ଦୀପାବଳିରେ ଝଲସିଲା ଆମେରିକାର ଏମ୍ପାୟର୍ସ ଷ୍ଟେଟ ବିଲଡିଂ

ନ୍ୟୁୟର୍କ,୧୪ ।୧୧: ଆଲୋକର ପର୍ବ ଦୀପାବଳିର ଝଲକ ଦେଖିବାକୁ ମିଳିଛି ସୁଦୂର ଆମେରିକାରେ । ନ୍ୟୁୟର୍କ ସହରରେ ଆକାଶକୁ ଛୁଇଁବା ଭଳି ଠିଆ ହୋଇଥିବା ବିରାଟ ବିଲଡିଂ ବା ‘ଏମ୍ପାୟର୍ସ ଷ୍ଟେଟ ବିଲଡିଂ’କୁ କମଳା ରଙ୍ଗର ଆଲୋକରେ ସଜା ଯାଇଛି । ନ୍ୟୁୟର୍କ, ନ୍ୟୁଜର୍ସି ଓ କନେକ୍ଟିକଟର ତ୍ରି-ରାଜ୍ୟ ଅଞ୍ଚଳରେ ଫେଡେରେଶନ ଅଫ୍ ଇଣ୍ଡିଆନ ଆଶେସିଏଶନ (ଏଫ୍‌ଆଇଏ)ର ସହଯୋଗରେ ଦୀପାବଳି ଅବସରରେ ଏମ୍ପାୟର୍ସ ଷ୍ଟେଟ ବିଲଡିଂକୁ ଶୁକ୍ରବାର କମଳା ରଙ୍ଗର ଆଲୋକରେ ସଜାଇଛନ୍ତି । ‘ଏମ୍ପାୟର୍ସ ଷ୍ଟେଟ ବିଲଡିଂ’ ନ୍ୟୁୟର୍କ ପକ୍ଷରୁ ହାପି ଦିୱାଲି ବୋଲି କୁହାଯାଇଛି । ଏହାସହ ଭାରତୀୟ ପରମ୍ପରା ଅନୁଯାୟୀ ସେଠାରେ ପ୍ରାୟ ୧୦ ହଜାର ଲୋକଙ୍କୁ ଖାଇବାକୁ ଦିଆଯାଇଛି ।

Share