଦ୍ୱରା କରାଯାଉଥିବା ଅଭିଯୋଗ ହେଉଥିଲେ ମଧ୍ୟ ଏ ନେଇ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ସରକାର ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ କେବଳ ଶ୍ରମିକଙ୍କୁ କାମ ଦେବାର ବ୍ୟବସ୍ଥା କରି ମେଶିନ କାର୍ଯ୍ୟ କରିବା ପାଇଁ ସ୍ବତନ୍ତ୍ର ଯୋଜନା ମାଧ୍ୟମରେ ବ୍ୟବସ୍ଥା କରନ୍ତୁ ବୋଲି ଦାବି ଉଠିଲାଣି। ସରକାରୀ ଅନୁଦାନର ଅପବ୍ୟୟ ସହ ଦାଦନ ରୋକାଯିବାକୁ ଗୁରୁତ୍ୱ ଦେବାକୁ ମତ ପ୍ରକାଶ ପାଇଛି। ଶ୍ରମିକଙ୍କ ନଁାରେ ରୋଜଗାରକୁ ଆଉ ବରଦାସ୍ତ କରାଯିବନି ବୋଲି କୁହାଯାଉଛି।

ଲୋକଦେଖାଣିଆ ସମୀକ୍ଷା
ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ପୋଖରୀ ଖନନଠାରୁ ବହୁ କାର୍ଯ୍ୟରେ ଜେସିବି, ଟ୍ରାକ୍ଟର ପରି ଯନ୍ତ୍ର କାମ କରୁଛି। ତେବେ ଶ୍ରମିକଙ୍କ ନାଁରେ ବିଲ୍‌ କରି କାହିଁକି ସରକାରୀ ଟଙ୍କା ଆମତ୍ସାତ କରାଯାଉଛି। ଯୋଜନା ପରେ ଏହାର ସୁଫଳ ଓ ବିଫଳତାର ଯେଉଁ ଲୋକ ଦେଖାଣିଆ ସମୀକ୍ଷା ହେଉଛି ତାକୁ ବନ୍ଦ କରି ପ୍ରକୃତ କାରଣ ଖୋଜାଯାଉ। ଯୋଜନାରେ ଯେଉଁ କାମ ଯନ୍ତ୍ର କରିବ ସେଗୁଡ଼ିକୁ ଚିହ୍ନଟ କରି ସେଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉ। ଏହା ଦ୍ୱାରା ସରକାରୀ ଅନୁଦାନ ଅପବ୍ୟୟ ବନ୍ଦ ହେବା ସହ ଶ୍ରମିକଙ୍କୁ କାମ ମିଳିବ।
-ଲକ୍ଷ୍ମୀଧର ପ୍ରଧାନ, ଇଟାମାଟି
ନୀରବତା ଠିକ୍‌ ନୁହେଁ
ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ସ୍ବଚ୍ଛତା ରହୁନି ବୋଲି ସରକାର, ବିରୋଧୀ ଦଳ, ପ୍ରଶାସନ, ସାଧାରଣ ଲୋକ, ଶ୍ରମିକ ଅବଗତ ହୋଇ ମଧ୍ୟ ଚୁପ ରହିବା ଠିକ୍‌ ନୁହେଁ। ମିଥ୍ୟାରେ ବାହାବା ନେବା ଅପେକ୍ଷା ପ୍ରକୃତରେ ଶ୍ରମିକ ଯେପରି କାମ ପାଇବେ ତା’ର ବ୍ୟବସ୍ଥା କରାଯାଉ। ଶ୍ରମିକଙ୍କ ନଁାରେ ରୋଜଗାର କରି ତାଙ୍କୁ ଦାଦନ ପଠାଇବା କେତେଦୂର ଠିକ୍‌। ଏହା କ’ଣ ବିକାଶର ରୂପରେଖ। ସବୁକଥାରେ ନୀରବତା ଠିକ୍‌ ନୁହେଁ।
-ବିରଞ୍ଚତ୍ ସାହୁ, ଦଶପଲ୍ଲା
ଶ୍ରମିକଙ୍କୁ କାମ ମିଳୁନି
ଓଡ଼ଗାଁ  ବ୍ଲକର କୁରାଳ, ଦଣ୍ଡୋର, ହନୁମନ୍ତିଆ, ନଠିଆପଲ୍ଲୀ, କୋମଣ୍ଡ, ପାଣ୍ଡେରୀପଡ଼ା, ଦେଓଗାଁ  ଭାଲିଆଡ଼ିହି, ମଦନପୁର ଗାଁର ଶ୍ରମିକମାନେ ପେଟପାଟଣା ପାଇଁ ଦଳବଦ୍ଧ ହୋଇ କଳାହାଣ୍ଡି, କୋରାପୁଟ, ଫୁଲବାଣୀ ପରି ଜିଲାକୁ ଯାଇ ପୋଖରୀ, କୂଅ ଖୋଳୁଛନ୍ତି। ନିଜ ଜିଲାରେ କାମ ମିଳୁଥିଲେ ସେମାନେ ପରିବାର ଛାଡ଼ି ରୋଜଗାର ପାଇଁ ଅନ୍ୟ ଜିଲାକୁ ଯାଅନ୍ତେ ନାହିଁ। ଜିଲାରେ ଜେସିବି ଓ ଟ୍ରାକ୍ଟର ପରି ଯନ୍ତ୍ର ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମ କରୁଥିବାରୁ ଏଭଳି ସଙ୍କଟ ହେଉଛି। ଏଣୁ ମେଶିନକୁ ଗୁରୁତ୍ୱ ନ ଦେଇ ଶ୍ରମିକଙ୍କୁ କାମ ଦେବାର ଆନ୍ତରିକତାର ସହ ବ୍ୟବସ୍ଥା କରାଯାଉ। ମେଶିନ କାର୍ଯ୍ୟ କରିବା ନେଇ ଆଇନରେ ସଂଶୋଧନ କରାଯାଉ।
-ଶାନ୍ତନୁ ବିଶୋୟୀ, ଓଡ଼ଗାଁ
ପରିବର୍ତ୍ତନ ଜରୁରୀ
ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ର ରୂପରେଖରେ ପରିବର୍ତ୍ତନ ଜରୁରୀ ହୋଇପଡିଛି। ଶ୍ରମିକଙ୍କ ନାଁରେ ମେଶିନ କାର୍ଯ୍ୟ କରିବା କାରଣରୁ ସରକାରୀ ଯୋଜନାର ସୁଫଳ ମିଳୁନି। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ର ସମୀକ୍ଷା ବୈଠକରେ ଏ ନେଇ ପ୍ରସ୍ତାବ ପାରିତ ହୋଇ କେନ୍ଦ୍ର ସରକାରଙ୍କୁ ଦିଆଯାଉ। ଶ୍ରମିକମାନେ ନିଜର ହକ ପାଇଁ ଆଗକୁ ଆସିବା ଦରକାର। ଜିଲାପାଳ, ବିଧାୟକ, ମନ୍ତ୍ରୀ ଓ ଶ୍ରମିକ ନେତା ଏ ଦିଗରେ ସ୍ବତନ୍ତ୍ର ଦୃଷ୍ଟି ଦେବା ଦରକାର।
-ଅନନ୍ତ ବେହେରା, ଶ୍ରମିକ, ଭାପୁର
ଆନ୍ଦୋଳନ ପାଇଁ ସଜବାଜ
ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଶ୍ରମିକ କାମ ପାଉନାହାନ୍ତି। ପୁଣି ମେଶିନ ଯେଉଁ କାର୍ଯ୍ୟ କରୁଛି ସେହି କାମ ଶ୍ରମିକ କରିପାରିବେନି। ଏଣୁ ଶ୍ରମିକ କାମ କଲା ପରି କାର୍ଯ୍ୟ ରଖି ଯୋଜନାର ରୂପରେଖ ବଦଳାଯାଉ। ତେବେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କିଛି ଲୋକଙ୍କର ରୋଜଗାରର ମାଧ୍ୟମ ହୋଇଥିବାରୁ ଏଥିରେ ପରିତ୍ତର୍ବନ ଆଶା କରିବା ନିରର୍ଥକ। ଶ୍ରମିକମାନେ ଏ ନେଇ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରି ନିଜର ହକ ସରକାରଙ୍କୁ ଅବଗତ କରାଇବା ଦରକାର। ଶ୍ରମିକମାନେ ଏ ଦିଗରେ ଏକାଠି ହେଲେଣି।
-ପ୍ରଭାତ ପ୍ରଧାନ, ନନ୍ଦିଘୋର, ଓଡ଼ଗାଁ


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?