ବିଦ୍ୟୁତ୍‌ ଆଘାତରେ ଚାଲିଗଲା କର୍ମଚାରୀଙ୍କ ଜୀବନ

ହିନ୍ଦୋଳ,୧।୭(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ ଏନ୍‌ଏସି ଅନ୍ତର୍ଗତ ଚରଣପୁର ବିଦ୍ୟୁତ୍‌ ଷ୍ଟ୍ରକଚରରେ ଏକ ଅଘଟଣ ଘଟିଛି। ଖୁଣ୍ଟରେ ଚଢ଼ି କାର୍ଯ୍ୟ କରୁଥିବା ବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସୁକାନ୍ତ ସାହୁ (୩୫)। ଅନ୍ୟପକ୍ଷେ ମୃତକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ପ୍ରଦାନ ଦାବିରେ ଗ୍ରାମବାସୀ ହିନ୍ଦୋଳ-ଗୁଡିଆକାଟେଣୀ ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି l ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।