ଶ୍ରମିକଙ୍କୁ ବାଟଖର୍ଚ୍ଚ ଦେବେ ନିଯୁକ୍ତିଦାତା

ନୂଆଦିଲ୍ଲୀ, ୨୨ା୧୧: ପ୍ରବାସୀ ଶ୍ରମିକଙ୍କ କଲ୍ୟାଣ ଓ ପରିବାର ପ୍ରତି ସେମାନଙ୍କ କର୍ତ୍ତବ୍ୟକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଶ୍ରମ ନିୟମାବଳୀରେ କେତେକ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି। ଏହି ଚିଠା ନିୟମାବଳୀ ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ପାଇଛି। ଏହା ଉପରେ ପ୍ରସ୍ତାବ ଓ ପ୍ରତିବାଦ ଥିଲେ ୪୫ ଦିନ ମଧ୍ୟରେ ଜଣାଇବାକୁ ଜନସାଧାରଣଙ୍କୁ କୁହାଯାଇଛି।
ନୂଆ ନିୟମ ଅନୁଯାୟୀ ଆନ୍ତଃରାଜ୍ୟ ଶ୍ରମିକମାନଙ୍କୁ ବର୍ଷକୁ ଥରେ ଘରକୁ ଯିବା ଲାଗି ନିଯୁକ୍ତିଦାତା ଅର୍ଥ ପ୍ରଦାନ କରିବେ। ସେମାନେ ଟ୍ରେନ୍‌ରେ ଦ୍ୱିତୀୟ ଶ୍ରେଣୀ ସ୍ଲିପର କୋଚ୍‌, ବସ୍‌ କିମ୍ବା ଅନ୍ୟାନ୍ୟ ପରିବହନ ମାଧ୍ୟମରେ ଯାତ୍ରା କରିପାରିବେ। ଏହି ସୁବିଧା ପାଇବା ପାଇଁ କର୍ମଚାରୀ ପୂର୍ବ ବର୍ଷ ଅନ୍ତତଃ ୬ ମାସ ସମ୍ପୃକ୍ତ ସଂସ୍ଥାରେ କାର୍ଯ୍ୟ କରିଥିବା ଆବଶ୍ୟକ। ସଂସ୍ଥା/କମ୍ପାନୀ ବର୍ଷକୁ ଥରେ ୪୫ ବର୍ଷରୁ ଅଧିକ ବୟସର କର୍ମଚାରୀଙ୍କର ମାଗଣାରେ ସ୍ବାସ୍ଥ୍ୟ ପରୀକ୍ଷା କରାଇବେ। କଳକାରଖାନା, ବନ୍ଦର, ଖଣି, ବିଲ୍ଡିଂ କିମ୍ବା ଅନ୍ୟାନ୍ୟ ନିର୍ମାଣ ସ୍ଥଳରେ କାର୍ଯ୍ୟରତ ଶ୍ରମିକଙ୍କୁ ଏହି ସୁବିଧା ମିଳିବ। କମ୍ପାନୀଗୁଡିକୁ ଲାଇସେନ୍ସ ପ୍ରଦାନ ଓ ବାର୍ଷିକ ସମନ୍ବିତ ରିଟର୍ନ ଦାଖଲ ଲାଗି ଏକକ ଇଲେକ୍ଟ୍ରୋନିକ୍‌ ରେଜିଷ୍ଟ୍ରେଶନ ବ୍ୟବସ୍ଥା ରହିବ। ମାସ ଶେଷର ୭ ଦିନ ମଧ୍ୟରେ ନିଯୁକ୍ତିଦାତା କର୍ମଚାରୀମାନଙ୍କ ଦରମା ବ୍ୟାଙ୍କ ମାଧ୍ୟମରେ ପୈଠ କରିବେ। ପ୍ରବାସୀ ଶ୍ରମିକଙ୍କ ସୁରକ୍ଷା ଓ କାର୍ଯ୍ୟ ପଦ୍ଧତି ପ୍ରତି ସଂସ୍ଥା ଅଧିକ ଧ୍ୟାନ ଦେବ। କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ଚିଠା ପ୍ରସ୍ତୁତ କରାଯାଇଛି। ବୃତ୍ତିଗତ ନିରାପତ୍ତା, ସ୍ବାସ୍ଥ୍ୟ ଓ କାର୍ଯ୍ୟ ସ୍ଥିତି ଆଇନ, ୨୦୨୦ର ଚିଠା ପ୍ରସ୍ତାବ ଉପରେ ଜନସାଧାରଣଙ୍କ ମତାମତ ଲୋଡ଼ା ଯାଇଛି।
ନୂଆ ନିୟମ ଅନୁଯାୟୀ ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ପ୍ରବାସୀ ଶ୍ରମିକଙ୍କ ଅଭିଯୋଗ ଲାଗି ଏକ ଟୋଲ୍‌ ଫ୍ରି ନମ୍ବର ରହିବ। ସେମାନଙ୍କ ବୃତ୍ତିଗତ ସୁରକ୍ଷା, ସ୍ବାସ୍ଥ୍ୟ ସମସ୍ୟା ଓ କାର୍ଯ୍ୟ ପ୍ରଣାଳୀ ପ୍ରତି ଅଧିକ ଗୁରୁତ୍ୱ ଦିଆଯିବ। ଖଣି ଖାଦାନ, ପୋତାଶ୍ରୟ, ନିର୍ମାଣସ୍ଥଳ ଆଦିରେ କାର୍ଯ୍ୟରତ କର୍ମଚାରୀଙ୍କ ସମେତ ଆନ୍ତଃରାଜ୍ୟ ଶ୍ରମିକ, ଠିକା ଶ୍ରମିକ, କାର୍ଯ୍ୟରତ ସାମ୍ବାଦିକ, ଦୃଶ୍ୟ-ଶ୍ରାବ୍ୟ କର୍ମଚାରୀ ଓ ସେଲ୍ସ ପ୍ରମୋଶନ କର୍ମଚାରୀ ଏଥିରେ ଉପକୃତ ହେବେ। ଆସିବାକୁ ଥିବା ଆପତ୍ତି ଓ ପ୍ରସ୍ତାବଗୁଡ଼ିକୁ ସରକାର ଅନୁଧ୍ୟାନ କରିବା ପରେ ଆଇନ କାର୍ଯ୍ୟକାରିତା ନେଇ ବିଜ୍ଞପ୍ତି ପ୍ରକାଶ କରିବେ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି॥ ପ୍ରଥମ ଥର ଲାଗି ଚିଠା ନିୟମାବଳୀରେ ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମିକଙ୍କ ଲାଗି ପଦକ୍ଷେପ ନିଆଯାଇଛି।
କରୋନା ସଂକ୍ରମଣ ରୋକିବା ଲାଗି ମାର୍ଚ୍ଚ ୨୫ରେ ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା ଯୋଗୁ ପ୍ରବାସୀ ଶ୍ରମିକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସଂସ୍ଥା ଓ କମ୍ପାନୀ ବନ୍ଦ ହେବା ପରେ ଘରକୁ ଫେରିବା ସେମାନଙ୍କ ପାଇଁ କଷ୍ଟକର ହୋଇଥିଲା। ଏମିତିକି ସେମାନଙ୍କୁ ଭୋକ ଉପାସରେ ରହିବା ସହ ଚାଲିଚାଲି ଘରକୁ ଫେରିବାକୁ ପଡ଼ିଥିଲା। ସରକାର ସେମାନଙ୍କ ସମସ୍ୟାକୁ ବୁଝି ରିଲିଫ୍‌ ପ୍ୟାକେଜ୍‌ ଘୋଷଣା କରିଥିଲେ। ସେମାନଙ୍କ ପାଇଁ ମାଗଣା ଖାଦ୍ୟଶସ୍ୟ ସହ ଫେରିବା ଲାଗି ଟ୍ରେନ୍‌ ଓ ବସ୍‌ ବ୍ୟବସ୍ଥା କରାଯାଇଥିଲା। ଏବେ ସ୍ଥିତିରେ ସୁଧାର ଆସିଥିବାବେଳେ ପ୍ରବାସୀ ଶ୍ରମିକମାନେ ସେମାନଙ୍କ କର୍ମସ୍ଥଳୀକୁ ଫେରିଛନ୍ତି। ସେମାନଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେଇ କେନ୍ଦ୍ର ସରକାର ଶ୍ରମ ନିୟମାବଳୀରେ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri