ଶ୍ରମିକଙ୍କୁ ବାଟଖର୍ଚ୍ଚ ଦେବେ ନିଯୁକ୍ତିଦାତା

ନୂଆଦିଲ୍ଲୀ, ୨୨ା୧୧: ପ୍ରବାସୀ ଶ୍ରମିକଙ୍କ କଲ୍ୟାଣ ଓ ପରିବାର ପ୍ରତି ସେମାନଙ୍କ କର୍ତ୍ତବ୍ୟକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଶ୍ରମ ନିୟମାବଳୀରେ କେତେକ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି। ଏହି ଚିଠା ନିୟମାବଳୀ ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ପାଇଛି। ଏହା ଉପରେ ପ୍ରସ୍ତାବ ଓ ପ୍ରତିବାଦ ଥିଲେ ୪୫ ଦିନ ମଧ୍ୟରେ ଜଣାଇବାକୁ ଜନସାଧାରଣଙ୍କୁ କୁହାଯାଇଛି।
ନୂଆ ନିୟମ ଅନୁଯାୟୀ ଆନ୍ତଃରାଜ୍ୟ ଶ୍ରମିକମାନଙ୍କୁ ବର୍ଷକୁ ଥରେ ଘରକୁ ଯିବା ଲାଗି ନିଯୁକ୍ତିଦାତା ଅର୍ଥ ପ୍ରଦାନ କରିବେ। ସେମାନେ ଟ୍ରେନ୍‌ରେ ଦ୍ୱିତୀୟ ଶ୍ରେଣୀ ସ୍ଲିପର କୋଚ୍‌, ବସ୍‌ କିମ୍ବା ଅନ୍ୟାନ୍ୟ ପରିବହନ ମାଧ୍ୟମରେ ଯାତ୍ରା କରିପାରିବେ। ଏହି ସୁବିଧା ପାଇବା ପାଇଁ କର୍ମଚାରୀ ପୂର୍ବ ବର୍ଷ ଅନ୍ତତଃ ୬ ମାସ ସମ୍ପୃକ୍ତ ସଂସ୍ଥାରେ କାର୍ଯ୍ୟ କରିଥିବା ଆବଶ୍ୟକ। ସଂସ୍ଥା/କମ୍ପାନୀ ବର୍ଷକୁ ଥରେ ୪୫ ବର୍ଷରୁ ଅଧିକ ବୟସର କର୍ମଚାରୀଙ୍କର ମାଗଣାରେ ସ୍ବାସ୍ଥ୍ୟ ପରୀକ୍ଷା କରାଇବେ। କଳକାରଖାନା, ବନ୍ଦର, ଖଣି, ବିଲ୍ଡିଂ କିମ୍ବା ଅନ୍ୟାନ୍ୟ ନିର୍ମାଣ ସ୍ଥଳରେ କାର୍ଯ୍ୟରତ ଶ୍ରମିକଙ୍କୁ ଏହି ସୁବିଧା ମିଳିବ। କମ୍ପାନୀଗୁଡିକୁ ଲାଇସେନ୍ସ ପ୍ରଦାନ ଓ ବାର୍ଷିକ ସମନ୍ବିତ ରିଟର୍ନ ଦାଖଲ ଲାଗି ଏକକ ଇଲେକ୍ଟ୍ରୋନିକ୍‌ ରେଜିଷ୍ଟ୍ରେଶନ ବ୍ୟବସ୍ଥା ରହିବ। ମାସ ଶେଷର ୭ ଦିନ ମଧ୍ୟରେ ନିଯୁକ୍ତିଦାତା କର୍ମଚାରୀମାନଙ୍କ ଦରମା ବ୍ୟାଙ୍କ ମାଧ୍ୟମରେ ପୈଠ କରିବେ। ପ୍ରବାସୀ ଶ୍ରମିକଙ୍କ ସୁରକ୍ଷା ଓ କାର୍ଯ୍ୟ ପଦ୍ଧତି ପ୍ରତି ସଂସ୍ଥା ଅଧିକ ଧ୍ୟାନ ଦେବ। କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ଚିଠା ପ୍ରସ୍ତୁତ କରାଯାଇଛି। ବୃତ୍ତିଗତ ନିରାପତ୍ତା, ସ୍ବାସ୍ଥ୍ୟ ଓ କାର୍ଯ୍ୟ ସ୍ଥିତି ଆଇନ, ୨୦୨୦ର ଚିଠା ପ୍ରସ୍ତାବ ଉପରେ ଜନସାଧାରଣଙ୍କ ମତାମତ ଲୋଡ଼ା ଯାଇଛି।
ନୂଆ ନିୟମ ଅନୁଯାୟୀ ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ପ୍ରବାସୀ ଶ୍ରମିକଙ୍କ ଅଭିଯୋଗ ଲାଗି ଏକ ଟୋଲ୍‌ ଫ୍ରି ନମ୍ବର ରହିବ। ସେମାନଙ୍କ ବୃତ୍ତିଗତ ସୁରକ୍ଷା, ସ୍ବାସ୍ଥ୍ୟ ସମସ୍ୟା ଓ କାର୍ଯ୍ୟ ପ୍ରଣାଳୀ ପ୍ରତି ଅଧିକ ଗୁରୁତ୍ୱ ଦିଆଯିବ। ଖଣି ଖାଦାନ, ପୋତାଶ୍ରୟ, ନିର୍ମାଣସ୍ଥଳ ଆଦିରେ କାର୍ଯ୍ୟରତ କର୍ମଚାରୀଙ୍କ ସମେତ ଆନ୍ତଃରାଜ୍ୟ ଶ୍ରମିକ, ଠିକା ଶ୍ରମିକ, କାର୍ଯ୍ୟରତ ସାମ୍ବାଦିକ, ଦୃଶ୍ୟ-ଶ୍ରାବ୍ୟ କର୍ମଚାରୀ ଓ ସେଲ୍ସ ପ୍ରମୋଶନ କର୍ମଚାରୀ ଏଥିରେ ଉପକୃତ ହେବେ। ଆସିବାକୁ ଥିବା ଆପତ୍ତି ଓ ପ୍ରସ୍ତାବଗୁଡ଼ିକୁ ସରକାର ଅନୁଧ୍ୟାନ କରିବା ପରେ ଆଇନ କାର୍ଯ୍ୟକାରିତା ନେଇ ବିଜ୍ଞପ୍ତି ପ୍ରକାଶ କରିବେ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି॥ ପ୍ରଥମ ଥର ଲାଗି ଚିଠା ନିୟମାବଳୀରେ ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମିକଙ୍କ ଲାଗି ପଦକ୍ଷେପ ନିଆଯାଇଛି।
କରୋନା ସଂକ୍ରମଣ ରୋକିବା ଲାଗି ମାର୍ଚ୍ଚ ୨୫ରେ ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା ଯୋଗୁ ପ୍ରବାସୀ ଶ୍ରମିକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସଂସ୍ଥା ଓ କମ୍ପାନୀ ବନ୍ଦ ହେବା ପରେ ଘରକୁ ଫେରିବା ସେମାନଙ୍କ ପାଇଁ କଷ୍ଟକର ହୋଇଥିଲା। ଏମିତିକି ସେମାନଙ୍କୁ ଭୋକ ଉପାସରେ ରହିବା ସହ ଚାଲିଚାଲି ଘରକୁ ଫେରିବାକୁ ପଡ଼ିଥିଲା। ସରକାର ସେମାନଙ୍କ ସମସ୍ୟାକୁ ବୁଝି ରିଲିଫ୍‌ ପ୍ୟାକେଜ୍‌ ଘୋଷଣା କରିଥିଲେ। ସେମାନଙ୍କ ପାଇଁ ମାଗଣା ଖାଦ୍ୟଶସ୍ୟ ସହ ଫେରିବା ଲାଗି ଟ୍ରେନ୍‌ ଓ ବସ୍‌ ବ୍ୟବସ୍ଥା କରାଯାଇଥିଲା। ଏବେ ସ୍ଥିତିରେ ସୁଧାର ଆସିଥିବାବେଳେ ପ୍ରବାସୀ ଶ୍ରମିକମାନେ ସେମାନଙ୍କ କର୍ମସ୍ଥଳୀକୁ ଫେରିଛନ୍ତି। ସେମାନଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେଇ କେନ୍ଦ୍ର ସରକାର ଶ୍ରମ ନିୟମାବଳୀରେ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri