Odisha Elections 2024
Posted inଫୁରସତ

ଚାକିରି ଛାଡିବା ପୂର୍ବରୁ କମ୍ପାନୀର ସବୁ କମ୍ପ୍ୟୁଟରର ଇମେଲ-ପାସଓ୍ବାର୍ଡ ବଦଳାଇଦେଲେ ଯୁବତୀ

ଚାକିରି କ୍ଷେତ୍ରରେ ଅଧିକାଂଶ ଲୋକ ନିଜ ମାଲିକ କିମ୍ବା ଟିମ୍‌ ସଦସ୍ୟଙ୍କ ଉପରେ କିଛି କଥାକୁ ନେଇ ଖପ୍ପା ରହିଥାନ୍ତି। ଏହାକୁ ନେଇ ବହୁଜଣ ଚାକିରି ମଧ୍ୟ ଛାଡିଦେଇଥାନ୍ତି। ଆଉ କିଛିଙ୍କର ପ୍ରତିଦିନ କିଛି କିଛି କଥାକୁ ନେଇ ବଚସା ହୋଇଥାଏ। ଆଉ ସେସବୁ ଉଗ୍ରରୂପ ନେଇ ବଡ କାଣ୍ଡ ଘଟେଇଥାଏ। କିନ୍ତୁ ନିକଟରେ ଘଟିଥିବା ଏକ ଘଟଣା ଏକଥାରେ ସମ୍ପୃକ୍ତି ରହିଲେ ମଧ୍ୟ ଘଟଣା ବିଷୟରେ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ।

ଜଣେ ଯୁବତୀ ନିଜ କମ୍ପାନୀର ମାଲିକ ଓ ଅନ୍ୟ ସଦସ୍ୟଙ୍କ ଠାରୁ ପ୍ରତିଶୋଧ ନେବା ପାଇଁ କିଛି ଏମିତି କାଣ୍ଡ ଭିଆଇଛନ୍ତି ଯାହାଦ୍ୱାରା ପୁରା କମ୍ପାନୀକୁ କ୍ଷତି ସହିବାକୁ ପଡିଛି। ଯୁବତୀଜଣକ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲ ନିଜର ଏପରି କାରନାମା ବିଷୟରେ ପୋଷ୍ଟ ଶେୟାର କରିଛନ୍ତି।
ଯୁବତୀଜଣକ ଏକ ରେଷ୍ଟୁରାଣ୍ଟରେ କାମ କରୁଥିଲେ। ନିଜ କାର୍ଯ୍ୟକ୍ଷେତ୍ରରେ କିଛି ସାମନ୍ୟ ବଚସାକୁ ନେଇ ଯୁବତୀଜଣକ କମ୍ପାନୀରୁ ଇସ୍ତଫା ଦେଇଥିଲେ। ଇସ୍ତଫା ଦେବା ପୂର୍ବରୁ ପୁରା କମ୍ପାନୀ ଉପରେ ରାଗ ରଖି ମାଲିକଙ୍କ ସହ ସବୁ କଲିକଙ୍କ ଇମେଲ-ପାସଓ୍ବାର୍ଡ ଚେଞ୍ଜ କରିଦେଇଥିଲେ। ଏହାର କିଛିଦିନ ପରେ ସେ ନିଜ କାରନାମା ସମ୍ପର୍କରେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ସେଥିରେ ସେ କହିଛନ୍ତି, ଚାକିରି କ୍ଷେତ୍ରରେ ତାଙ୍କୁ କେହି ବି ଭଲ ବ୍ୟବହାର କରି ନ ଥିଲେ। ସେଥିପାଇଁ ସେ ଚାକିରି ଛାଡି ଦେଇଥିଲେ। ଛାଡିବା ପୂର୍ବରୁ ସମସ୍ତଙ୍କୁ ଉଚିତ ଦଣ୍ଡ ଦେବା ପାଇଁ ସେ କମ୍ପାନୀର ସବୁ କମ୍ପ୍ୟୁଟରର ପାସଓ୍ବାର୍ଡ ଚେଞ୍ଜ କରିଦେଇଥିଲେ। ଯାହାଦ୍ୱାରା କେହି ବି ଆକ୍ସେସ ନେଇ ପାରି ନ ଥିଲେ।

 

View this post on Instagram

 

A post shared by Reddit (@reddit)

ଆଗକୁ ଯୁବତୀ କହୁଛନ୍ତି, ମୋର ଏହି ପିଲାଳିଆମି ପାଇଁ ମୁଁ କେବେ ବି ଅନୁତାପ କରୁନାହିଁ। ମୋ ସହ ମୋ ପୁରା ଟିମ୍‌ ଦୁର୍ବ୍ୟବହାର କରିଛି। ପୁରା ଟିମରେ ମୁଁ କେବଳ ଜଣେ ହିଁ ଝିଅ ଥିଲି। ଯାହାକୁ ସେମାନେ ବହୁତ ଅପମାନ ଦେଇଛନ୍ତି। କହିରଖୁଛି କି, ଏଠାରେ କୌଣସି ଗାର୍ଲ-କାର୍ଡ ଖେଳାଯାଉ ନାହିଁ।

ସୂଚନାଥାଉ କି, ଯୁବତୀଜଣକ ବଦଳାଇଥିବା ସବୁ ପାର୍ସଓ୍ବାର୍ଡ ରେଷ୍ଟୁରାଣ୍ଟର ଡେଟାବେସ ଆକ୍ସେସ ଥିଲା। ଏଠାରେ ମେନୁ, ଷ୍ଟାଫ୍‌, ଅଡରିଂ, ଷ୍ଟକ ଇତ୍ୟାଦି ସୂଚନା ଥିଲା। ପାର୍ସଓ୍ବାର୍ଡ ବଦଳାଇଦେବା ଦ୍ୱାରା ପୁରା ରେଷ୍ଟୁରାଣ୍ଟ ଅଚଳ ହୋଇ ପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶାନ୍ତି, ସୌହାର୍ଦ୍ଦ୍ୟ ରକ୍ଷା ଜରୁରୀ

ଆତଙ୍କବାଦ ବିରୋଧୀ ଦିବସ ପ୍ରତିବର୍ଷ ମେ’ ୨୧ରେ ଭାରତରେ ପାଳନ କରାଯାଏ। ଆତଙ୍କବାଦ ବିଷୟରେ ଲୋକଙ୍କୁ ସଚେତନ କରାଇବା ଏବଂ ଆତଙ୍କବାଦ ବିରୋଧରେ ଏକତାର ବାର୍ତ୍ତା...

ଇଭିଏମକୁ ଫୁଲମାଳ ପିନ୍ଧାଇଲେ ସ୍ବାଧୀନ ପ୍ରାର୍ଥୀ

ନାସିକ: ଚଳିତ ଲୋକ ସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ମତଦାନ ସୋମବାର ଅନୁଷ୍ଠିତ ହୋଇ ଯାଇଛି। ତେବେ ଏହି ନିର୍ବାଚନ ଚାଲିଥିବାବେଳେ ମହାରାଷ୍ଟ୍ରର ନାସିକରୁ ଏକ...

ପ୍ରେମିକଙ୍କୁ ଭେଟିବା ପାଇଁ ୧୫୦୦ କିଲୋମିଟର ଗଲେ ଯୁବତୀ, ବିମାନରୁ ଓହ୍ଲାଇବା ପରେ ଯାହା ଘଟିଲା, ଜାଣିଲେ…

ଅନଲାଇନ ଡେଟିଂ ସବୁବେଳ ପାଇଁ ବିପଦପୂର୍ଣ୍ଣ ଅଟେ। ଅନେକ ଯୁବତୀ/ଯୁବକଙ୍କ ପାଇଁ ଏହା ବହୁତ ମଜାଦାର ହୋଇଥିବା ବେଳେ ଆଉ କିଛି ଯୁବତୀ ଯୁବକ ଏଥିରେ...

କଣ ଏହି ‘ଗଜଗାମିନୀ’ ଚାଲି? ଅଦିତିଙ୍କ ବାସ ୧୦ ସେକେଣ୍ଡର ଝଲକ୍‌ରେ ଲୋକେ ହେଉଛନ୍ତି ଦିୱାନା

ଫ୍ୟାଶନ ଦୁନିଆରେ ‘କ୍ୟାଟୱାକ’ ବିଷୟରେ ଆପଣ ନିଶ୍ଚୟ ବହୁତ ଶୁଣିଥିବେ। କିନ୍ତୁ କେବେ ସ୍ବାନ ଓ୍ବାକ୍‌ କିମ୍ବା ଗଜ ଗାମିନୀ ବିଷୟରେ ଶୁଣିଛନ୍ତି କି? ପ୍ରାୟତ...

ପ୍ରଥମ ରୋଜଗାରର ଶିହରଣ ଏବେ ବି ଅନୁଭବ କରେ:ସୌମ୍ୟଶ୍ରୀ ପାଣିଗ୍ରାହୀ

ସବୁବେଳେ ନାହିଁ ନାହିଁର ଜୀବନ ଜିଇଆସିଥିବା, ସବୁକଥାରେ କାଣ୍ଟଛାଣ୍ଟ କରୁଥିବା, ଅୟସର ସ୍ବପ୍ନ ଦେଖିବାକୁ ନିଜ ମନକୁ ହାଲ୍‌କା ଭାବେ ଆକଟ କରୁଥିବା ୨୦/୨୨ ବର୍ଷର...

୩୪ ବର୍ଷ ବୟସରେ ଜେଜେ ମା’ ହେଲେ ଶିର୍ଲି

ସିଙ୍ଗାପୁର: ସିଙ୍ଗାପୁରର ଶିର୍ଲି ଲିଙ୍ଗ୍‌ ନାମ୍ନୀ ଜଣେ ମହିଳା ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ମାତ୍ର ୩୪ ବର୍ଷ ବୟସରେ ଜେଜେ ମା’ ହୋଇଛନ୍ତି। ତାଙ୍କର ୧୭...

ବିଶ୍ୱର ସବୁଠୁ ଛୋଟ ମହିଳାଙ୍କୁ ଭେଟିଲେ ‘ଦ ଗ୍ରେଟ୍‌ ଖଲି’: ପରେ ଘଟିଲା….ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୮।୫: ଦେଶର ଜଣେ ଜଣାଶୁଣା କୁସ୍ତି ଖେଳାଳି ‘ଦ ଗ୍ରେଟ୍‌ ଖଲି’ କିଏ ବା ନ ଜାଣେ ନାହିଁ। ସେ ଅନେକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଜିତିଛନ୍ତି।...

ନିରାପଦ ଏଚ୍‌ଆଇଭି ଟିକା ପାଇଁ ମିଳିତ ଉଦ୍ୟମ ଦରକାର

ସମଗ୍ର ବିଶ୍ୱରେ ଚିନ୍ତାର କାରଣ ସାଜିଥିବା ତଥା ଅନ୍ୟତମ ପ୍ରମୁଖ ରୋଗ ମଧ୍ୟରେ ଏଡ୍‌ସ (ଆକ୍ୟୁଆଡ ଇମ୍ୟୁନ ଡେଫିସିଏନ୍‌ସି ସଣ୍ଡ୍ରୋମ) ଅନ୍ୟତମ। ଏହାର ଏ ପର୍ଯ୍ୟନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri