Categories: ଫୁରସତ

ଆଉ କାମକୁ ଯିବିନି, ମାଲିକଙ୍କୁ ଫୋନ୍‌ କରି କହିଲେ ଚାକର; କାରଣ ଜାଣିଲେ…

ଜଣେ ମାଲିକଙ୍କ ଏକ ଫ୍ୟାକ୍ଟ୍ରିରେ ଚାକର ଭାବେ କାମ କରୁଥିବା ଜଣେ ବ୍ୟକ୍ତି ଫୋନ୍‌ କରି କହିଲେ ଆଉ କାମକୁ ଯିବି ନାହିଁ। ତାଙ୍କର ଏମିତି କହିବା ପଛରେ ଏକ ବଡ଼ କାରଣ ବି ରହିଛି। ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ।

କୁମ୍ବ୍ରିୟାର କାର୍ଲାଇସିଲରେ ରହୁଥିବା ଜଣେ ମାଲିକଙ୍କ ଫ୍ୟାକ୍ଟ୍ରିରେ ୬୧ ବର୍ଷୀୟ ଇୟାନ ବ୍ଲାକ୍‌ ନାମକ ଜଣେ ବ୍ୟକ୍ତି କାମ କରୁଥିଲେ। ଦିନେ ରାତି ଡ୍ୟୁଟି ସାରି ସେ ଘରକୁ ଫେରୁଥିଲେ। ସେହି ସମୟରେ ରାସ୍ତାରେ ଲଟେରି ଖେଳ ହେଉଥିଲା। ସେ ଏକ ଲଟେରି ଟିକେଟ କିଣି ନେଇଥିଲେ। ପରେ ଏହି ଟିକେଟ ଜରିଆରେ ଲଟେରି ଜିତିଥିଲେ। ୨ ମିଲିୟନ ଡଲାରର ପୁରସ୍କାର ରାଶି ସେ ଜିତିଥିଲେ। ଘରେ ପହଞ୍ଚି  ସ୍ତ୍ରୀ ସାନ୍ଦ୍ରାଙ୍କୁ ଡାକି ଲଟେରି ବିଷୟରେ ଯାଞ୍ଚ କରିବାକୁ କହିଥିଲେ। ସାନ୍ଦ୍ରା କହିଥିଲେ, ମୋତେ କାହିଁକି ଲାଗୁନି ମୁଁ ଏତେ ଶୂନ ଥିବା ସଂଖ୍ୟା କେବେ ଦେଖିଛି। କ’ଣ ଏହା ୨ ମିଲିୟନ। ଏହା ପରେ ଇୟାନ ତାଙ୍କ ମାଲିକଙ୍କ ନିକଟକୁ ଫୋନ୍‌ କରି କହିଥିଲେ, ଆଜିଠୁ ମୁଁ ଆଉ କାମକୁ କେବେ ଯିବି ନାହିଁ। ଏହା ଶୁଣିବା ପରେ ମାଲିକ ଆଶ୍ଚର୍ଯ୍ୟ ହୋଇଥିଲେ। କାରଣ ପଚାରିଥିଲେ। ଇୟାନ ସମସ୍ତ ବିଷୟରେ କହିଥିଲେ।

ଇୟାନଙ୍କ ସ୍ତ୍ରୀ କୁହନ୍ତି, ଏହି ଟଙ୍କାରେ ପ୍ରଥମେ ସେ ତାଙ୍କ ପୋଷା କୁକୁରର ଅପରେଶନ କରାଇବେ। ଏହା ପରେ ଏକ ଜାଗା କିଣି ମନ ପସନ୍ଦର ଘର ତିଆରି କରିବେ। ଏହି ଦମ୍ପତିଙ୍କର ୫ ପିଲା। ୧୦ ନାତି ନାତୁଣୀ। ପୂରା ପରିବାରର ଭାଗ୍ୟ ବଦଳିଗଲା ବୋଲି ଇୟାନ କୁହନ୍ତି।

Share