‘ଚଳଚ୍ଚିତ୍ର ଜଗତରେ ବୃହତ୍‌ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ’

ଭୁବନେଶ୍ୱର,୨୬।୩(ବ୍ୟୁରୋ): ଆଗକୁ ପୁଣି ଥରେ ନୂଆ ରୂପରେ ଝଲସିବ କଳିଙ୍ଗ ଷ୍ଟୁଡିଓ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର କଳିଙ୍ଗ ଷ୍ଟୁଡିଓର ପୁନର୍ବିକାଶ ଲାଗି ଶିଳାନ୍ୟାସ କରିଛନ୍ତି। ଷ୍ଟେଟ୍‌ ଅଫ୍‌ ଦି ଆର୍ଟ ଭିତ୍ତିିଭୂମି ସହ ଷ୍ଟୁଡିଓକୁ ବିକଶିତ କରାଯିବ। ଏହି ପ୍ରକଳ୍ପ କାମ ଶେଷ ହେଲେ ସିନେମା ସହ କଳା, ସଂସ୍କୃତି ଓ ଐତିହ୍ୟକୁ ପ୍ରୋତ୍ସାହନ ଦିଗରେ ମନୋରଞ୍ଜନ ଶିଳ୍ପକୁ ଏକ ବଡ଼ ଶକ୍ତି ମିଳିବ। ଏହା ସହ ରାଜ୍ୟରେ ଚଳଚ୍ଚିତ୍ର ଜଗତରେ ବୃହତ୍‌ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ପ୍ରକଳ୍ପ ଲାଗି ରାଜ୍ୟ ସରକାର ୨୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ୧୨ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଆନ୍ତର୍ଜାତିକ ସଂସ୍ଥା ଗ୍ରାଣ୍ଟ ଥ୍ରୋନ୍‌ଟନ୍‌ ଭାରତ ଏଲ୍‌ଏଲ୍‌ପି ଦ୍ୱାରା ଏହି ପ୍ରକଳ୍ପର ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ କରାଯାଇଛି। ଇଡ୍‌କୋ ଦ୍ୱାରା ଉକ୍ତ ପ୍ରକଳ୍ପ କାର୍ଯ୍ୟ କରାଯିବ। ଡିସେମ୍ବର ୨୦୨୨ ସୁଦ୍ଧା ଏହାର ନିର୍ମାଣ ଶେଷ ହେବ ବୋଲି ଆଶା କରାଯାଉଛି।
ଏହି ପ୍ରକଳ୍ପ ସିଧାସଳଖ ଚଳଚ୍ଚିତ୍ର, ମିଡିଆ ଏବଂ ମନୋରଞ୍ଜନ କ୍ଷେତ୍ର ସହ ଜଡ଼ିତ ପ୍ରାୟ ୨ ହଜାର ନିଯୁକ୍ତି ଯୋଗାଇବ। ପରୋକ୍ଷ ଭାବେ ୧୦ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ଏହି ଷ୍ଟଡିଓକୁ ଅତ୍ୟାଧୁନିକ ଭିତ୍ତିଭୂମି ସହ ୩ଟି ଭିନ୍ନ ଭିନ୍ନ ଜୋନ୍‌ରେ ବିକଶିତ କରାଯି; ଯେଉଁଥିରେ ମଲ୍ଟି ସାଇଜ୍‌ଡ୍‌ ଇନ୍‌ଡୋର୍‌ ସିଟିଂ ହଲ୍‌, ମେକ୍‌ ବିଲିଭ୍‌ ସୁଟିଂ, ଥିମ୍‌ଭିତ୍ତିକ ପାର୍କ, ପୋଷ୍ଟ-ପ୍ରଡକ୍ସନ୍‌ ସୁବିଧା ଯଥା- ଡବିଂ, ମିକ୍ସିଂ ଷ୍ଟୁଡିଓ, ଆନିମେସନ୍‌ ୱାର୍କ ଷ୍ଟେଶନ, ଏଡିଟିଂ ସୁଟ୍‌, ଡିଜିଟାଲ ଇଣ୍ଟର ମିଡିଏଟ୍‌ ଷ୍ଟୁଡିଓ, ପ୍ରିଭ୍ୟୁ ଥିଏଟର, ଡାଇରେକ୍ଟର୍ସ ରୁମ୍‌, ସ୍କ୍ରିପ୍ଟ ନ୍ୟାରେଶନ, କାଷ୍ଟିଂ, ରେକର୍ଡିଂ ଲାବ୍‌, ରେଡିଓ ଏବଂ ମିଡିଆ ହାଉସ୍‌ ଆଦି ଅନ୍ୟାନ୍ୟ ସୁବିଧା ଉପଲବ୍ଧ ରହିବ। ଫିଲ୍ମ ପ୍ରଡ଼କ୍ସନ୍‌ ସହ ଫନ୍‌, ଏଣ୍ଟରଟେନ୍‌ମେଣ୍ଟ, ଲିଜର ହବ୍‌ ଆଦି ବ୍ୟବସ୍ଥା କରାଯିବାର ପ୍ରସ୍ତାବ ରହିଛି। ସେହିପରି ଲାଇଭ୍‌ ପରଫରମାନ୍ସ ଷ୍ଟେଜ୍‌, ଆଡ୍‌ଭେନ୍ଚର ପାର୍କ, କିଡ୍‌ସ ପ୍ଲେ ଏରିଆ, ୱାଟର ଗେମ୍‌ସ, ସ୍ନୋ ୱାଲର୍‌ଡ, ଆଇକନିକ୍‌ ପଏଣ୍ଟ ଆଦି ବ୍ୟବସ୍ଥା ରହିବ। ଏହାଛଡ଼ା ଚଳଚ୍ଚିତ୍ର କ୍ର୍ୟୁଙ୍କ ଲାଗି ରହିବା ସୁବିଧା ଉପଲବ୍ଧ ହେବ। ସାମାଜିକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଲାଗି ଏଠାରେ ସ୍ଥାନ ରହିବ।
୧୯୮୦ରେ ସ୍ଥାପିତ କଳିଙ୍ଗ ଷ୍ଟୁଡିଓ ଓଡ଼ିଆ ସିନେମା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ପୂର୍ବାଞ୍ଚଳରେ ଶ୍ରେଷ୍ଠ ସରଞ୍ଜାମ ସହ ଏହା କେବଳ ଏକମାତ୍ର ଫିଲ୍ମ ଷ୍ଟୁଡିଓ ଥିଲା। ଅତୀତରେ ଏଠାରେ ବହୁ ସୁନ୍ଦର ଚଳଚ୍ଚିତ୍ର ନିର୍ମାଣ କରାଯାଇଛି। ତେବେ ଏହି ସିନେମା ଶିଳ୍ପକୁ ଚଳଚ୍ଚିତ୍ର ନିର୍ମାଣ ଲାଗି ଉନ୍ନତ ଭିତ୍ତିଭୂମି ଓ ଟେକ୍ନୋଲୋଜିର ଆବଶ୍ୟକତା ରହିଛି। ଐତିହ୍ୟ ସମ୍ପତ୍ତିର ସଂରକ୍ଷଣ ସହ ଓଡ଼ିଆ ଚଳଚ୍ଚିତ୍ର ଜଗତର ପୁନରୁଦ୍ଧାର ପାଇଁ ସହାୟତା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ। ଏହି ଭିତ୍ତିଭୂମି ସିନେମା ଶିଳ୍ପ ଇକୋ-ସିଷ୍ଟମ ତିଆରି କରିବ; ଯାହା କେବଳ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପକୁ ବିଶକିତ କରିବନି ବରଂ ବୃହତ୍‌ ମନୋରଞ୍ଜନ ଏବଂ ସର୍ଜନାତ୍ମକ ସେବା ପ୍ରଦାନ କରିବ। ଏହି ପ୍ରକଳ୍ପ ଫିଲ୍ମ ମିଡ଼ିଆ ଏବଂ ମନୋରଞ୍ଜନ ଶିଳ୍ପର ଆବଶ୍ୟକତାକୁ ପୂରଣ କରିବ ବୋଲି ଆଶା କରାଯାଉଛି। ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର, ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ (ଓଏଫ୍‌ଡିସି) ଅଧ୍ୟକ୍ଷ ସତ୍ୟବ୍ରତ ତ୍ରିପାଠୀ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେଠାରେ କିଛି ବରିଷ୍ଠ କଳାକାରଙ୍କୁ ଭେଟିବା ସହ ତାଙ୍କ ସହ ଆଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri