Posted inଜାତୀୟ

ଭାରତରେ ନିଯୁକ୍ତିର ଉତ୍କଟ ସ୍ଥିତି, ବେରୋଜଗାରିର ୮୩% ଯୁବବର୍ଗ

ନୂଆଦିଲ୍ଲୀ,୨୯।୩: ଭାରତରେ ନିଯୁକ୍ତି ସ୍ଥିତି ଅତ୍ୟନ୍ତ ଉତ୍କଟ ବୋଲି ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲ୍‌ଓ) ଏବଂ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହ୍ୟୁମାନ୍‌ ଡେଭେଲପ୍‌ମେଣ୍ଟ (ଆଇଏଚ୍‌ଡି)ର ଏକ ରିପୋର୍ଟରୁ ଜଣାପଡ଼ିଛି। ଉକ୍ତ ସଂଗଠନର ଇଣ୍ଡିଆ ଅନ୍‌ଏମ୍ପ୍ଲଏମେଣ୍ଟ ରିପୋର୍ଟ, ୨୦୨୪ ଅନୁଯାୟୀ ଦେଶର ବେରୋଜଗାରି ଶ୍ରମଶକ୍ତିର ୮୩ ପ୍ରତିଶତ ହେଉଛନ୍ତି ଯୁବବର୍ଗ। ମୋଟ ବେରୋଜଗାରି ଯୁବଗୋଷ୍ଠୀଙ୍କ ମଧ୍ୟରୁ ମାଧ୍ୟମିକ ଏବଂ ଉଚ୍ଚଶିକ୍ଷା ଗ୍ରହଣ କରିଥିବା ପିଲାମାନଙ୍କ ହାର ୨୦୨୨ରେ ୬୫.୭ ପ୍ରତିଶତକୁ ବୃଦ୍ଧି ପାଇଛି, ଯାହାକି ୨୦୦୦ରେ ୩୫.୨ ପ୍ରତିଶତ ରହିଥିଲା।

୨୦୦୦ରୁ ୨୦୧୯ ମଧ୍ୟରେ ଯୁବ ନିଯୁକ୍ତି ଏବଂ ସାମୟିକ ନିଯୁକ୍ତି ବଢ଼ିଥିବାବେଳେ ମହାମାରି ସମୟରେ ଏହା ହ୍ରାସ ପାଇଥିଲା ବୋଲି ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ଭି. ଅନନ୍ତ ନାଗେଶ୍ୱରନ୍‌ଙ୍କ ଦ୍ୱାରା ପ୍ରକାଶ ପାଇଥିବା ଅଧ୍ୟୟନ ରିପୋର୍ଟରୁ ଜଣାପଡ଼ିଛି। ଏହି ସମୟରେ ଶିକ୍ଷିତ ଯୁବବର୍ଗଙ୍କ ମଧ୍ୟରେ ବେରୋଜଗାରି ସ୍ତର ସର୍ବୋଚ୍ଚ ସ୍ତରରେ ପହଞ୍ଚତ୍ଥିଲା। ସହରାଞ୍ଚଳରେ ଅଧିକ ସଂଖ୍ୟାରେ ଶିକ୍ଷିତ ବେରୋଜଗାର ଥିବା ରିପୋର୍ଟରେ କୁହାଯାଇଛି।

ଅନ୍ୟପକ୍ଷରେ ଆଇଏଲ୍‌ଓର ରିପୋର୍ଟକୁ ଭାରତ ବିବାଦୀୟ ତଥ୍ୟ କହି ବିରୋଧ କରିଛି। ନିଯୁକ୍ତି ସମ୍ପର୍କରେ ଭାରତୀୟ ସଂସ୍ଥାଗୁଡ଼ିକ ଭିନ୍ନ ତଥ୍ୟ ପ୍ରଦାନ କରିଥିବା ଯୁବବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି। କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫ୍‌ଓ)ରେ ୬.୪ କୋଟି ଲୋକ ପଞ୍ଜୀକୃତ ହୋଇଛନ୍ତି, ଏହା ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓ ଅନ୍ୟ ଅନେକ ଦେଶର ଲୋକସଂଖ୍ୟାଠାରୁ ଅଧିକ ବୋଲି ଏକ ଗଣମାଧ୍ୟମର ଯୁବ ସମ୍ମିଳନୀରେ ଯୋଗଦେଇ ଠାକୁର କହିଛନ୍ତି। ସେ ଆହୁରି କହିଛନ୍ତି, ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ୩୪ କୋଟି ମୁଦ୍ରା ଋଣ ଯୋଗାଇ ଦିଆଯାଇଛି। ଏବେ ସେମାନେ ବେରୋଜଗାରିଙ୍କୁ ନିଯୁକ୍ତି ଯୋଗାଉଛନ୍ତି।

ବହୁବର୍ଷ ଧରି ଭାରତ ଅନ୍ତର୍ଜାତୀୟ ରେଟିଂ ସଂସ୍ଥାଗୁଡ଼ିକୁ ଭରସା କରିଆସୁଛି। ସେମାନେ ଘରୋଇ ତଥ୍ୟ ଆଧାରରେ ରିପୋର୍ଟ ପ୍ରସ୍ତୁତ କରିବା ଆବଶ୍ୟକ। ଆମର ଦାସତ୍ୱ ମାନସିକତା ପାଇଁ ଆମେ ସବୁବେଳେ ବିଦେଶୀ ରେଟିଂ ଉପରେ ନିର୍ଭର କରୁଛୁ। ଏବେ ଏହାକୁ ଛାଡ଼ି ଆମ ଦେଶର ସଂଗଠନଗୁଡ଼ିକ ଉପରେ ବିଶ୍ୱାସ କରିବାକୁ ହେବ ବୋଲି ଠାକୁର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶେୟାର ମାର୍କେଟ୍‌ରେ ହାହାକାର: ଗୋଟିଏ ଘଣ୍ଟାରେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକ

ମୁମ୍ବାଇ,୧୯।୩: ଭାରତୀୟ ଷ୍ଟକ ବଜାରରେ ଗୁରୁବାର ହାହାକାର ଦେଖିବାକୁ ମିଳିଛି। ବଜାର ଖୋଲିବାର ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ନିବେଶକମାନେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା…

ପୁଣି ଯୁଦ୍ଧକୁ ଓହ୍ଲାଇବେ ଭାରତ-ପାକିସ୍ତାନ! ପରମାଣୁ ଆଟାକ୍‌ କରିପାରେ ପାକ୍‌…

ନୂଆଦିଲ୍ଲୀ,୧୯।୩: ଯଦିଓ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରିସ୍ଥିତି ବର୍ତ୍ତମାନ ଶାନ୍ତ ଦେଖାଯାଉଛି, ତଥାପି ବିପଦ ସମ୍ପୂର୍ଣ୍ଣ ହ୍ରାସ ପାଇନାହିଁ। ଏହି ଦାବି ଆମେ କରୁନୁ, ବରଂ…

୨୪ ଘଣ୍ଟା ଭିତରେ ୟୁ-ଟର୍ନ ନେଲେ ଟ୍ରମ୍ପ: ବ୍ୟାକ୍‌ଫୁଟ୍‌ରେ ଆମେରିକା

ଓ୍ବାଶିଂଟନ୍‌,୧୯।୩: ମଧ୍ୟପ୍ରାଚ୍ୟରେ ଗ୍ୟାସ ସୁବିଧା ଉପରେ ଇରାନର ପ୍ରତିଶୋଧମୂଳକ ଆକ୍ରମଣ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଟେନ୍‌ସନ୍‌ରେ ପକାଇ ଦେଇଛି। ଏକ ବିବୃତ୍ତି ଜାରି କରି ସେ…

ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ୱ ଦେଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୮।୩: ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଜାତୀୟ ଜନଗଣନା-୨୦୨୭ ବ୍ରାଣ୍ଡ ଆମ୍ବାସଡର କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଜନଗଣନା…

ଗ୍ରାଉଣ୍ଡକୁ ଓହ୍ଲାଇଲା ଆମେରିକା ସେନା! ୩ୟ ବିଶ୍ୱଯୁଦ୍ଧକୁ ନେଇ ଭୟଙ୍କର ସଙ୍କେତ…

ଓ଼୍ବାଶିଂଟନ୍‌,୧୯।୩: ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫେବୃଆରୀ 28ରେ ଇସ୍ରାଏଲ ସହିତ ଇରାନ ଉପରେ ମିଳିତ ଆକ୍ରମଣ ପାଇଁ ନିର୍ଦ୍ଦେଶ ଦେଇଥିଲେ, ସେତେବେଳେ “ପରବର୍ତ୍ତୀ ସମୟରେ…

ଘନେଇଲା ୩ୟ ବିଶ୍ୱଯୁଦ୍ଧର ଭୟ: ଯୁଦ୍ଧକୁ ଡେଇଁବେ ଭାରତ-ପାକିସ୍ତାନ?

ନୂଆଦିଲ୍ଲୀ,୧୯।୩: “ତୃତୀୟ ବିଶ୍ୱ” ବା ଥାର୍ଡ ଓ଼୍ବାଲର୍‌ଡ ଏହା ପ୍ରାୟତଃ ପଛୁଆତା କିମ୍ୱା ଦାରିଦ୍ର୍ୟ ସହିତ ଜଡିତ ଏକ ଶବ୍ଦ; ତଥାପି, ଆପଣ କ’ଣ ଜାଣନ୍ତି ଯେ…

ଯୁଦ୍ଧରେ ଭାରତକୁ ସମର୍ଥନ… ଯୁଦ୍ଧ ଭିତରେ ପୁଟିନ୍‌ଙ୍କ ବଡ଼ ବୟାନ, ଟ୍ରମ୍ପ ଛାନିଆ!

ନୂଆଦିଲ୍ଲୀ,୧୯।୩: ଇସ୍ରାଏଲ ଇରାନ ଉପରେ ଆକ୍ରମଣକୁ ତୀବ୍ର କରୁଥିବାରୁ, ମଧ୍ୟପ୍ରାଚ୍ୟରେ ସଂଘର୍ଷ କ୍ରମଶଃ ଭୟଙ୍କର ହେବାରେ ଲାଗିଛି। ଇସ୍ରାଏଲ ଏକ ଇରାନୀ ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ…

ଭାରତର ବଢିଲା ଟେନ୍‌ସନ: ଯେଉଁଠୁ ଆସେ ଗ୍ୟାସ୍‌, ସେଠି ଘଟିଲା…

ନୂଆଦିଲ୍ଲୀ,୧୯।୩:ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଏବେ ସମଗ୍ର ବିଶ୍ୱକୁ ପ୍ରଭାବିତ କରୁଛି। ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଜାରି ରହିଥିବା ଶତ୍ରୁତାର ପ୍ରଭାବ ଭାରତରେ ମଧ୍ୟ ପଡ଼ିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri