ମୋବାଇଲ ବନ୍ଦ ରଖିପାରିବେନି କର୍ମଚାରୀ

ଭୁବନେଶ୍ୱର,୧୩ା୧(ବ୍ୟୁରୋ): ପୁରୁଷ ହକି ବିଶ୍ୱକପ୍‌ର ସୁପରିଚାଳନା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଭୁବନେଶ୍ୱର ପାଇଁ ଖୋର୍ଦ୍ଧା ଜିଲା ସହରାଞ୍ଚଳ ଅତିରିକ୍ତ ସ୍ବାସ୍ଥ୍ୟ ଅଧିକାରୀ ସ୍ବତନ୍ତ୍ର ମାର୍ଗଦର୍ଶିକା ଜାରି କରିଛନ୍ତି। ୧୩ରୁ ୨୯ ପର୍ଯ୍ୟନ୍ତ ଅର୍ଥାତ୍‌ ବିଶ୍ୱକପ୍‌ ଶେଷ ପର୍ଯ୍ୟନ୍ତ ସଜାଗ ରହିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ମେଡିକାଲ ଅଫିସର, ଫାର୍ମାସିଷ୍ଟ, ନର୍ସିଂ ଷ୍ଟାଫ୍‌ ଏବଂ ଅନ୍ୟ କର୍ମଚାରୀଙ୍କ ପାଇଁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି।

କୌଣସି କର୍ମଚାରୀ ଏହି ସମୟ ମଧ୍ୟରେ ନିଜ ମୋବାଇଲ ବନ୍ଦ ରଖି ପାରିବେନି କିମ୍ବା ବିଶ୍ୱକପ୍‌ ଆୟୋଜନ ସମୟରେ ନିଜର ସାପ୍ତାହିକ ଛୁଟି ନେଇ ପାରିବେ ନାହିଁ ବୋଲି ମଧ୍ୟ ନିର୍ଦ୍ଦେଶନାମା ଜାରି ହୋଇଛି।