୨୧ରେ କୌଶଳ ମହୋତ୍ସବ: ଭାଗନେବେ ୨୦ରୁ ଅଧିକ ଆଇଟି କମ୍ପାନୀ, ୫୦ରୁ ଊର୍ଦ୍ଧ୍ୱ ନିଯୁକ୍ତିଦାତା

ସମ୍ବଲପୁର,୧୯ା୧(ପ୍ରମୋଦ ବହିଦାର): ସମ୍ବଲପୁରର ଶିକ୍ଷିତ ଯୁବବର୍ଗଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟିକରିବା ଲକ୍ଷ୍ୟରେ ଆସନ୍ତା ୨୧ରେ କୌଶଳ ମହୋତ୍ସବ ଅନୁଷ୍ଠିତ ହେବ। ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଅନ୍ତର୍ଗତ ଜାତୀୟ ଦକ୍ଷତା ବିକାଶ ନିଗମ(ଏନ୍‌ଏସ୍‌ଡିସି) ପକ୍ଷରୁ ସ୍ଥାନୀୟ ଧନକଉଡ଼ା ପଡ଼ିଆରେ ଏହି ମହୋତ୍ସବ ଆୟୋଜନ ହେବ। ଏହାକୁ କେନ୍ଦ୍ର ଶିକ୍ଷା, ଦକ୍ଷତା ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍‌ଘାଟନ କରିବେ ବୋଲି ଏନ୍‌ଏସ୍‌ଡିସିର ମହାପ୍ରବନ୍ଧକ ନୀତିନ କାପୁର କହିଛନ୍ତି।

ସ୍ଥାନୀୟ ଏକ ହୋଟେଲରେ ଏନ୍‌ଏସ୍‌ଡିସି ପକ୍ଷରୁ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ କୌଶଳ ମହୋତ୍ସବ ସମ୍ପର୍କରେ ସୂଚନା ଦେଇ ଅନ୍ୟତମ ମହାପ୍ରବନ୍ଧକ ପଙ୍ଖୁରୀ ବର୍ଗୋହେନ କହିଛନ୍ତି, ବର୍ତ୍ତମାନ ପାଖାପାଖି ୭୦୦୦ରୁ ଅଧିକ ବିଭିନ୍ନ ପଦବୀ ଖାଲି ରହିଛି। ସେଗୁଡ଼ିକ ପୂରଣ ପାଇଁ କେନ୍ଦ୍ର ଶିକ୍ଷା, ଦକ୍ଷତା ଓ ଉଦ୍ୟମିତା ମନ୍ତ୍ରଣାଳୟର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନିଯୁକ୍ତିଦାତା ଓ ଚାକିରି ଅନ୍ବେଷଣରେ ଥିବା ଯୁବବର୍ଗଙ୍କୁ ଗୋଟିଏ ପ୍ଲାଟ୍‌ଫର୍ମରେ ଆଣିବା ପାଇଁ ଏହି ମହୋତ୍ସବ ଆୟୋଜନ କରାଯାଇଛି।

ଏମ୍‌ବିଏ, ଆଇଟିଆଇ, ଡିପ୍ଲୋମାଧାରୀ, ସ୍ନାତକ, ସ୍ନାତକୋତ୍ତର, ମାଟ୍ରିକ ପାସ୍‌ କରିଥିବା ଯୁବବର୍ଗଙ୍କୁ ଉଚିତ ପ୍ରଶିକ୍ଷଣ ସହ ବୈଷୟିକ ଦକ୍ଷତା ବିକାଶ କରି ଦେଶର ବିଭିନ୍ନ କ୍ଷେତ୍ରରେ ରହିଥିବା ଆବଶ୍ୟକତା ପୂରଣ କରିବାର ଏହା ଏକ ପ୍ରୟାସ। ଏଥିରେ ପଞ୍ଜୀକରଣ କରିବା ପାଇଁ ୨୦ ଦିନ ପୂର୍ବରୁ ଆବେଦନ କରିବାକୁ ଅନ୍‌ଲାଇନରେ ସୂଚନା ଦିଆଯାଇଥିଲା। ଚଳିତବର୍ଷ ବିଭିନ୍ନ କ୍ଷେତ୍ରରୁ ୫୦ରୁ ଅଧିକ ନିଯୁକ୍ତିଦାତା ଏଥିରେ ଭାଗ ନେଉଥିବା ବେଳେ ନିଯୁକ୍ତି ପାଇଁ ବର୍ତ୍ତମାନ ସୁଦ୍ଧା ୫ ହଜାରରୁ ଊର୍ଦ୍ଧ୍ୱ ଯୁବତୀଯୁବକ ପଞ୍ଜୀକରଣ ପାଇଁ ଆବେଦନ କରିସାରିଛନ୍ତି।

ଏହାବ୍ୟତୀତ ଜାନୁଆରୀ ୨୧ରେ ମଧ୍ୟ ଆଗ୍ରହୀ ଶିକ୍ଷିତ ଯୁବବର୍ଗ ମହୋତ୍ସବ ସ୍ଥଳରେ ପଞ୍ଜୀକରଣ ସୁଯୋଗ ପାଇବେ। ଉକ୍ତ ଦିନ ସକାଳ ୮ଟାରୁ ପଞ୍ଜୀକରଣ ଆରମ୍ଭ ହୋଇ ନିଯୁକ୍ତି ଆଶାୟୀଙ୍କ ସାକ୍ଷାତ୍‌କାର ପରେ କାଉନସେଲିଂ କରାଯିବ। ଅପରାହ୍ନ ୩ଟାରୁ ଚୟନ ହୋଇଥିବା ଯୁବତୀଯୁବକଙ୍କୁ ବିଭିନ୍ନ କମ୍ପାନୀ ପକ୍ଷରୁ ନିଯୁକ୍ତି ପାଇଁ ଅଫର ଲେଟର ପ୍ରଦାନ କରାଯିବ ବୋଲି ସେ କହିଛନ୍ତି। ଏଥିରେ ୨୦ରୁ ଅଧିକ ଆଇଟି କମ୍ପାନୀ ସହ ଏଲ୍‌ ଆଣ୍ଡ ଟି ଫାଇନାନ୍ସ, ରିଲାଏନ୍ସ ଜିଓ ଆଦି ୫୦ରୁ ଅଧିକ ନିଯୁକ୍ତିଦାତା ଯୋଗଦେବେ। ଖବରଦାତା ସମ୍ମିଳନୀରେ ଏନ୍‌ଏସ୍‌ଡିସିର ରାଜ୍ୟ ନିଯୁକ୍ତି ସଂଯୋଜକ ଦେବୀପ୍ରସାଦ ମହାନ୍ତି ଓ ରାଜ୍ୟ ନିଯୁକ୍ତି ଅଧିକାରୀ ସ୍ମୃତିରଞ୍ଜନ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

କମାଲ ଦେଖାଇଲେ ଶିଶୁ ବୈଜ୍ଞାନିକ, ଜିଲାପାଳ କହିଲେ…

ବରଗଡ଼,୬ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ରାଣା ପ୍ରତାପ ସ୍କୁଲ ପଡ଼ିଆରେ ଶନିବାର ଜିଲାସ୍ତରୀୟ ବିଜ୍ଞାନ ମେଳା ଉଦ୍‌ଘାଟିତ ହୋଇଛି। ଜିଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁଙ୍କ ଅଧ୍ୟକ୍ଷତା...

ଫିଫା ବିଶ୍ୱକପ୍‌ ଲାଗି ଡ୍ର’ ଉଠାଣ: ଜାଣନ୍ତୁ କେଉଁ ଦଳ କେବେ କାହାକୁ ଭେଟିବ…

ଓ୍ବାଶିଂଟନ,୬ା୧୨: ଆସନ୍ତା ବର୍ଷ ଆମେରିକା, କାନାଡା ଓ ମେକ୍ସିକୋରେ ହେବାକୁ ଯାଉଥିବା ଫିଫା ବିଶ୍ୱକପ୍‌ ଲାଗି ଶନିବାର ଡ୍ର’ ଉଠାଣ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି। ଏଥିସହିତ...

ଲାଞ୍ଚ ନେବାବେଳେ ଏଡିଇଓଙ୍କୁ ରେଡ୍‌ ହ୍ୟାଣ୍ଡରେ ଧରିଲା ଭିଜିଲାନ୍ସ, ପାଖରୁ ମିଳିଲା…

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ୍‌ ଅଧୀନ ତାଳପଦା ପଞ୍ଚାୟତ ଆକାଉଣ୍ଟାଣ୍ଟ କମ୍‌ ଡାଟା ଏଣ୍ଟ୍ରି ଅପରେଟର(ଏଡିଇଓ) ଲାଞ୍ଚ ନେଇ ଭିଜିଲାନ୍ସ ହାତରେ...

ନାଡ଼ାପାଟାଙ୍ଗ, ମାଣିକୁଟିକୁ ନୂତନ ପଞ୍ଚାୟତ କରିବା ପାଇଁ ଦାବିପତ୍ର

ବାଲିଗୁଡ଼ା, ୬।୧୨(ସଞ୍ଜୟ ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ବାରଖମା ପଞ୍ଚାୟତର ନାଡ଼ାପାଟାଙ୍ଗ ଏବଂ ସିନ୍ଦ୍ରିଗାଁ ପଞ୍ଚାୟତର ମାଣିକୁଟିକୁ ନୂତନ ପଞ୍ଚାୟତ କରିବା ପାଇଁ ଉପଜିଲାପାଳଙ୍କ ଜରିଆରେ...

ବାରବାଟୀରେ ଖେଳିପାରନ୍ତି ଶୁବମନ ଗିଲ୍‌

ଭୁବନେଶ୍ୱର,୬ା୧୨(ଅନାଦି କର): ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ମ୍ୟାଚ୍‌କୁ ଆଉ...

ଗାଧୋଇବା ପାଇଁ ଯାଉଥିବା ବେଳେ ମରଣାନ୍ତକ ଆକ୍ରମ: ଏବେ ଆସିଲା ବଡ଼ ରାୟ

ଦିଗପହଣ୍ଡି,୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶନିବାର ଆଙ୍କୋରଡ଼ା ଗ୍ରାମର ଜେ.ଉଗ୍ରସେନଙ୍କୁ ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ଗିରଫ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri