ତଥ୍ୟ ଗାଏବ କରୁଛନ୍ତି କର୍ମଚାରୀ

ଜୟପୁର,୧୭।୨ (ନି.ପ୍ର. ) ମାଲାକନଗିରି ଜିଲାପାଳଙ୍କ କାର୍ଯ୍ୟାଳୟରେ ପିଏ ଭାବେ କାର୍ଯ୍ୟ କରୁଥିବା ଦେବ ନାରାୟଣ ପଣ୍ଡା ହତ୍ୟା ଘଟଣାରେ ତତ୍କାଳୀନ ମାଲକାନଗିରି ଜିଲାପାଳଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ହୋଇଥିଲା। ସେତେବେଳେ ମାଲକାନଗିରି ପୋଲିସକୁ ଅନୁସନ୍ଧାନରୁ ନିବୃତ କରାଯାଇଥିଲା। ଇତି ମଧ୍ୟରେ ଘଟଣାକୁ ଗୋଟିଏ ବର୍ଷ ବିତି ଯାଇଛି । କ୍ରାଇମବ୍ରାଞ୍ଚ ଦୁଇଥର ମାଲକାନଗିରି ଓ ଜୟପୁର ଆସି ଅନୁଧ୍ୟାନ କରି କଟକ ଫେରିଯାଇ ଚୁପ ଚାପ ବସି ରହିଛି । ଅନ୍ୟପକ୍ଷରେ ଆମର ସବୁ ଚିଠି, ମେଲ ଓ ତଥ୍ୟକୁ ଜିଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଡାଟା ଏଟ୍ରି ଅପରେଟର ଭି.ବେଣୁ, ଷ୍ଟେନୋ ପ୍ରକାଶ ସ୍ଲାଇଁ ଗାଏବ କରୁଛନ୍ତି ବୋଲି ପଣ୍ଡାଙ୍କ ସ୍ତ୍ରୀ ବନଜା ପଣ୍ଡା ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଧ୍ର ପୋଲିସ ମାଡ଼ରେ ୨ ଓଡ଼ିଆ ଯୁବକ ଗୁରୁତର, ଗଞ୍ଜେଇ ଚାଲାଣକାରୀ କହି ଉଠାଇ ନେଇଥିବା ଅଭିଯୋଗ

ନନ୍ଦପୁର,୩୦।୬(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ବିଲାପୁଟ ପଞ୍ଚାୟତ ସୁରୁମି ଗ୍ରାମର ୨ ଯୁବକଙ୍କୁ ଆନ୍ଧ୍ର ମୁଚିମପୁଟ ପୋଲିସ ଗଞ୍ଜେଇ ଚୋରା ଚାଲାଣ କରୁଥିବା…

କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ଦେବସ୍ନାନ ପୂର୍ଣ୍ଣିମା: ସ୍ନାନମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି, ଭକ୍ତଙ୍କ ପ୍ରବଳ ଭିଡ଼

କୋରାପୁଟ,୨୯ା୬(ଅମିତାଭ ବେହେରା): ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସୋମବାର କୋରାପୁଟସ୍ଥିତ ଶାବର ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଛି । ପୂର୍ବାହ୍ନ ୧୦ଟା ୩୦ ମିନିଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri