Posted inଫୁରସତ

ଚାକିରି ଛାଡିବା ପୂର୍ବରୁ କମ୍ପାନୀର ସବୁ କମ୍ପ୍ୟୁଟରର ଇମେଲ-ପାସଓ୍ବାର୍ଡ ବଦଳାଇଦେଲେ ଯୁବତୀ

ଚାକିରି କ୍ଷେତ୍ରରେ ଅଧିକାଂଶ ଲୋକ ନିଜ ମାଲିକ କିମ୍ବା ଟିମ୍‌ ସଦସ୍ୟଙ୍କ ଉପରେ କିଛି କଥାକୁ ନେଇ ଖପ୍ପା ରହିଥାନ୍ତି। ଏହାକୁ ନେଇ ବହୁଜଣ ଚାକିରି ମଧ୍ୟ ଛାଡିଦେଇଥାନ୍ତି। ଆଉ କିଛିଙ୍କର ପ୍ରତିଦିନ କିଛି କିଛି କଥାକୁ ନେଇ ବଚସା ହୋଇଥାଏ। ଆଉ ସେସବୁ ଉଗ୍ରରୂପ ନେଇ ବଡ କାଣ୍ଡ ଘଟେଇଥାଏ। କିନ୍ତୁ ନିକଟରେ ଘଟିଥିବା ଏକ ଘଟଣା ଏକଥାରେ ସମ୍ପୃକ୍ତି ରହିଲେ ମଧ୍ୟ ଘଟଣା ବିଷୟରେ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ।

ଜଣେ ଯୁବତୀ ନିଜ କମ୍ପାନୀର ମାଲିକ ଓ ଅନ୍ୟ ସଦସ୍ୟଙ୍କ ଠାରୁ ପ୍ରତିଶୋଧ ନେବା ପାଇଁ କିଛି ଏମିତି କାଣ୍ଡ ଭିଆଇଛନ୍ତି ଯାହାଦ୍ୱାରା ପୁରା କମ୍ପାନୀକୁ କ୍ଷତି ସହିବାକୁ ପଡିଛି। ଯୁବତୀଜଣକ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲ ନିଜର ଏପରି କାରନାମା ବିଷୟରେ ପୋଷ୍ଟ ଶେୟାର କରିଛନ୍ତି।
ଯୁବତୀଜଣକ ଏକ ରେଷ୍ଟୁରାଣ୍ଟରେ କାମ କରୁଥିଲେ। ନିଜ କାର୍ଯ୍ୟକ୍ଷେତ୍ରରେ କିଛି ସାମନ୍ୟ ବଚସାକୁ ନେଇ ଯୁବତୀଜଣକ କମ୍ପାନୀରୁ ଇସ୍ତଫା ଦେଇଥିଲେ। ଇସ୍ତଫା ଦେବା ପୂର୍ବରୁ ପୁରା କମ୍ପାନୀ ଉପରେ ରାଗ ରଖି ମାଲିକଙ୍କ ସହ ସବୁ କଲିକଙ୍କ ଇମେଲ-ପାସଓ୍ବାର୍ଡ ଚେଞ୍ଜ କରିଦେଇଥିଲେ। ଏହାର କିଛିଦିନ ପରେ ସେ ନିଜ କାରନାମା ସମ୍ପର୍କରେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ସେଥିରେ ସେ କହିଛନ୍ତି, ଚାକିରି କ୍ଷେତ୍ରରେ ତାଙ୍କୁ କେହି ବି ଭଲ ବ୍ୟବହାର କରି ନ ଥିଲେ। ସେଥିପାଇଁ ସେ ଚାକିରି ଛାଡି ଦେଇଥିଲେ। ଛାଡିବା ପୂର୍ବରୁ ସମସ୍ତଙ୍କୁ ଉଚିତ ଦଣ୍ଡ ଦେବା ପାଇଁ ସେ କମ୍ପାନୀର ସବୁ କମ୍ପ୍ୟୁଟରର ପାସଓ୍ବାର୍ଡ ଚେଞ୍ଜ କରିଦେଇଥିଲେ। ଯାହାଦ୍ୱାରା କେହି ବି ଆକ୍ସେସ ନେଇ ପାରି ନ ଥିଲେ।

 

View this post on Instagram

 

A post shared by Reddit (@reddit)

ଆଗକୁ ଯୁବତୀ କହୁଛନ୍ତି, ମୋର ଏହି ପିଲାଳିଆମି ପାଇଁ ମୁଁ କେବେ ବି ଅନୁତାପ କରୁନାହିଁ। ମୋ ସହ ମୋ ପୁରା ଟିମ୍‌ ଦୁର୍ବ୍ୟବହାର କରିଛି। ପୁରା ଟିମରେ ମୁଁ କେବଳ ଜଣେ ହିଁ ଝିଅ ଥିଲି। ଯାହାକୁ ସେମାନେ ବହୁତ ଅପମାନ ଦେଇଛନ୍ତି। କହିରଖୁଛି କି, ଏଠାରେ କୌଣସି ଗାର୍ଲ-କାର୍ଡ ଖେଳାଯାଉ ନାହିଁ।

ସୂଚନାଥାଉ କି, ଯୁବତୀଜଣକ ବଦଳାଇଥିବା ସବୁ ପାର୍ସଓ୍ବାର୍ଡ ରେଷ୍ଟୁରାଣ୍ଟର ଡେଟାବେସ ଆକ୍ସେସ ଥିଲା। ଏଠାରେ ମେନୁ, ଷ୍ଟାଫ୍‌, ଅଡରିଂ, ଷ୍ଟକ ଇତ୍ୟାଦି ସୂଚନା ଥିଲା। ପାର୍ସଓ୍ବାର୍ଡ ବଦଳାଇଦେବା ଦ୍ୱାରା ପୁରା ରେଷ୍ଟୁରାଣ୍ଟ ଅଚଳ ହୋଇ ପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟର ଏସବୁ ଜିଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା! ଜାରି ହେଲା ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୨୪ା୬(ସୌମ୍ୟରଞ୍ଜନ ରାଉତ)- ରାଜ୍ୟର ସବୁ ଜିଲାକୁ ଛୁଇଁବା ପରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଧିକ ସକ୍ରିୟ ହୋଇଛି। ଖରା, ଗରମ ସହ କଁା ଭଁା କିଛି କିଛି…

ସୀମା ଟପିଲାଣି ସରକାରୀ ବହିରେ ତ୍ରୁଟି: ଇଂଲିଶ ବହିରେ ଓଡ଼ିଆ ରଜ ଗୀତ

ଭୁବନେଶ୍ୱର,୨୪ା୬(ସୁଚିସ୍ମିତା ସାହୁ): ଜାତୀୟ ଶିକ୍ଷାନୀତି -୨୦୨୦ ଆଧାରରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ପ୍ରଥମରୁ ଅଷ୍ଟମ ଶ୍ରେଣୀର ନୂଆ ବହିରେ ତ୍ରୁଟି ସୀମା ଟପିଲାଣି। ପୂର୍ବରୁ ବ୍ୟାକରଣ,…

ପାସପୋର୍ଟକୁ ନେଇ ବୈଦେଶିକ ମନ୍ତ୍ରଣାଳୟର ବଡ଼ ସୂଚନା, ନାଗରିକତାର….

ନୂଆଦିଲ୍ଲୀ,୨୪।୬: ଭାରତୀୟ ପାସପୋର୍ଟ ନାଗରିକତା ପ୍ରମାଣିତ କରିବାର ଏକ ଦସ୍ତାବିଜ ନୁହେଁ, ଏହା ସମ୍ପୂର୍ଣ୍ଣ ଭାବରେ ଏକ ଯାତ୍ରା(ଟ୍ରାଭେଲ) ଡକ୍ୟୁମେଣ୍ଟ । ନାଗରିକତାର ପ୍ରମାଣ ଭାବରେ କିମ୍ବା ସରକାରୀ…

ବଜ୍ରାଘାତ ପରେ ଘରେ ଫୁଟିଲା ବାଣ; ବିସ୍ଫୋରଣରେ ପୁଅର ମୃତ୍ୟୁ, ବାପା-ମା’ଙ୍କ ସହ ୩ ଗୁରୁତର

ଦିଗପହଣ୍ଡି,୨୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମରେ ବୁଧବାର ସନ୍ଧ୍ୟାରେ ଏକ ଭୟାବହ ବାଣ ବିସ୍ଫୋରଣ ଘଟିଛି। ଗ୍ରାମର ପାଣିଟାଙ୍କି ରୋଡ଼୍‌ରେ ଥିବା…

ବୈଭବଙ୍କୁ ଟିମ୍‌ ଇଣ୍ଡିଆର ଡ୍ରେସିଂ ରୁମ୍‌ ମନା, ଦଳଠାରୁ ରହିବେ ଅଲଗା; ICCର ନିୟମକୁ ନେଇ… 

ନୂଆଦିଲ୍ଲୀ,୨୪।୬: ବୈଭବ ସୂର୍ଯ୍ୟବଂଶୀ ଟିମ୍‌ ଇଣ୍ଡିଆ ସହିତ ଆୟରଲ୍ୟାଣ୍ଡରେ ପହଞ୍ଚି ସାରିଛନ୍ତି। ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ ପରେ ଭାରତୀୟ ଦଳକୁ ଇଂଲଣ୍ଡ ଗସ୍ତରେ ଯିବାର ଅଛି,…

ଦିଗପହଣ୍ଡିରେ ବିକଶିତ ଓଡ଼ିଶା ପାଇଁ ଜନଭାଗିଦାରୀ ସଚେତନତା କାର୍ଯ୍ୟକ୍ରମ, ବିକଶିତ ଓଡ଼ିଶାର ପଟ୍ଟଚିତ୍ର…

ଦିଗପହଣ୍ଡି,୨୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ ବୁଧବାର ସ୍ଥାନୀୟ ପୁଞ୍ଜିକଂୟା ଛକ ନିକଟ କବିସୂର୍ଯ୍ୟ ବଳଦେବ ରଥ କଲ୍ୟାଣ ମଣ୍ଡପ ପରିସରରେ…

ଜଙ୍ଗଲରେ ଚାଷ କରି ଚାଲାଣ କରୁଥିଲେ ଗଞ୍ଜେଇ, ଚଢ଼ାଉ କରି ୩ଶହ…

ମୋହନା,୨୪।୬(ମନ୍ମଥ ମିଶ୍ର): ଗଜପତି ଜିଲା ରା. ଉଦୟଗିରି ଏସଡିପିଓ ରାକେଶ କୁମାର ସାହୁଙ୍କ ନେତୃତ୍ୱରେ ଅଡବା ଥାନା ଅନ୍ତର୍ଗତ ଗୋବେଲ ଗାଁ ନିକଟସ୍ଥ ଜଙ୍ଗଲରେ ଅତର୍କିତ ଚଢ଼ାଉ…

ପେଶାରେ ଡାକ୍ତର, ପରିଚୟ ‘ବଲୁଚିସ୍ତାନର ସିଂହୀ’; ଜାଣନ୍ତୁ କିଏ ଏହି ମହିଳା, ଯାହାଙ୍କୁ  ଭୟ କରେ ପାକିସ୍ତାନୀ ସେନା! 

ଇସଲାମାବାଦ,୨୪।୬: ପାକିସ୍ତାନର ବଲୁଚିସ୍ତାନ ପ୍ରଦେଶର ରାଜଧାନୀରେ ଥିବା ଆଣ୍ଟି-ଟେରରିଜିମ କୋର୍ଟ ବଲୁଚ୍‌ ଆକ୍ଟିଭିଷ୍ଟ ମହରଙ୍ଗ ବଲୋଚ୍‌ଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ମହରଙ୍ଗ ’ବଲୁଚିସ୍ତାନର ସିଂହୀ’ ଭାବେ ବେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri