ଲକ୍‌ଡାଉନ ଯୋଗୁ ଅଫିସ୍‌ରେ କର୍ମଚାରୀଙ୍କ ବିତୁଛି ରାତି

ବେଜିଂ,୩୧।୩: ଚାଇନାରେ କରୋନା ପ୍ରକୋପ ଦିନକୁ ଦିନ ବଢ଼ିବାରେ ଲାଗିଛି। ହଜାର ହଜାର ସଂଖ୍ୟାରେ ଦୈନିକ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ କରୋନାଜନିତ ଶତାଧିକଙ୍କ ମୃତ୍ୟୁ ହୋଇଛି। ଇତିମଧ୍ୟରେ ଚାଇନାରେ ଥିବା ବ୍ୟାଙ୍କ ଓ ନିବେଶ ସଂସ୍ଥାଗୁଡ଼ିକ ସେମାନଙ୍କ କର୍ମଚାରୀଙ୍କୁ ଅଫିସ୍‌ ଡାକିବା ଆରମ୍ଭ କରିଦେଇଛନ୍ତି। ବର୍ତ୍ତମାନେ ସେମାନେ ଅଫିସ୍‌ ଆସିବା ସହ ସେଠାରେ ରହି କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିଯୋଗୁ କର୍ମଚାରୀଙ୍କୁ ଅଫିସରେ ହିଁ ଶୋଇବାକୁ ପଡ଼ୁଛି। ଏହାର ସବୁଠାରୁ ବଡ଼ କାରଣ ହେଉଛି କୋଭିଡ-୧୯ର ବର୍ଦ୍ଧିତ ମାମଲା ଓ ଲକ୍‌ଡାଉନ। ସୂଚନାଯୋଗ୍ୟ, ଚାଇନାର ମୁଖ୍ୟ ସହର ସଂଘାଇରେ ଲକ୍‌ଡାଉନ ଘୋଷଣା କରାଯାଇଛି। ଏହି ସହରରେ ୧ହଜାରରୁ ଉର୍ଦ୍ଧ୍ୱ ଆର୍ଥିକ ସଂସ୍ଥା ରହିଥିବା ବେଳେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଷ୍ଟକ୍‌ ଏକ୍ସଚେଞ୍ଜ ରହିଛି। ଫଳରେ କର୍ମଚାରୀଙ୍କୁ ଅଫିସରେ ରହି କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ପ୍ରତ୍ୟେକ କର୍ମଚାରୀଙ୍କୁ ୬ହଜାରରୁ ୨୩ହଜାର ପର୍ଯ୍ୟନ୍ତ ବେତନ ଦେଉଛି ସଂସ୍ଥା।

Share